IND vs ENG: ପଞ୍ଚମ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ସିରିଜରୁ ବାହାରିଲେ ଋଷଭ ପନ୍ତ
ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ଲାଗିଲା ବଡ଼ ଝଟକା । ସିରିଜରୁ ବାହାରିଲେ ଟିମ୍ ଇଣ୍ଡିଆର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ।
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ଲାଗିଲା ବଡ଼ ଝଟକା । ଟିମ୍ ଇଣ୍ଡିଆର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କ ଆଘାତ ଯୋଗୁଁ ତାଙ୍କୁ ସିରିଜରୁ ବାହାର କରାଯାଇଛି। ମାଞ୍ଚେଷ୍ଟର ଟେଷ୍ଟରେ ବ୍ୟାଟିଂ କରୁଥିବା ସମୟରେ ପନ୍ତଙ୍କ ଗୋଡ଼ରେ ଫ୍ରାକ୍ଚର ହୋଇଥିଲା। ସେବେଠାରୁ ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା ଯେ ସେ ଶେଷ ଟେଷ୍ଟ ମ୍ୟାଚ୍ ଖେଳିବେ କି ନାହିଁ, କିନ୍ତୁ ବିସିସିଆଇ ସ୍ପଷ୍ଟ କରିଛି ଯେ ପନ୍ତ ଏବେ ଏହି ସିରିଜରୁ ବାହାରି ଯାଇଛନ୍ତି।
ବିସିସିଆଇ ରିଷଭ ପନ୍ତଙ୍କ ସମ୍ପର୍କରେ ଏକ ପ୍ରେସ୍ ରିଲିଜ୍ ଜାରି କରିଛି
ବିସିସିଆଇ ପନ୍ତଙ୍କ ସମ୍ପର୍କରେ ଏକ ପ୍ରେସ୍ ରିଲିଜ୍ ଜାରି କରି କହିଛି ଯେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ସମୟରେ ଡାହାଣ ଗୋଡ଼ରେ ଆଘାତ ଯୋଗୁଁ ରିଷଭ ପନ୍ତ ଏହି ସିରିଜରୁ ବାହାରି ଯାଇଛନ୍ତି। ତାଙ୍କ ସ୍ଥାନରେ, ୱିକେଟକିପର ବ୍ୟାଟ୍ସମ୍ୟାନ୍ ନାରାୟଣ ଜଗଦୀଶନଙ୍କୁ ଦଳରେ ସାମିଲ କରାଯାଇଛି। ଟେଷ୍ଟ ସିରିଜର ପଞ୍ଚମ ଏବଂ ଶେଷ ମ୍ୟାଚ୍ ଜୁଲାଇ 31 ରୁ କେନିଂଟନ୍ ଓଭାଲରେ ଖେଳାଯିବ।
ରିଷଭ ପନ୍ତଙ୍କ ବିଷୟରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ କ’ଣ କହିଥିଲେ?
ଚତୁର୍ଥ ଟେଷ୍ଟ ମ୍ୟାଚ୍ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଋଷଭ ପନ୍ତ ସିରିଜରୁ ବାହାରି ଯିବା କଥା ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଭଙ୍ଗା ଗୋଡ ସହିତ ବ୍ୟାଟିଂ କରିଥିବା ଋଷଭ ପନ୍ତଙ୍କର ଯେତେ ପ୍ରଶଂସା କଲେ ବି କମ ହେବ। ଏହା ପୂର୍ବରୁ କେହି ବି ଏଭଳି କରି ନାହାଁନ୍ତି । ସେ ଯେଉଁ ଫର୍ମରେ ଥିଲେ ତାହା ଦେଖିବା ଏକ ଦୁର୍ଭାଗ୍ୟଜନକ। ମୁଁ ଆଶା କରୁଛି ସେ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବେ। ସେ ଟେଷ୍ଟ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି”।
ପଞ୍ଚମ ଟେଷ୍ଟ ପାଇଁ ଭାରତର ଅପଡେଟ ଦଳ:
ଶୁଭମାନ ଗିଲ (କ୍ୟପ୍ଟେନ), ଯଶସ୍ୱୀ ଜୟସୱାଲ, କେ.ଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ବରନ, କରୁଣ ନାୟର, ରବିନ୍ଦ୍ର ଜାଡେଜା, ଧ୍ରୁଭ ଜୁରେଲ (wk), ୱାଶିଂଟନ୍ ସୁନ୍ଦର, ଶାର୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରଶିଦ୍ଧ କୃଷ୍ଣା, ଆଦାଶ ଦ୍ବୀପ, କୁଲଦୀପ ୟାଦବ, ଅନସୁଲ କାମ୍ବୋଜ, ଅର୍ଶଦୀପ ସିଂ, ଏନ ଜଗଦିସନ (wk) ।