ଭୁବନେଶ୍ୱର, ୧୨ା୮(ଓଡ଼ିଶା ଭାସ୍କର): ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳନ ହୁଏ । ଚଳିତବର୍ଷ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରାଯିବ । କିନ୍ତୁ କରୋନା କଟକଣା ଭିତରେ ସ୍ୱାଧୀନତା ଦିବସ ପାଳନ କରାଯିବ । ତେବେ ଜାଣନ୍ତୁ କେଉଁ ଜିଲ୍ଳାରେ କିଏ ପତାକା ଉତ୍ତୋଳନ କରିବେ
ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁରୀରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, କଟକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଖୋର୍ଦ୍ଧାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କନ୍ଧମାଳରେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ, ଗଞ୍ଜାମରେ ମନ୍ତ୍ରୀ ପଦ୍ମନାଭ ବେହେରା, ମାଲକାନଗିରିରେ ମନ୍ତ୍ରୀ ପ୍ରତାପ ଜେନା, ଅନୁଗୁଳରେ ମନ୍ତ୍ରୀ ଅଶୋକ ପଣ୍ଡା ପତାକା ଉତ୍ତୋଳନ କରିବେ ।