କମ୍ପିବ ଆରବସାଗର; ଗୋଟିଏ ସମୟରେ ସମରାଭ୍ୟାସ କରିବେ ଭାରତ-ପାକିସ୍ତାନର ନୌସେନା

ଆସନ୍ତାକାଲି ପାକିସ୍ତାନ ସୀମାରେ ଦମ୍‌ ଦେଖାଇବ ଭାରତର ନୌସେନା ।ଏଥିପାଇଁ ଉଭୟ ଦେଶ ନାଭିଗେସନ୍ କ୍ଷେତ୍ର ଚେତାବନୀ ଜାରି କରିଛନ୍ତି।

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ 11 ତାରିଖରେ ପାକିସ୍ତାନ ସୀମାରେ ଦମ୍‌ ଦେଖାଇବ ଭାରତର ନୌସେନା । ଆରବ ସାଗରରେ ଉଭୟ ଭାରତ ଓ ପାକିସ୍ତାନର ନୌସେନା ସମରାଭ୍ୟାସ ପାଇଁ ପ୍ରସ୍ତୁତ ହେଉଛନ୍ତି ।  ଏଥିପାଇଁ ଉଭୟ ଦେଶ ନାଭିଗେସନ୍ କ୍ଷେତ୍ର ଚେତାବନୀ ଜାରି କରିଛନ୍ତି। ଏହାକୁ ନେଇ ଉତ୍ତେଜନା ବଢିବାର ଆଶଙ୍କା ରହିଛି ।

ଅପରେସନ ସିନ୍ଦୂର ଓ ଭାରତ-ପାକିସ୍ତାନ ଯୁଦ୍ଧ ବିରତିକୁ ଇତି ମଧ୍ୟରେ ତିନିମାସ ବିତିଯାଇଥିଲେ ବି ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଏବେବି ଜାରି ରହିଛି । ଏପରିକି ଆଜି ଭାରତର ସେନାଧ୍ୟକ୍ଷ କହିଛନ୍ତି ଯେ, ଆଗାମୀ ଯୁଦ୍ଧ ଖୁବଶୀଘ୍ର ହୋଇପାରେ ।

ଭାରତ ଏବଂ ପାକିସ୍ତାନୀ ନୌସେନା ଏକା ସମୟରେ ନିଜ ନିଜ ଜାହାଜରୁ ଗୁଳିଚାଳନା ଅଭ୍ୟାସ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ଉଭୟ ଦେଶ ନାଭିଗେସନ୍ କ୍ଷେତ୍ର ଚେତାବନୀ ଜାରି କରିଛନ୍ତି। ପାକିସ୍ତାନ ଦ୍ୱାରା ଜାରି କରାଯାଇଥିବା ନାଭାରିଆ ଚେତାବନୀ ଅନୁଯାୟୀ, ସାମୁଦ୍ରିକ ଯାତାୟାତକୁ ଅଗଷ୍ଟ ୧୧ ସକାଳ ୪ଟାରୁ ଅଗଷ୍ଟ ୧୨ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଅଭ୍ୟାସ କ୍ଷେତ୍ରରୁ ଦୂରେଇ ରହିବାକୁ ଚେତାବନୀ ଦିଆଯାଇଛି।