fbpx

ଭାରତ ହେଉଛି ବିଦେଶୀ ନିବେଶକଙ୍କ ପ୍ରିୟ ଠିକଣା, ଏଫଡିଆଇ ରିପୋର୍ଟରେ ଖୁଲାସା

ନୂଆଦିଲ୍ଲୀ: ସମ୍ପ୍ରତି ବିଦେଶୀ ନିବେଶକଙ୍କ ପାଇଁ ଭାରତ ସବୁଠାରୁ ସୁରକ୍ଷିତ ଠିକଣା ହୋଇଛି । ଏକଥା କହିଛି ପ୍ରତ୍ୟକ୍ଷ ବିଦେଶୀ ନିବେଶ ବା ଏଫଡିଆଇ । ଏଫଡିଆଇର ତାଜା ରିପୋର୍ଟ ଓ ଏଥିରେ ଉଲ୍ଲେଖ ସଂଖ୍ୟା ଏହା ସ୍ପଷ୍ଟ କରୁଛି । ଏଥିରେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ତିନି ମାସରେ ଜବରଦସ୍ତ ଅଭିବୃଦ୍ଧି ଦେଖିବାକୁ ମିଳିଛି । ସରକାରୀ ଆକଳନ ମୁତାବକ, ଏହି ନିବେଶ ୪୭ ପ୍ରତିଶତରୁ ଅଧିକ ବୃଦ୍ଧି ଘଟି ୧୬.୧୭ ଆରବ ଡଲାର ରିପୋର୍ଟ କରିଛି । ଏହି ନିବେଶକ ଆମେରିକାରୁ ଆରମ୍ଭ କରି ୟୁଏଇ ପର୍ଯ୍ୟନ୍ତ ରହିଛନ୍ତି ।

ଏଫଡିଆଇର ପ୍ରଥମ ତିନି ମାସର ରିପୋର୍ଟ ମୁତାବକ, ସରକାର ଜାରି କରିଥିବା ଏଫଡିଆଇ ଇନଫ୍ଲୋ ମୁତାବକ, ଏପ୍ରିଲ-ଜୁନ ମଧ୍ୟରେ ଭାରତକୁ ଆସୁଥିବା ଏଫଡିଆଇର ବାର୍ଷିକ ରିପୋର୍ଟ ଦର୍ଶାଉଛି କି, ଏହା ୪୭.୮ ପ୍ରତିଶତରୁ ଅଧିକ ହୋଇଛି, ଯାହା ୧୬.୧୭ ଆରବ ଡଲାରରେ ପହଞ୍ଚି ଯାଇଛି । ଏହି ସଂଖ୍ୟା ବିଗତ ଆର୍ଥିକ ବର୍ଷର ଚଳିତ ପର୍ଯ୍ୟାୟରେ ଥିଲା ୧୦.୯୪ ଆରବ ଡଲାର । ନିବେଶର ଏହି ଆକଳନକୁ ଦେଖି କୁହାଯାଇପାରେ କି, ଏବେ ବିଦେଶୀ ନିବେଶକଙ୍କ ପ୍ରିୟ ଠିକଣା ହୋଇଛି ଭାରତ ।

ଭାରତରେ ବିଦେଶୀ ନିବେଶକଙ୍କ ଦ୍ୱାରା ହେଉଥିବା ପ୍ରତ୍ୟକ୍ଷ ନିବେଶର ଅଧିକାଂଶ ନିବେଶ ସର୍ଭିସ ସେକ୍ଟର, କମ୍ପ୍ୟୁଟର, ଟେଲିକମ ଓ ଫାର୍ମା ସେକ୍ଟରରେ ହେଉଛି । ଗତ ମେ ମାସରେ ବିଦେଶୀ ନିବଶକଙ୍କ ଦ୍ୱାରା ଦେଶରେ ହୋଇଥିବା ନିବେଶ ୫.୮୫ ଆରବ ଡଲାର ଥିବା ବେଳେ ଜୁନରେ ଏହା ୫.୪୧ ଆରବ ଡଲାର ଥିଲା । ଏଠାରେ କହି ରଖୁଛୁ ଯେ, କୌଣସି ଦେଶର କମ୍ପାନୀ ଅନ୍ୟ ଦେଶରେ କରିଥିବା ନିବେଶକୁ ପ୍ରତ୍ୟକ୍ଷ ନିବେଶ କୁହାଯାଏ ।

Get real time updates directly on you device, subscribe now.