fbpx

ମହିଳା କ୍ରିକେଟ୍‌ ବିଶ୍ୱକପ: ଭାରତ ପାଇଁ ‘କର ବା ମର’ ପରିସ୍ଥିତି, ଆଜି ବାଂଲାଦେଶକୁ ଭେଟିବ ଟିମ୍ ଇଣ୍ଡିଆ

ଅକଲାଣ୍ଡ : ନ୍ୟୁଜିଲାଣ୍ଡରେ ସଂପ୍ରତି ଚାଲିଥିବା ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପରେ ଭାରତ ସ୍ଥିତି ଦୂର୍ବଳ ହୋଇ ପଡିଥିବା ବେଳେ ନକଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ ଭାରତ ଆଜି ପର୍ଯ୍ୟନ୍ତ ୫ ଲିଗ ପର୍ଯ୍ୟାୟ ମ୍ୟାଚ ମ୍ୟାଚ ଖେଳିଥିବା ବେଳେ ଏଥିରୁ କେବଳ ଦୁଇ ବିଜୟ ହାସଲ କରି ୪ ପଏଣ୍ଟ ପାଇଛି । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟ ସମାନ ସଂଖ୍ୟକ ପଏଣ୍ଟ ପାଇଥିବା ଦୃଷ୍ଟିରୁ ନକଆଉଟ ପର୍ଯ୍ୟାୟରେ ପ୍ରବେଶ କରିବା ପାଇଁ ଲଢ଼େଇ ଜାରି ରଖିଛନ୍ତି । ତେଣୁ ଭାରତ ହାତରେ କେବଳ ଦୁଇ ମ୍ୟାଚ ରହିଛି ।

ମଙ୍ଗଳବାର ଷଷ୍ଠ ଲିଗ୍ ମ୍ୟାଚରେ ବାଂଲାଦେଶ ସହିତ ମୁକାବିଲା କରିବା ପାଇଁ ଥିବା ବେଳେ ଶେଷ ଲିଗ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ତେଣୁ ଯେ କୌଣସି ମୂଲ୍ୟ ଦେଇ ଭାରତ ଷଷ୍ଠ ଲିଗ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିବା ଜରୁରି । ଏହି ମ୍ୟାଚରେ ହାରିଗଲେ ଭାରତର ନକ ଆଉଟ ପର୍ଯ୍ୟାୟରେ ପ୍ରବେଶ ଆଶା ମଉଳି ଯିବ । ତେବେ ବ୍ୟାଟିଂ ବିଫଳତା ଯୋଗୁଁ ଭାରତ ଗତ ତିନି ମ୍ୟାଚରେ କ୍ରମାଗତ ପରାଜୟ ସ୍ୱିକାର କରି ଆସୁଛି । ତେଣୁ ଏଡି ପରାଜୟ ଧାରା ମଧ୍ୟରୁ ମୁକୁଳି ବାଂଲାଦେଶକୁ ପରାସ୍ତ କରି ପାରିଲେ ସେମିଫାଇନାଲ ଖେଳିବା ସମ୍ଭାବନା ସୃଷ୍ଟି ହୋଇ ପାରେ । ଚଳିତ ବିଶ୍ୱକପରେ ୬ ଥର ଚାମ୍ପିଅନ ଅଷ୍ଟ୍ରେଲିଆ ଏକମରତ୍ର ଦଳ ଭାବେ ଅପରାଜେୟ ରହି ସେମିରେ ପ୍ରବେଶ କରି ସାରି ଥିବା ବେଳେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସଫଳ ଦଳ ଭାବେ ପାଞ୍ଚ ମ୍ୟାଚରୁ ୪ ବିଜୟ ହାସଲ କରି ଦୃଢ଼ ସ୍ଥିତିରେ ରହିଛି ।

Get real time updates directly on you device, subscribe now.