fbpx

CWG 2022 ଉଦଯାପିତ: ଭାରତ ଜିତିଲା ମୋଟ ୬୧ଟି ପଦକ, ଜାଣନ୍ତୁ କାହାକୁ କେଉଁ ଖେଳ ପାଇଁ ମେଡାଲ ମିଳିଲା

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ ୨୦୨୨ ସମାପ୍ତ ହୋଇଛି । ଭାରତ ଚଳିତ ବର୍ଷ ମୋଟ ୬୧ଟି ମେଡାଲ ଜିତିଛି । କୁସ୍ତିରେ ସର୍ବାଧିକ ୧୨ଟି ମେଡାଲ ଜିତିଥିବା ବେଳେ ସେଥିରେ ୬ଟି ସ୍ୱର୍ଣ୍ଣ ରହିଛି । ସେହପରି ଗୋଟିଏ ସିଲଭର ଓ ପାଞ୍ଚଟି ବ୍ରୋଞ୍ଜ ସେଥିରେ ସାମିଲ ରହିଛି । ଏହାପରେ ୱେଟଲିଫ୍ଟିଂରେ ଭାରତୀୟ ଦଳ ୧୦ଟି ମେଡାଲ ହାସଲ କରିଛି ।

ମୋଟ ପଦକ ମଧ୍ୟରେ ୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ସାମିଲ ରହିଛି । ଚଳିତ ଥର ଭାରତ ଅଦ୍ଭୂତପୂର୍ବ ପ୍ରଦର୍ଶନ କରି ପଦକ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି । ଶେଷ ଦିନରେ ଭାରତ ୪ଟି ସ୍ୱର୍ଣ୍ଣ ସହ ମୋଟ ୬ଟି ମେଡାଲ ହାସଲ କରିଥିଲା । ଏହି ଚାରଟି ସ୍ୱର୍ଣ୍ଣ ମଧ୍ୟରୁ ୩ଟି ବ୍ୟାଡମିଣ୍ଟରୁ ଜିତିଥିଲା ।

ମିରାବାଇଚାନୁ- ସ୍ୱର୍ଣ୍ଣ- ୱେଟଲିଫ୍ଟିଂ ୪୯ କେଜି, ଜେରେମୀ ଲାଲରିନୁଙ୍ଗା-ସ୍ୱର୍ଣ୍ଣ- ୱେଟଲିଫ୍ଟି ୬୭ କେଜି, ଅଚିନ୍ତା ଶେଉଲି- ସ୍ୱର୍ଣ୍ଣ- ୱେଟଲିଫ୍ଟି ୭୩ କେଜି, ଲନ୍ ବଲ୍ସ ମହିଳା- ସ୍ୱର୍ଣ୍ଣ, ଟେବୁଲ ଟେନିସ ପୁରୁଷ- ସ୍ୱର୍ଣ୍ଣ, ପାରା ପାୱାରଲିଫ୍ଟିଂ ସୁଧୀର- ସ୍ୱର୍ଣ୍ଣ, ବଜରଙ୍ଗ ପୁନିଆ- ସ୍ୱର୍ଣ୍ଣ- କୁସ୍ତି ୬୫ କେଜି, ସାକ୍ଷୀ ମଲିକ- ସ୍ୱର୍ଣ୍ଣ- କୁସ୍ତି ୬୨ କେଜି, ଦୀପକ ପୁନିଆ- ସ୍ୱର୍ଣ୍ଣ- କୁସ୍ତି ୮୬ କେଜି, ରବି କୁମାର ଦହିଆ ସ୍ୱର୍ଣ୍ଣ- କୁସ୍ତି ୫୭ କେଜି, ବିନେଶ ଫୋଗଟ- ସ୍ୱର୍ଣ୍ଣ- ୫୩ କେଜି, ନବୀନ କୁମାର- ସ୍ୱର୍ଣ୍ଣ- କୁସ୍ତି ୭୪ କେଜି ।

ଭାବିନା ପଟେଲ- ସ୍ୱର୍ଣ୍ଣ- ପାରା ଟେବୁଲ ଟେନିସ, ନୀତୁ ଘଂଘସ- ସ୍ୱର୍ଣ୍ଣ- ବକ୍ସିଂ, ଅମିତ ପଙ୍ଘଲ- ସ୍ୱର୍ଣ୍ଣ- ବକ୍ସିଂ, ଏଲ୍ଡହାସ ପଲ- ସ୍ୱର୍ଣ୍ଣ- ତ୍ରିପଲ ଜମ୍ପ, ନିକହତ ଜରିନ- ସ୍ୱର୍ଣ୍ଣ- ବକ୍ସିଂ, ଅଚନ୍ତ ଓ ଶ୍ରୀଜା ଅକୁଲା- ସ୍ୱର୍ଣ୍ଣ- ଟେବୁଲ ଟେନିସ, ପିଭି ସିନ୍ଧୁ- ସ୍ୱର୍ଣ୍ଣ- ବ୍ୟାଡମିଣ୍ଟନ, ଲକ୍ଷ୍ୟ ସେନ- ସ୍ୱର୍ଣ୍ଣ- ବ୍ୟାଡମିଣ୍ଟନ, ସାତ୍ୱିକ ଓ ଚିରାଗ- ସ୍ୱର୍ଣ୍ଣ- ବ୍ୟାଡମିଣ୍ଟନ, ଅଚନ୍ତ ଶରତ କମଲ- ସ୍ୱର୍ଣ୍ଣ- ଟେବୁଲ ଟେନିସ ।

Get real time updates directly on you device, subscribe now.