ଟସ୍ ହାରି ୱେଷ୍ଟଇଣ୍ଡିଜର ବିଶ୍ୱ ରେକର୍ଡ ଭାଙ୍ଗିଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟିକିଆ ଟେଷ୍ଟ ସିରିଜ୍ ବର୍ତ୍ତମାନ 1-1 ରେ ବରାବର ଅଛି।

ପ୍ରଥମ ମ୍ୟାଚ୍ ଇଂଲଣ୍ଡ 5 ୱିକେଟରେ ଜିତିଥିଲା। ଏହା ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ୍ 336 ରନରେ ଜିତି ଫର୍ମକୁ ଫେରିଥିଲା। ବର୍ତ୍ତମାନ ତୃତୀୟ ମ୍ୟାଚ୍ ଲର୍ଡସର ଐତିହାସିକ ଗ୍ରାଉଣ୍ଡରେ ଦୁଇ ଦଳ ମଧ୍ୟରେ ଖେଳାଯାଉଛି।

ଏହି ମ୍ୟାଚ୍ ରେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ଟସ୍ ହାରି ଭାରତ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛି।

ଭାରତୀୟ କ୍ରିକେଟ୍ ଟିମ୍ ଲଗାତାର ଟସ୍ ହାରିଲା: ଆନ୍ତର୍ଜାତୀୟ କ୍ରିକେଟ୍ ରେ ଭାରତୀୟ କ୍ରିକେଟ୍ ଟିମ୍ ଲଗାତାର ୧୩ଟି ମ୍ୟାଚ୍ ରେ ଟସ୍ ହାରିଛି। ଭାରତ ୩୧ ଜାନୁଆରୀ ୨୦୨୫ ରୁ ୧୦ ଜୁଲାଇ ୨୦୨୫ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ରେ ଏହି ଟସ୍ ହାରିଛି।

ଏହା ସହିତ ଭାରତ ୱେଷ୍ଟଇଣ୍ଡିଜ୍ ର ବିଶ୍ୱ ରେକର୍ଡ ମଧ୍ୟ ଭାଙ୍ଗିଛି। ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍ ରେ ସର୍ବାଧିକ ଲଗାତାର ଟସ୍ ହାରିବାର ରେକର୍ଡ ୱେଷ୍ଟଇଣ୍ଡିଜ୍ ନାମରେ ଥିଲା। ୱେଷ୍ଟୱିଣ୍ଡିଜ୍ ୨ ଫେବୃଆରୀ ୧୯୯୯ ରୁ ୨୧ ଏପ୍ରିଲ ୧୯୯୯ ମଧ୍ୟରେ ଲଗାତାର ୧୨ଟି ମ୍ୟାଚ୍ ରେ ଟସ୍ ହାରିଥିଲା।

ଇଂଲଣ୍ଡ ଗସ୍ତରେ ଭାରତ ତିନୋଟି ଟସ୍ ହାରିଛି: ଭାରତ କ୍ରମାଗତ ଭାବରେ ୧୩ଟି ମ୍ୟାଚରେ ଟସ୍ ହାରିଛି। ଏଥିମଧ୍ୟରୁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ୮ ଥର, ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ତିନି ଥର ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଦୁଇ ଥର ଟସ୍ ହାରିଛି।

ଇଂଲଣ୍ଡ ଗସ୍ତରେ ଭାରତ ଏହାର ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳୁଛି ଏବଂ ତିନୋଟି ମ୍ୟାଚ୍‌ରେ ଭାରତ ଗିଲଙ୍କ ଅଧିନାୟକତ୍ୱରେ ଟସ୍ ହାରିଛି।