fbpx

ସାରା ଦେଶ ପାଳୁଛି ୭୨ ତମ ସାଧାରଣତନ୍ତ୍ର ଦିବସ

Advertisement

ନୂଆଦିଲ୍ଲୀ,୨୬ ।୧: ଆଜି ଦେଶ ପାଳୁଛି ୭୨ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀ ରାଜପଥରେ ବାହାରିବ ଐତିହାସିକ ପରେଡ । ରାଜପଥରେ ନିଜର ଦମ୍ ଦେଖାଇବ ରାଫେଲ । କୋଭିଡକୁ ଦୃଷ୍ଟିରେ ରଖି ଦିଲ୍ଲୀ ସମେତ ସାରା ଦେଶରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ତେବେ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ରାଜପଥରେ ୧୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପ୍ରଜ୍ଞାପନ ମେଢ଼, ପ୍ରତିରକ୍ଷା ମନ୍ତ୍ରାଳୟର ୬ଟି ମେଢ଼, ଅନ୍ୟ କେନ୍ଦ୍ର ମନ୍ତ୍ରାଳୟ ଓ ଅର୍ଦ୍ଧସୈନିକ ବଳର ୯ଟି ମେଢ଼ ସମେତ ମୋଟ ୩୨ଟି ପ୍ରଜ୍ଞାପନ ମେଢ଼ ଦେଶର ସମୃଦ୍ଧ ସାଂସ୍କୃତିକ ସଂପତ୍ତି, ଆର୍ଥିକ ଉନ୍ନତି ଓ ସୈନ୍ୟ ବଳ ପ୍ରଦର୍ଶିତ ହେବ ।

Get real time updates directly on you device, subscribe now.