fbpx

ସାଫ୍ ଚାମ୍ପିଅନ୍‌ସିପ୍‌ରେ ଲଗାତାର ଦ୍ୱିତୀୟ ବିଜୟ ସହ ସେମିଫାଇନାଲରେ ଭାରତ

ବେଙ୍ଗାଲୁରୁ : ଭାରତ ଲଗାତର ଦ୍ୱିତୀୟ ବିଜୟ ହାସଲ ସହିତ ଏଠାରେ ଚାଲିଥିବା ସାଫ୍ ଫୁଟବଲ ଚାମ୍ପିଅନ୍‌ସିପ୍‌ ସେମିଫାଇନାଲରେ ପ୍ରବେଶ କରିଛି। ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ତାନକୁ ୪-୦ରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଥିବା ଗତଥର ଟାଇଟଲ ବିଜେତା ଭାରତ ଶନିବାର ସ୍ଥାନୀୟ ଶ୍ରୀକାନ୍ତିରାଭା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଦ୍ୱିତୀୟ ଗ୍ରୁପ୍‌ ପର୍ଯ୍ୟାୟ ଲିଗ୍ ମ୍ୟାଚ୍‌ରେ ନେପାଳକୁ ୨-୦ ଗୋଲ୍‌ରେ ହରାଇଛି।

ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ହ୍ୟାଟ୍ରିକ୍ ଅର୍ଜ୍ଜନ କରିଥିବା ଅଧିନାୟକ ସୁନୀଲ ଛେତ୍ରୀ ଆଜିର ମ୍ୟାଚ୍‌ରେ ମଧ୍ୟ ନିଜର କମାଲ ଦେଖାଇ ଭାରତ ପାଇଁ ଗୋଟିଏ ଗୋଲ୍‌ ସ୍କୋର କରିଥିବା ବେଳେ ମହେଶ ସିଂ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ନେପାଳ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ଗୋଟିଏ ଗୋଲ ପରିଶୋଧ କରିପାରି ନଥିଲେ।

ଏହି ପରାଜୟ ସହିତ ନେପାଳର ସେମିଫାଇନାଲ ଖେଳିବା ଆଶା ମଧ୍ୟ ଶେଷ ହୋଇଯାଇଛି। ଅନ୍ତିମ ଗୋଲ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତ ଶୀର୍ଷ ସ୍ଥାନ ଦଖଲ ପାଇଁ କୁଏତ ବିପକ୍ଷରେ ଜୋରଦାର ଲଢ଼େଇ କରିବାକୁ ପଡିବ। ଶନିବାର ଅନୁଷ୍ଠିତ ଗ୍ରୁପ୍‌ ବିର ଆଉ ଏକ ଲିଗ୍ ମ୍ୟାଚ୍‌ରେ ପାକିସ୍ତାନକୁ ୪-୦ ଗୋଲରେ ହରାଇବା ସହିତ କୁଏତ ସେମିଫାଇନାଲ ଖେଳିବା ଆଶା ଉଜ୍ଜ୍ୱଳ କରିଛି। ସାଫ୍ ଫୁଟବଲରେ ଆଜି ପର୍ଯ୍ୟନ୍ତ ଟାଇଟଲ ହାସଲ କରି ପାରିନଥିବା ପାକିସ୍ତାନର ସେମିଫାଇନାଲ ଖେଳିବା ଆଶା ମଧ୍ୟ ଧୂଳିସାତ୍ ହୋଇଯାଇଛି ।

Get real time updates directly on you device, subscribe now.