fbpx

3rd ODI: ଆଜି ସିରିଜ୍ ପାଇଁ ନିର୍ଣ୍ଣାୟକ ଲଢେଇ: ଜାଣନ୍ତୁ, ଆଫ୍ରିକୀୟ ମାଟିରେ ଘରୋଇ ଦଳ ସହ ଭାରତର ରେକର୍ଡ କ’ଣ ରହିଛି

ନୂଆଦିଲ୍ଲୀ: ଆଜି ଦକ୍ଷିଣ ଆଫ୍ରିକାର ବୋଲେଂଡ ପାର୍କ ଷ୍ଟାଡିୟମରେ ଘରୋଇ ଟିମ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ । ଯେଉଁଥିରେ ସିରିଜ୍ ପାଇଁ ଏକ ନିର୍ଣ୍ଣାୟକ ଲଢେଇ ହେବାକୁ ଯାଉଛି। କାରଣ ବିଦେଶ ମାଟି ବା ଦକ୍ଷିଣ ଆଫ୍ରିକାରେ ଭାରତର ରେକର୍ଡ ସଂଖ୍ୟା ଖୁବ କମ୍ ରହିଛି। ଘରୋଇ ଦଳ ସହ ମୋଟ ୮ଟି ସିରିଜ ଖେଳିଥିବା ବେଳେ ଭାରତ ମାତ୍ର ଗୋଟିଏ ସିରିଜ ହାସଲ କରିପାରିଛି। ଯାହାକି ଶେଷଥର ପାଇଁ ୨୦୧୮ ମସିହାରେ ଭାରତ ଏହି ସିରିଜ ଜିତିଥିଲା । ଅପରପକ୍ଷେ ମୋଟ ୮ଟି ରୁ ୭ଟି ସିରିଜ ହାତେଇବାରେ ସକ୍ଷମ ହୋଇଛି ଦକ୍ଷିଣ ଆଫ୍ରିକା। ତେବେ ଭାରତୀୟ ଦଳ ବର୍ତ୍ତମାନ ଆଫ୍ରିକୀୟ ମାଟିରେ ନିଜର ୯ତମ ODI ସିରିଜ୍ ଖେଳୁଛି। ଏଣୁ ଏହି ସିରିଜ ଜିତି କିଛି ନୂଆ ଇତିହାସ ରଚିବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ।

ସୂଚନା ଥାଉକି, ଚଳିତ ବର୍ଷର ୩ ମ୍ୟାଚରେ ଉଭୟ ଦଳ ୧-୧ରେ ସିରିଜ୍ ଜିତିଛନ୍ତି। ତେଣୁ ଆଜି ନିର୍ଣ୍ଣାୟକ ଲଢେଇଦେଖିବାକୁ ମିଳିବ। ଉଭୟ ଦଳ ଏହି ମ୍ୟାଚକୁ ଜିତି ସିରିଜ କବଜା ଲକ୍ଷ୍ୟରେ ରହିବେ। ତେବେ ପ୍ରଥମ ମ୍ୟାଚରେ ଭାରତ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଦ୍ୱିତୀୟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଅଧିନାୟକ କେ.ଏଲ ରାହୁଲ ଏବଂ ସାଇ ସୁଦର୍ଶନ ଅର୍ଦ୍ଧଶତକୀୟ ପାଳୀ ଖେଳି ଦଳୀୟ ସ୍କୋରକୁ ୨୧୧ରେ ପହଞ୍ଚାଇଥିଲେ। କିନ୍ତୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ସେପଟେ ଦିନିକିଆ ଡେବ୍ୟୁ କରିଥିବା ରିଙ୍କୁଙ୍କ ଉପରେ ସମସ୍ତଙ୍କ ନଜର ଥିଲା। ହେଲେ ସେ ବି ସମସ୍ତଙ୍କୁ ନିରାଶ କରିଥିଲେ। ସେହିପରି ପ୍ରଥମ ମ୍ୟାଚରେ ପାଞ୍ଚ ୱିକେଟ୍ ନେଇଥିବା ଅର୍ଶଦୀପଙ୍କ ବଲ୍ ମଧ୍ୟ ବିଶେଷ କାମ କରିନଥିଲା। ମୁକେଶ କୁମାର ଓ ଅଭେଶ ଖାନଙ୍କ ବଲ୍ ମଧ୍ୟ ଯାଦୁ ଦେଖାଇ ପାରିନଥିଲା। ଫଳରେ ୨ଟା ମ୍ୟାଚରୁ ଗୋଟିଏରେ ବିଜୟ ହାସଲ କରିଥିଲା ଦକ୍ଷିଣ ଆଫ୍ରିକା।

Get real time updates directly on you device, subscribe now.