fbpx

ଉଷୁନା ଚାଉଳ ରପ୍ତାନୀ ଉପରେ ୨୦% କର ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ଖାଦ୍ୟ ପଦାର୍ଥର ଦରଦାମ୍ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କିଛି ଦିନ ତଳେ ଅଣ-ବାସୁମତି ଚାଉଳ ରପ୍ତାନୀ ଉପରେ ସାମୟୀକ ପ୍ରତିବନ୍ଧକ ଲଗାଇଥିଲେ । ଶୁକ୍ରବାର ସରକାର ପୁଣି ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ଯେ, ଉଷୁନା ଚାଉଳ ରପ୍ତାନୀ ଉପରେ ସରକାର ୨୦% ଶୁଳ୍କ ଲଗାଇଛନ୍ତି ।

ଏହି ନୂଆ ଶୁଳ୍କ ତତ୍କାଳ ଲାଗୁ ହେବ ବୋଲି ଅର୍ଥ ମନ୍ତ୍ରଳାୟ ପକ୍ଷରୁ କୁହାଯାଇଛି, ଯେଉଁ ବ୍ୟବସାୟୀମାନେ ବିଜ୍ଞପ୍ତି ପ୍ରକାଶ ପୁର୍ବରୁ ରପ୍ତାନୀ ପାଇଁ ଚୁକ୍ତି କରିଛନ୍ତି ସେମାନେ ୧୫ ଅକ୍ଟୋବର ପର୍ଯ୍ୟନ୍ତ ପୁରୁଣା ଶୁନ୍ୟ କରରେ ସେମାନଙ୍କର ଦ୍ରବ୍ୟ ନେଇପାରିବେ ।

ଅର୍ଥ ମନ୍ତ୍ରଳାୟର ସୂଚନା ଅନୁଯାୟୀ ଏହି ନିଷ୍ପତି ଅକ୍ଟୋବର ୧୬ ତାରିଖରୁ ଲାଗୁ ହେବ । ତେବେ ଅଗଷ୍ଟ ୨୫ ସୁଦ୍ଧା କଷ୍ଟମ ଷ୍ଟେସନ୍ ଆସିଥିବା ଦ୍ରବ୍ୟକୁ ମଧ୍ୟ ପୁରୁଣା ଶୁଳ୍କରେ ରପ୍ତାନୀ ପାଇଁ ଅନୁମତି ମିଳିବ । ତେବେ ଏଥିପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କଠାରୁ ଆବଶ୍ୟକ ଅନୁମତି ମିଳିବା ଦରକାର ।

ଅଣ-ବାସୁମତି ଚାଉଳ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ପରେ ଉଷୁନା ଚାଉଳ ଉପରେ ପ୍ରତିବନ୍ଧକ ଲଗାଇବାର ଉଦେଶ୍ୟ ହେଉଛି ଦେଶର ବୃଦ୍ଧି ପାଉଥୁବା ଦରଦାମ୍ ଉପରେ ନିୟନ୍ତ୍ରଣ ଲଗାଇବା । ଯାହାଦ୍ୱାରା ଦେଶରେ ସୃଷ୍ଟି ହୋଇଥିବା ସାମାୟୀକ ମୁଦ୍ରାସ୍ପିତୀ ନିୟନ୍ତ୍ରଣ କରାଯାଇପାରିବ ।

ଏହାପୁର୍ବରୁ ଜୁଲାଇ ୨୦ ତାରିଖରେ କେନ୍ଦ୍ର ସରକାର ଅଣ୦ବାସୁମତି ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ । କୃଷ୍ଣ ସାଗର ଶସ୍ୟ ଚୁକ୍ତିରୁ ଋଷ ଓହରି ଯିବାରୁ ୩ ଦିନ ପରେ କେନ୍ଦ୍ର ସରକାର ଏହି ନିଷ୍ପତି ନେଇଥିଲେ । ଗତ ଏପ୍ରିଲଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଉଷୁନା ଚାଉଳର ଦାମ୍ ୧୯% ବୃଦ୍ଧି ପାଇଥିବା ବେଳେ ଆନ୍ତର୍ଜାତୀୟ ବଜାରରେ ଏହା ୨୬% ବୃଦ୍ଧି ପାଇଛି । ସମାନ ସମୟରେ ଚାଉଳ ରପ୍ତାନୀ ୨୧% କୁ ହ୍ରାସ ପାଇଛି ଯାହା ପୁର୍ବର ବର୍ଷ ସମୟରେ ୩୫% ଥିଲା ।

Get real time updates directly on you device, subscribe now.