Super-4 Round: ପାକିସ୍ତାନ ଅଧିନାୟକଙ୍କୁ ପୁଣି ଅଣଦେଖା କଲେ ସୂର୍ଯ୍ୟକୁମାର: ନାଁ ମୁହଁକୁ ଚାହିଁଲେ; ନାଁ ହାତ ମିଳାଇଲେ…

`ଦୁବାଇ: ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପୁଣି ଥରେ ପାକିସ୍ତାନ ଅଧିନାୟକ ସଲମାନ ଆଗାଙ୍କୁ ଅଣଦେଖା କରିଛନ୍ତି। ଟସ୍ ସମୟରେ ସୂର୍ଯ୍ୟ ପୁଣି ଥରେ ପାକିସ୍ତାନୀ ଅଧିନାୟକଙ୍କ ସହ ହାତ ମିଳାଇ ନଥିଲେ କିମ୍ବା ମୁହଁକୁ ଚାହିଁ ନଥିଲେ।

ଭାରତର ପ୍ଲେଇଂ ଏକାଦଶ
ଅଭିଷେକ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ସଞ୍ଜୁ ସାମସନ (ୱିକେଟକିପର), ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଜସପ୍ରିତ ବୁମରାହ, କୁଲଦୀପ ଯାଦବ ଏବଂ ବରୁଣ ଚକ୍ରବର୍ତ୍ତୀ

ପାକିସ୍ତାନର ପ୍ଲେଇଂ ଏକାଦଶ
ସାମ ଆୟୁବ, ସାହିବଜାଦା ଫରହାନ, ଫଖର ଜମାନ, ସଲମାନ ଆଗା (ଅଧିନାୟକ), ହୁସେନ ତଲାଟ, ମହମ୍ମଦ ହାରିସ (ୱିକେଟକିପର), ମହମ୍ମଦ ନୱାଜ, ଫହୀମ ଆଶ୍ରଫ, ଶାହିନ ଆଫ୍ରିଦି, ହାରିସ ରୌଫ ଏବଂ ଅବରାର ଅହମଦ

ଭାରତ ଟସ୍ ଜିତିଛି
ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବ। ଜସପ୍ରିତ ବୁମରାହ ଏବଂ ବରୁଣ ଚକ୍ରବର୍ତ୍ତୀ ଟିମ୍ ଇଣ୍ଡିଆକୁ ଫେରିଛନ୍ତି। ପାକିସ୍ତାନ ମଧ୍ୟ ଦୁଇଟି ପରିବର୍ତ୍ତନ କରିଛି।

ବିଷ୍ୟବାଣୀ 
ସମ୍ବାଦ ସଂସ୍ଥା ANI ସହିତ କଥାବାର୍ତ୍ତା କରି, ରାଜୀବ ଶୁକ୍ଲା ଆତ୍ମବିଶ୍ୱାସର ସହିତ ଘୋଷଣା କରିଛନ୍ତି, “ଭାରତ ମ୍ୟାଚ୍ ଜିତିବ।” ଶୁକ୍ଲା ନିସନ୍ଦେହରେ କହିଥିଲେ ଯେ ଭାରତୀୟ ଦଳ ମ୍ୟାଚ୍ ଜିତିବ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନୀ ଦଳ କୌଣସି ପରିସ୍ଥିତିରେ ଭାରତ ବିରୁଦ୍ଧରେ ଠିଆ ହୋଇପାରିବ ନାହିଁ।