fbpx

ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ନିର୍ବାଚିତ ହେଲା ଭାରତ

ଅସନ୍ତୋଷ ବ୍ୟକ୍ତ କଲା ପାକିସ୍ତାନ

ମିଳିତ ଜାତିସଂଘ, ୧୮ା୬: ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟଭାବେ ନିର୍ବାଚିତ ହୋଇଛି ଭାରତ । ଭାରତ ଅସ୍ଥାୟୀ ସଦସ୍ୟପାଇଁ ନିର୍ବିରୋଧଭାବେ ନିର୍ବାଚିତ ହୋଇଛି । ଭାରତର କାର୍ଯ୍ୟକାଳ ଆସନ୍ତା ଜାନୁଆରୀ ମାସ ୧ ତାରିଖରୁ ଆରମ୍ଭ ହେବ । ୮ ବର୍ଷ ପରେ ଏହି ପଦକୁ ପୁଣି ଅକ୍ତିଆର କରିଛି ଭାରତ । ଏହାପୂର୍ବରୁ ୨୦୧୧-୧୨ରେ ଶେଷଥର ପାଇଁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟଭାବେ ଭାରତ ନିର୍ବାଚିତ ହୋଇଥିଲା । ପୂର୍ବରୁ ୧୯୫୦-୫୧, ୧୯୬୭-୬୮, ୧୯୭୨-୭୩, ୧୯୭୭-୭୮, ୧୯୮୪-୮୫, ୧୯୯୧-୯୨ରେ ମଧ୍ୟ ଭାରତ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲା । ଭାରତର ଏହି ଅଷ୍ଟମଥର ପାଇଁ ଭାରତ ଏହି ଗୁରୁତ୍ୱପୂର୍ଣ୍ଣ ଉପଲବ୍ôଧ ହାସଲ କରିଛି । ଏହା ଭାରତ ପାଇଁ ଏକ ବଡ଼ ଉପଲବ୍ଧି ହୋଇଥିଲେ ମଧ୍ୟ ପାକିସ୍ତାନ ଏହାକୁ ସହଜରେ ଗ୍ରହଣ କରିପାରି ନାହିଁ । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେସି କହିଛନ୍ତି ଯେ, ଭାରତ ଜାତିସଂଘ ଅସ୍ଥାୟୀ ସଦସ୍ୟ ପଦ ହାସଲ କରିବା ଆମ ପାଇଁ ଚିନ୍ତାର ବିଷୟ । ପ୍ରକାଶଯୋଗ୍ୟ, ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ମୋଟ ୧୫ ସଦସ୍ୟ ରାଷ୍ଟ୍ର ଅଛନ୍ତି । ଏଥିମଧ୍ୟରୁ ୫ଜଣ ସ୍ଥାୟୀ ସଦସ୍ୟ ରହିଛନ୍ତି । ସେମାନେ ହେଲେ ଆମେରିକା, ଋଷ୍‌, ଫ୍ରାନ୍ସ, ବ୍ରିଟେନ୍ ଏବଂ ଚୀନ୍ । ୧୦ଟି ଦେଶକୁ ଅସ୍ଥାୟୀ ସଦସ୍ୟଭାବେ ଗ୍ରହଣ କରାଯାଇଥାଏ । ପ୍ରତିବର୍ଷ ୫ ଅସ୍ଥାୟୀ ସଦସ୍ୟ ନିର୍ବାଚିତ ହୋଇଥାନ୍ତି । ଅସ୍ଥାୟୀ ସଦସ୍ୟଙ୍କ କାର୍ଯ୍ୟକାଳ ୨ ବର୍ଷ ଲେଖାଏଁ ରହିଥାଏ ।

Get real time updates directly on you device, subscribe now.