fbpx

WTC Final ପୁର୍ବରୁ ଟେଷ୍ଟରେ ଟପ୍‌ରେ ପହଞ୍ଚିଲା ଭାରତ: ଶେଷ ହେଲା ଅଷ୍ଟ୍ରେଲିଆର ୧୫ ମାସର ଦବଦବା

ନୂଆଦିଲ୍ଲୀ: ଭାରତ ଟେଷ୍ଟ ର‌୍ୟାଙ୍କିଙ୍ଗ୍‌ରେ ପ୍ରଥମ ସ୍ଥାନ ହାସଲ କରିଛି । ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଭାରତୀୟ ଟିମ୍ ବାର୍ଷିକ ର‌୍ୟାଙ୍କିଙ୍ଗ୍ ଅପଡେଟ୍‌ରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଦେଇଛି । ଅଷ୍ଟ୍ରେଲିଆ ଟିମ୍ ଲଗାତାର ୧୫ ମାସ ଧରି ଟେଷ୍ଟ ର‌୍ୟାଙ୍କିଙ୍ଗ୍ ତାଲିକାରେ ପ୍ରଥମ ସ୍ଥାନରେ ଥିଲା । ଆଗାମୀ ମାସରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସୀପ ଫାଇନାଲ ପୁର୍ବରୁ ଏହି ସଫଳତା ଭାରତୀୟ ଟିମ୍‌ର ମନୋବଳ ବୃଦ୍ଧି କରିବ ।

ସେହିପରି ଟି-୨୦ ର‌୍ୟାଙ୍କିଙ୍ଗ୍‌ରେ ଭାରତର କରିସ୍ମା ଜାରି ରହିଛି ଏବଂ ପୁର୍ବ ପରି ପ୍ରଥମ ସ୍ଥାନରେ ରହିଛି । ସେହିଭଳି ଦିନିକିଆରେ ଭାରତ ତୃତୀୟ ସ୍ଥାନରେ ରହିଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନସୀପ ଫାଇନାଲ ଜୁନ୍ ୭ ରେ ଖେଳାଯିବ ।

ଏହା ପୁର୍ବରୁ ୧୨୨ ରେଟିଂ ପଏଣ୍ଟ ସହିତ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ଥିଲା ଏବଂ ଭାରତର ରେଟିଂ ୧୧୯ ପଏଣ୍ଟ ଥିଲା । ଏବେ କିନ୍ତୁ ବାର୍ଷିକ ର‌୍ୟାଙ୍କିଙ୍ଗ୍ ଅପଡେଟ୍ ସହିତ ଭାରତ ୧୨୧ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ପହଁଞ୍ଚି ଯାଇଛି । କିନ୍ତୁ ଅଷ୍ଟ୍ରେଲିଆର ରେଟିଂ ୧୧୬ ପଏଣ୍ଟକୁ ଖସିବା ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି ।

ଭାରତ ଏବଂ ଅଷ୍ଟ୍ରେଲିଆ ବାଦ୍ ଇଂଲଣ୍ଡ ୧୧୪ ରେଟିଂ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛି । ସେହିପରି ଦକ୍ଷିଣ ଆଫ୍ରିକା ଚତୁର୍ଥ ଏବଂ ପଞ୍ଚମରେ ନ୍ୟୁଜିଲାଣ୍ଡ ରହିଛି । ପାକିସ୍ତାନ ଟିମ୍ ତାଜା ପ୍ରକାଶିତ ର‌୍ୟାଙ୍କିଙ୍ଗରେ ଷଷ୍ଠ ସ୍ଥାନରେ, ଶ୍ରୀଲଙ୍କା ସପ୍ତମ ସ୍ଥାନରେ, ଅଷ୍ଟମ ସ୍ଥାନରେ ୱେଷ୍ଟଇଣ୍ଡିଜ, ନବମରେ ବାଂଲାଦେଶ ଏବଂ ଦଶମ ସ୍ଥାନରେ ଜିମ୍ବାୱେ ରହିଛି ।

Get real time updates directly on you device, subscribe now.