ନୂଆଦିଲ୍ଲୀ: ପାକିସ୍ତାନ ଏବେ ବହୁତ ଖରାପ ସମୟ ଦେଇ ଗତି କରୁଛି । ଗୋଟିଏ ଡଲାରର ମୂଲ୍ୟ ୨୫୫ ଟଙ୍କା, ଅଟାର ମୂଲ୍ୟ ୩୦୦୦ ଟଙ୍କା, ପାକିସ୍ତାନର ଗାଁ ଏବଂ ସହରଗୁଡିକ ବ୍ଲାକ୍ ଆଉଟର ସାମ୍ନା କରୁଛନ୍ତି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ସହାୟତା ପାଇଁ ନିବେଦନ କରୁଥିବା ଦେଖିବାକୁ ମିଳିଛି ।
କିନ୍ତୁ ଏସବୁ ମଧ୍ୟରେ ଭାରତକୁ ବିରୋଧ କରିବାରେ ପଛଘୁଞ୍ଚା ଦେଉନାହିଁ ପାକିସ୍ତାନ । ବିଶ୍ୱ ବ୍ୟାଙ୍କରୁ ପାକିସ୍ତାନ ଲଗାତାର ଭାବରେ ଦାବି କରିଆସୁଛି ଯେ, ସିନ୍ଧୁ ଜଳ ଚୁକ୍ତି ୧୯୬୦ରେ ସେ ହସ୍ତକ୍ଷେପ କରନ୍ତୁ । ପାକିସ୍ତାନ ଏକ ନିଷ୍ପକ୍ଷ ବିଶେଷଜ୍ଞ ଏବଂ ଆର୍ବିଟର କୋର୍ଟ ଦାବି କରିଛି । ଅବଶ୍ୟ ଭାରତ ସ୍ପଷ୍ଟ କରିଛି ଯେ, ପାକିସ୍ତାନର ଚାହିଦା ଅଣ୍ଡର ୱାଟର ଚୁକ୍ତିର କୌଣସି ବ୍ୟବସ୍ଥା ସହିତ ଜଡିତ ନୁହେଁ ।
ପାକିସ୍ତାନକୁ ନୋଟିସ ପଠାଇଛି ଭାରତ:-
ସେପ୍ଟେମ୍ବର ୧୯୬୦ ରେ ସିନ୍ଧୁ ଜଳ ଚୁକ୍ତିରେ ସଂଶୋଧନ ପାଇଁ ଭାରତ ପାକିସ୍ତାନକୁ ଏକ ନୋଟିସ୍ ଜାରି କରିଛି । ଏହି ନୋଟିସ୍ ୨୫ ଜାନୁୟାରୀ ୨୦୨୨ ରେ ଉଭୟ ଦେଶର ଅଣ୍ଡର ୱାଟର କମିଶନରଙ୍କ ମାଧ୍ୟମରେ ଦିଆଯାଇଥିଲା । ଏହି ନୋଟିସିର ଉଦ୍ଦେଶ୍ୟ ହେଉଛି କି, ୯୦ ଦିନ ମଧ୍ୟରେ ଉଭୟ ଦେଶର ସରକାର ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଆଗକୁ ଆସିବା ଉଚିତ୍ । ଯାହାଦ୍ୱାରା ସିନ୍ଧୁ ଜଳ ଚୁକ୍ତିରେ ହୋଇଥିବା ଉଲ୍ଲଂଘନକୁ ସଂଶୋଧନ କରାଯାଇପାରିବ । ଏହା ସହିତ ଗତ ୬୨ ବର୍ଷରେ ହାସଲ ହୋଇଥିବା ଅନୁଭବକୁ ମଧ୍ୟ ସାମିଲ କରାଯିବା ଉଚିତ୍ ।
ତେବେ ସିନ୍ଧୁ ଜଳ ଚୁକ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ବିଭାଜନକୁ ଆଧାର କରି ହୋଇଥିବା ଏକ ଐତିହାସିକ ଚୁକ୍ତି । ବିଶ୍ୱବ୍ୟାଙ୍କର ମଧ୍ୟସ୍ତତାରେ ଭାରତରୁ ପାକିସ୍ତାନକୁ ପ୍ରବାହିତ ସିନ୍ଧୁ ନଦୀ ଓ ତାହାର ଉପନଦୀମାନଙ୍କ ଜଳକୁ ଉଭୟ ଦେଶ ମଧ୍ୟରେ ଆବଣ୍ଟିତ କରାଯାଇଥିଲା । ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖ ଦିନ ପାକିସ୍ତାନର କରାଚୀ ସହରରେ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଓ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ ଖାଁଙ୍କଦ୍ୱାରା ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
ଏହି ବୁଝାମଣା ଅନୁସାରେ, ପୂର୍ବ ପଟର ୩ଟି ନଦୀରେ (ବେଆସ୍, ରାବୀ ଓ ଶତଲେଜ) ପ୍ରବାହିତ ବାର୍ଷିକ ୩.୩ କୋଟି ଏକର-ଫୁଟ୍ ପାଣି ଉପରେ ଭାରତର ନିୟନ୍ତ୍ରଣ ରହିଲା ଏବଂ ପଶ୍ଚିମ ପଟର ୩ଟି ନଦୀରେ (ସିନ୍ଧୁ, ଚେନାବ ଓ ଝେଲମ) ପ୍ରବାହିତ ବାର୍ଷିକ ୮ କୋଟି ଏକର-ଫୁଟ୍ ପାଣି ଉପରେ ପାକିସ୍ତାନର ନିୟନ୍ତ୍ରଣ ରହିଲା । ଏହି ଚୁକ୍ତିରେ ପାଣି ଆବଣ୍ଟନ ସମ୍ପର୍କିତ ପ୍ରସ୍ତାବ ଅଧିକ ବିବାଦୀୟ ଥିଲା । ଯେହେତୁ ପାକିସ୍ତାନର ନଦୀଗୁଡ଼ିକର ଅଧିକାଂଶ ଭାଗ ପାଣି ଭାରତରୁ ଆସେ, ତେଣୁ ପଶ୍ଚିମ ପଟର ନଦୀମାନଙ୍କ ପାଣିକୁ ଭାରତ ନିୟନ୍ତ୍ରିତ ଜଳସେଚନ, ଜଳବିଦ୍ୟୁତ୍ ଉତ୍ପାଦନ, ଜଳ ପରିବହନ, ମତ୍ସ୍ୟ ପାଳନ ଇତ୍ୟାଦି ଉଦ୍ଦେଶ୍ୟରେ ବ୍ୟବହାର କରିପାରିବ ବୋଲି ଚୁକ୍ତିରେ ପ୍ରସ୍ତାବ ରହିଥିଲା ।