fbpx

କୋଭିଡ ଟିକାକରଣରେ ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ: କରୋନା କାଳରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଟିକାକରଣରେ ଆଜି ଇତିହାସ ରଚିଛି ଭାରତ । ଦେଶରେ ଆଜି ସୁଦ୍ଧା ଟିକାକରଣ ୧୦୦ କୋଟି ଟପିଛି । ଏଥିପାଇଁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡୱିୟା ଏକ ଗୀତ ଉନ୍ମୋଚନ କରିଥିବା ବେଳେ ଟିକାକରଣରେ ସଫଳତା ପାଇଁ ଲାଲକିଲ୍ଲାରେ ଉଡିବ ସବୁଠାରୁ ବଡ଼ ଜାତୀୟ ପତାକା । ସମ୍ପୂର୍ଣ୍ଣ ଖଦୀରେ ଏହି ପତାକା ତିଆରି କରାଯାଇଛି । ଚଳିତବର୍ଷ ଜାନୁଆରୀ ୧୬ରେ କୋଭିଡ ଟିକାକରଣ ଆରମ୍ଭ ହୋଇଥିଲା । ପ୍ରଥମେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ ଦିଆଯାଇଥିଲା ଓ ପରେ କରୋନା ଯୋଦ୍ଧା, ୪୫ ବର୍ଷରୁ ଅଧିକ ବୟସ୍କ ଓ ବହୁବିଦ୍ଧ ରୋଗରେ ପୀଡିତ ରୋଗୀମାନଙ୍କୁ ଟିକା ଦିଆଯାଇଥିଲା ।

ଏନେଇ ଦିଲ୍ଲୀ ଆରଏମଏଲ ହସ୍ପିଟାଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବେ । ଅନ୍ୟପଟେ ଟିକାକରଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡୱିୟା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.