ନୂଆଦିଲ୍ଲୀ: ଦ୍ୱିତୀୟ ଟି-୨୦କୁ ୮୨ ରନରେ ଏକ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ମାତ୍ର ୮୭ ରନରେ ସାଉଥ ଆଫ୍ରିକାକୁ ଅଲ ଆଉଟ କରି ସିରିଜକୁ ୨-୨ରେ ବରାବର କରିଛି ଭାରତ । ତେବେ ଏହି ମ୍ୟାଚରେ ଆବେଶ ଖାନ ଦେଖାଇଛନ୍ତି ନିଜର ଦମ । ୪ ଓଭରରେ ମାତ୍ର ୧୮ ରନ ଦେଇ ଆଫ୍ରିକାର ୪ ଜଣ ବ୍ୟାଟ୍ସମ୍ୟାନ ପାଭିଲିୟନର ରାସ୍ତା ଦେଖାଇଛନ୍ତି ।
.@Avesh_6 scalped 4⃣ wickets and was our top performer from the second innings of the fourth @Paytm #INDvSA T20I. 👏 👏 #TeamIndia
A summary of his performance 🔽 pic.twitter.com/4ExtPvIlTB
— BCCI (@BCCI) June 17, 2022
୧୭୦ ରନର ଲକ୍ଷ୍ୟ ନେଇ ପଡିଆକୁ ଆସିଥିବା ସାଉଥ ଆଫ୍ରିକା ଖୁବ ଶୀଘ୍ର ଏକ ଝଟକା ପାଇଥିଲା । ଅଧିନାୟକ ତେମ୍ବା ବାଭୂମା ଆହତ ହୋଇ ଫେରି ଯାଇଥିଲେ । ବୋଧହୁଏ ଏହିଠାରେ ବ୍ୟାକଫୁଟକୁ ଚାଲିଯାଇଥିଲା ସାଉଥ ଆଫ୍ରିକା । ଏହାପରେ କୌଣସି ଖେଳାଳି ପଡିଆରେ ବେଶୀ ସମୟ ତିଷ୍ଠି ପାରି ନଥିଲେ । ଯାହାର ସୁଯୋଗ ନେଇଥିଲେ ଭାରତୀୟ ବୋଲର । ଗୋଟିଏ ପରେ ଗୋଟିଏ ଝଟକା ଦେଇ ସାଉଥ ଆଫ୍ରିକାକୁ ଖେଳରେ କମବ୍ୟାକର ସୁଯୋଗ ଦେଇ ନାହାନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ ରାଶି ଭାନ ଦର ହୁସେନ ସର୍ବାଧିକ ୨୦ ରନ କରିବାରେ ସଫଳ ହୋଇଛନ୍ତି । ତାଙ୍କ ବ୍ୟତୀତ କ୍ୱିଣ୍ଟନ ଡି କକ୍ ୧୪ ଏବଂ ମାକ୍ରୋ ଜାନସେନ ୧୨ ରନ କରିଛନ୍ତି । ଏମାନଙ୍କ ବ୍ୟତୀତ କୌଣସି ଖେଳାଳି ଦୁଇ ଅଙ୍କ ଚୁଇଁବାରେ ସଫଳ ହୋଇ ପାରି ନାହାନ୍ତି । ଫଳରେ ଏହି ମ୍ୟାଚରେ ୮୨ ରନର ଏକ ବୃହତ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହି ବିଜୟ ସହ ଦଳ ସିରିଜକୁ ୨-୨ରେ ବରାବର କରିଛି ।
Clinical win for #TeamIndia in Rajkot! 👏 👏
The @RishabhPant17-led unit beat South Africa by 82 runs to level the series 2-2. 🙌 🙌
Scorecard ▶️ https://t.co/9Mx4DQmACq #INDvSA | @Paytm pic.twitter.com/fyNIlEOJWl
— BCCI (@BCCI) June 17, 2022
ସେପଟେ ଭାରତୀୟ ଦଳ ପକ୍ଷରୁ ଦ୍ରୁତ ବୋଲର ଆବେଶ କାନ ଆଜି ଦକ୍ଷିଶ ଆଫ୍ରିକା ପାଇଁ ଦୁଃସ୍ୱପ୍ନ ପାଲଟିଛନ୍ତି । ୪ ଓଭରରେ ମାତ୍ର ୧୮ ରନ ବ୍ୟୟ କରି ହାସଲ କରିଛନ୍ତି ୪ ଗୋଟି ୱିକେଟ । ଆବେଶ ଖ।।ନଙ୍କ ବ୍ୟତୀତ ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ୨ଟି ୱିକେଟ ନିଜ ନାମରେ କରିଛନ୍ତି । ତାଙ୍କ ସହିତ ହର୍ଷଲ ପଟେଲ ଏବଂ ଅକ୍ଷର ପଟେଲ ମଧ୍ୟ ଏହି ମ୍ୟାଚରେ ଗୋଟିଏ ଲେଖାଏଁ ଶିକାର କରିଛନ୍ତି ।