ଇତିହାସ ରଚିଲା ‘ଟିମ୍ ଇଣ୍ଡିଆ’, ଦେଶର ଝିଅମାନେ କରାଇଲେ ଗର୍ବିତ: ଭାରତ ଜିତିଲା ୧୯ ବର୍ଷରୁ କମ୍ ଟି-୨୦ ବିଶ୍ୱକପ୍ (Video)
ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳ ଅଣ୍ଡର ୧୯-ଟି୨୦ ବିଶ୍ୱକପ୍ ଟ୍ରଫି କବଜା କରିଛି । ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରିଥିଲା । ରବିବାର ଦିନ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରି ଭାରତ ଲଗାତାର ଦ୍ୱିତୀୟ ଥର ପାଇଁ ଆଇସିସି ମହିଳା ୧୯ ବର୍ଷରୁ କମ୍ ଟି୨୦ ବିଶ୍ୱକପ୍ ଟାଇଟଲ ଜିତିଛି ।
ଦକ୍ଷିଣ ଆଫ୍ରିକାର ୮୩ ରନ୍ ଟାର୍ଗେଟକୁ ପିଛା କରୁଥିବା ଭାରତ ୧୧.୨ ଓଭରରେ ୫୨ ବଲ୍ ବାକି ଥାଇ ଗୋଟିଏ ୱିକେଟ୍ ହରାଇ ୮୪ ରନ୍ କରି ସହଜ ବିଜୟ ହାସଲ କରିଛି । ଭାରତ ପକ୍ଷରୁ ଗୋଙ୍ଗାଡି ତ୍ରିଶା ୩୩ ବଲ୍ରେ ଅପରାଜିତ ୪୪ ରନ୍ କରି ସର୍ବାଧିକ ସ୍କୋରର ଥିଲେ । ସାନିକା ଚଲକେ ମଧ୍ୟ ୨୨ ବଲରେ ୨୬ ରନର ଅପରାଜିତ ଇନିଂସ ଖେଳିଥିଲେ ।
ଗୋଙ୍ଗଡି ତ୍ରିଶା କଲେ କମାଲ:
ପୂର୍ବରୁ, ତ୍ରିଶା (୧୫ ରନରେ ତିନୋଟି ୱିକେଟ)ଙ୍କ ନେତୃତ୍ୱରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ୨୦ ଓଭରରେ ୮୨ ରନରେ ସୀମିତ ରଖିଥିଲେ । ପାରିନିକା ସିସୋଦିଆ (ଛଅ ରନ ଦେଇ ଦୁଇଟି ୱିକେଟ୍), ଆୟୁଷୀ ଶୁକ୍ଳା (ନଅ ରନ ଦେଇ ଦୁଇଟି ୱିକେଟ୍) ଏବଂ ବୈଷ୍ଣବୀ ଶର୍ମା (୨୩ ରନ ଦେଇ ଦୁଇଟି ୱିକେଟ୍) ମଧ୍ୟ ଚମତ୍କାର ବୋଲିଂ କରିଥିଲେ ଏବଂ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।
The emotions. 🥹❤️🇮🇳 pic.twitter.com/v4yHNbGhZb
— Mufaddal Vohra (@mufaddal_vohra) February 2, 2025
ଦକ୍ଷିଣ ଆଫ୍ରିକା ନିୟମିତ ବ୍ୟବଧାନରେ ୱିକେଟ ହରାଇଲା:
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା ଏବଂ ମିକି ଭାନ୍ ଭୋର୍ଷ୍ଟ (୨୩) ସର୍ବାଧିକ ସ୍କୋରର ଥିଲେ । ଦଳର କେବଳ ଚାରି ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁପାରିଥିଲେ ଯେତେବେଳେ ଚାରି ଜଣ ବ୍ୟାଟସମ୍ୟାନ ଖାତା ମଧ୍ୟ ଖୋଲିପାରି ନଥିଲେ । ଭାରତ ୨୦୨୩ ମସିହାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଆଇସିସି ୧୯ ବର୍ଷରୁ କମ୍ ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡକୁ ସାତ ୱିକେଟରେ ପରାସ୍ତ କରି ଜିତିଥିଲା ।
THE HISTORIC MOMENT 🇮🇳
– India are the Champions of the U-19 Cricket 🚀 pic.twitter.com/HLY4vtVyny
— Johns. (@CricCrazyJohns) February 2, 2025