fbpx

ୟୁଏନର ଏହି ଲିଷ୍ଟରୁ ୧୨ ବର୍ଷ ପରେ ହଟିଲା ଭାରତର ନାଁ: ରିପୋର୍ଟରେ ମୋଦୀ ସରକାରଙ୍କ ପ୍ରଶଂସା

Advertisement

ନୂଆଦିଲ୍ଲୀ: ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଶିଶୁଙ୍କ ଉତ୍ତମ ସୁରକ୍ଷା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରି ପିଲାଙ୍କ ଉପରେ ସଶସ୍ତ୍ର ସଂଘର୍ଷର ପ୍ରଭାବକୁ ନେଇ ନିଜର ବାର୍ଷିକ ରିପୋର୍ଟରୁ ଭାରତର ନାମ ହଟାଇଛନ୍ତି ।

ଗତ ବର୍ଷ ଗୁଟେରସଙ୍କ ପକ୍ଷରୁ ରିପୋର୍ଟରେ କୁହାଯାଇଥିଲା ଯେ, ସେମାନେ ତାଙ୍କ ସ୍ୱତନ୍ତ୍ର ପ୍ରତିନିଧୀଙ୍କ ସହ ଭାରତ ସରକାରଙ୍କ ଅଂଶଗ୍ରହଣକୁ ସ୍ୱାଗତ କରିଛନ୍ତି ଏବଂ ଭବିଷ୍ୟତରେ ଏହି ରିପୋର୍ଟରୁ ଭାରତର ନାମ ହଟାଯାଇପାରିବ । ଶିଶୁ ତଥା ସଶସ୍ତ୍ର ବିବାଦ ଉପରେ ୨୦୨୩ ରିପୋର୍ଟରେ ଜାତିସଂଘର ମୁଖ୍ୟ କହିଛନ୍ତି ଯେ, ଶିଶୁମାନଙ୍କର ଉତ୍ତମ ସୁରକ୍ଷା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ବିଚାର କରି ୨୦୨୩ ରିପୋର୍ଟରୁ ଭାରତର ନାମ ହଟାଇ ଦିଆଯାଇଛି ।

ମିଳିତ ଜାତିସଂଘର ଅଂଶଗ୍ରହଣରେ
ଶିଶୁ ସୁରକ୍ଷାକୁ ଦୃଢ଼଼ କରିବା ଉପରେ ଆଣ୍ଟୋନିଓ ଗୁଟେରସ୍ ଜୁଲାଇ ୨୦୨୨ ରେ ଶିଶୁ ସୁରକ୍ଷା ପାଇଁ ସହଯୋଗ କ୍ଷେତ୍ର ଚିହ୍ନଟ କରିବା ପାଇଁ ତାଙ୍କ ସ୍ୱତନ୍ତ୍ର ପ୍ରତିନିଧୀଙ୍କ କାର୍ଯ୍ୟାଳୟର ବୈଷୟିକ ମିଶନ ମିଳିତ ଜାତିସଂଘର ଯୋଗଦାନ ସହ ସରକାରଙ୍କ ଦ୍ୱାରା ଗତ ବର୍ଷ ନଭେମ୍ବରରେ ଜାମ୍ମୁ କାଶ୍ମୀରରେ ଆୟୋଜିତ କର୍ମଶାଳାକୁ ଆଲୋକିତ କରାଯାଇଥିଲା । ନିଜର ହାଲିଆ ରିପୋର୍ଟରେ ସେ ଭାରତରେ ନିଜର ବିଶେଷ ପ୍ରତିନିଧୀ ତଥା ମିଳିତ ଜାତିସଂଘର ପରାମର୍ଶ ଅନୁଯାୟୀ ଅବଶିଷ୍ଟ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ଆହ୍ୱାନ କରିଛନ୍ତି ।

ରିପୋର୍ଟରୁ ଭାରତର ନାମ ହଟାଇବାକୁ ଅନୁମତି ଦିଆଯାଇଛି
ଶିଶୁ ଏବଂ ସଶସ୍ତ୍ର ବିବାଦ ଉପରେ ମୁଖ୍ୟ ଶାସନ ସଚିବଙ୍କ ସ୍ୱତନ୍ତ୍ର ପ୍ରତିନିଧୀ ଭର୍ଜିନିଆ ଗାମ୍ବା ମଙ୍ଗଳବାର ଦିନ ଗଣମାଧ୍ୟମକୁ କହିଛନ୍ତି ଯେ, ଆମେ ଗତ ଦୁଇ ବର୍ଷ ଧରି ଭାରତ ସହ ଘନିଷ୍ଠ ସହଯୋଗରେ କାର୍ଯ୍ୟ କରୁଛୁ । ସେ କହିଛନ୍ତି, ଭାରତ ଏହାର ମୁକାବିଲା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ସେ କହିଛନ୍ତି େ. ଦେଶ ସୂଚାଇ ଦେଇଛି ଯେ ଏହି ଦିଗରେ କାର୍ଯ୍ୟ କରିବାକୁ ଏବଂ ଏଭଳି ପଦକ୍ଷେପ ନେବାକୁ ପ୍ରସ୍ତୁତ, ଯାହା ଦୀର୍ଘ ଦିନରେ ପ୍ରଭାବଶାଳୀ ହେବ, ସେଥିପାଇଁ ଏହି ରିପୋର୍ଟରୁ ଭାରତର ନାମ ହଟାଇବାକୁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.