fbpx

ଆତଙ୍କୀଙ୍କ କୌଣସି କାର୍ଯ୍ୟକଳାପକୁ ବରଦାସ୍ତ କରିବନି ଭାରତ, ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ହେଉଛି । ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ଏକ ନିର୍ବାଚନୀ ରାଲିରେ ଯୋଗ ଦେଇଥିଲେ । ସେଠାରେ ସେ କଂଗ୍ରେସ ଉପରେ ବର୍ଷିଥିଲେ ।

‘ଆତଙ୍କବାଦୀଙ୍କ ନିସ୍ତାର ନାହିଁ । ସେମାନଙ୍କ କୌଣସି କାର୍ଯ୍ୟକଳାପକୁ ସହ୍ୟ କରିବନି ଭାରତ । ଆତଙ୍କୀଙ୍କୁ ସେମାନଙ୍କ ଘରେ ପଶି ମାରୁଛି ଭାରତ ।’ ଉତ୍ତରାଖଣ୍ଡର ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ଏପରି କିଛି କହିଥିଲେ ପ୍ରଧାନମନ୍ତ୍ରୀ । ସେ ଆହୁରି କହିଛନ୍ତି ଦେଶରେ ଏବେ ଦୃଢ଼ ସରକାର ରହିଛି । ଏହାସହ ୭ ଦଶନ୍ଧି ପରେ ଜମ୍ମୁକାଶ୍ମୀରରୁ ୩୭୦ ଧାରାକୁ ଉଚ୍ଛେଦ କରାଯାଇଛି । ତିନି ତଲାକକୁ ମଧ୍ୟ ତାଙ୍କରି ସରକାର ହିଁ ଶେଷ କରିଦେଇଛି ବୋଲି ମୋଦୀ କହିଛନ୍ତି । ନିର୍ବାଚନୀ ରାଲିରେ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସ ଅମଳରେ କେନ୍ଦ୍ରରେ ଦୁର୍ବଳ ସରକାର ଥିଲା, ଆଉ ଏହାର ଫାଇଦା ନେଉଥିଲେ ଦେଶର ଶତ୍ରୁ । କଂଗ୍ରେସ ଅମଳରେ ସୈନିକଙ୍କ ପାଇଁ ବୁଲେଟପ୍ରୁଫ ଜାକେଟ ବି ନଥିଲା । ହେଲେ ତାଙ୍କ ସରକାର ଦେଶର ସୁରକ୍ଷାକୁ ସୁଦୃଢ଼ କରିଛି ବୋଲି କହିଛନ୍ତି ମୋଦୀ । ସେପଟେ ଚୀନ୍ ପ୍ରସଙ୍ଗ ଉଠାଇ ମୋଦୀ ସରକାରକୁ ସମାଲୋଚନା କରିଛି କଂଗ୍ରେସ ।

Get real time updates directly on you device, subscribe now.