IND vs AUSର ଦ୍ୱିତୀୟ ଟେଷ୍ଟ ସମୟ କରିନିଅନ୍ତୁ ନୋଟ୍‌, ବଦଳିବା ସମୟରେ ଆରମ୍ଭ ହେବ ମୁକାବିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ମିଶନ ଅଷ୍ଟ୍ରେଲିଆରେ ବର୍ତ୍ତମାନ ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତି ଚଳାଇଛି। ସିରିଜର ଦ୍ୱିତୀୟ ମ୍ୟାଚ ୬ ଡିସେମ୍ବରରେ ଏଡିଲେଡରେ ଆରମ୍ଭ ହେବ। ଏହାରି ମଧ୍ୟରେ ଭାରତ ପାଇଁ ଭଲ ଖବର ରହିଛି ଯେ, ରୋହିତ ଶର୍ମା କ୍ୟାପ୍ଟେନ ଭାବେ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି, ସେହିପରି ଶୁଭମନ ଗିଲ ମଧ୍ୟ ସୁସ୍ଥ ହୋଇଛନ୍ତି। ଅର୍ଥାତ ପୁରା ଟିମ ବର୍ତ୍ତମାନ ସଂପୂର୍ଣ୍ଣ ଭାବେ ଫିଟ ଅଛି ଏବଂ ଖେଳିବା ପାଇଁ ପ୍ରସ୍ତୁତ ଅଛି। ହେଲେ ଏଠାରେ ଧ୍ୟାନ ଦେବା କଥା ହେଉଛି ଯେ, ଦ୍ୱିତୀୟ ମୁକାବିଲା ପ୍ରଥମ ମ୍ୟାଚରେ ବଦଳିଥିବା ସମୟ ରେ ଆରମ୍ଭ ହେବ। ତେବେ ଆସନ୍ତୁ ଜାଣିବା ଏହି ଦ୍ୱିତୀୟ ମ୍ୟାଚ କେଉଁ ସମୟରେ ଆରମ୍ଭ ହେବ।

ଯଦି ଆପଣ IND vs AUS ଟେଷ୍ଟ ସିରିଜକୁ ଫଲୋ କରୁଛନ୍ତି, ତେବେ ଆପଣ ଜାଣିଥିବେ ଯେ, ପ୍ରଥମ ମ୍ୟାଚ ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୫୦ ମିନିଟରେ ଆରମ୍ଭ ହୋଇଥିଲା। ହେଲେ ବର୍ତ୍ତମାନ ଏହି ସମୟରେ ମ୍ୟାଚ ହେବ ନାହିଁ। ଦ୍ୱିତୀୟ ମୁକାବିଲା ପିଙ୍କ ବଲରେ ଖେଳାଯିବ ଏବଂ ଏହା ଡେ-ନାଇଟ ଟେଷ୍ଟ ହେବ। ଯେବେ ଏହି ସିରିଜର ସିଡ୍ୟୁଲ ଘୋଷଣା କରାଯାଇଥିଲା, ସେହି ସମୟରେ ସ୍ପଷ୍ଟ କରାଯାଇଥିଲା ଯେ, ଭାରତୀୟ ସମୟାନୁସାରେ ଏହି ମ୍ୟାଚ ସକାଳ ୯ଟା ୩୦ ମିନିଟରେ ଖେଳାଯିବ। ଭାରତରେ ଯେବେ ଟେଷ୍ଟ ମ୍ୟାଚ ହୋଇଥାଏ, ସେବେ ଦିନ ୯ଟା ୩୦ଟାରେ ଆରମ୍ଭ ହୋଇଥାଏ। ବର୍ତ୍ତମାନ ଏହି ମ୍ୟାଚ ଅଷ୍ଟ୍ରେଲିଆରେ ଡେ-ନାଇଟ ଟେଷ୍ଟ, ଭାରତରେ ପୁରା ଦିନ ଚାଲିବ। ଅର୍ଥାତ ସକାଳ ସାଢେ ନଅଟାରେ ଆରମ୍ଭ ହୋଇ ଏହି ମ୍ୟାଚ ସଂଧ୍ୟା ସାଢେ ୫ଟା ପର୍ଯ୍ୟନ୍ତ ଚାଲିବ। ଏହି ସମୟ ଅଷ୍ଟ୍ରେଲିଆରେ ରାତି ହୋଇଥିବ। ଅର୍ଥାତ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ଆପଣଙ୍କୁ ସକାଳେ ଶୀଘ୍ର ଉଠିବା ଆବଶ୍ୟକ ନୁହେଁ। ଆରମରେ ଉଠି ଏହି ମ୍ୟାଚର ମଜା ନେଇପାରିବେ।