ହନିଟ୍ରାପରେ ଫସିଲେ ଭାରତୀୟ ବାୟୁସେନାର ଯବାନ: ବାନ୍ଧିଲା କ୍ରାଇମବ୍ରାଞ୍ଚ, ଫୋନ୍ ସେକ୍ସ ମାଧ୍ୟମରେ…

ନୂଆଦିଲ୍ଲୀ: ଆଜିକାଲି ଶତ୍ରୁମାନେ ଦେଶର କ୍ଷତି କରିବାକୁ ଗୁପ୍ତଚରଙ୍କୁ ଅସ୍ତ୍ର ଭାବେ ବ୍ୟବାହର କରୁଛନ୍ତି । ଏଥିପାଇଁ କିଛି ଦେଶ ହନିଟ୍ରାପର ବ୍ୟବହାର କରି ଅନ୍ୟ ଦେଶର ଯବାନମାନଙ୍କୁ ନିଜର ଟାର୍ଗେଟ କରୁଛନ୍ତି, ଯାହାଫଳରେ ସୁରକ୍ଷା ସହ ଜଡ଼ିତ ସୂଚନା ବିଷୟରେ ସେମାନେ ଜାଣିପାରିବେ । ଏବେ ଦିଲ୍ଲୀ ପୋଲିସ ଏଭଳି ଏକ ମାମଲାରେ ସଫଳତା ହାସଲ କରିଛି ।

ଗୁପ୍ତଚର ଭାବେ ଖବର ଦେଉଥିବା ଅଭିଯୋଗରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଜଣେ ଭାରତୀୟ ବାୟୁସେନା ଯବାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ମିଳିଥିବା ଖବର ଅନୁସାରେ, ଅଭିଯୁକ୍ତର ନାଁ ଦେବେନ୍ଦ୍ର ଶର୍ମା । ଅଭିଯୋଗ ହୋଇଛି କି, ଦେବେନ୍ଦ୍ରଙ୍କୁ ପ୍ରଥମେ ହନିଟ୍ରାପରେ ଫସାଇ ତାଙ୍କଠାରୁ ଭାରତୀୟ ବାୟୁସେନା ସହ ଜଡ଼ିତ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ କରାଯାଇଛି ।

ଏହି ମାମଲାରେ ଅଭିଯୁକ୍ତ ଦେବେନ୍ଦ୍ର ଶର୍ମାଙ୍କୁ ବାୟୁସେନାରୁ ବହିଷ୍କାର କରାଯାଇଛି । ଘଟଣାକୁ ନେଇ ବାୟୁସେନା ପକ୍ଷରୁ ଖୁବଶୀର୍ଘ ଅଫିସିଆଲ ବୟାନ ଆସିପାରେ । ତେବେ ହନିଟ୍ରାପରେ ଫସିଥିବା ଦେବ୍ରେନ୍ଦଙ୍କୁ ଉଚ୍ଚ ପଦାଧିକାରୀଙ୍କ ନାଁ ଓ ଠିକଣା ମଗାଯିବା ସହ କେତେ ରାଡାରେ ନିୟୋଜିତ ହୋଇଛନ୍ତି, ସେନେଇ ତଥ୍ୟ ନିଆଯାଇଛି । ଫଳରେ ଭବିଷ୍ୟତରେ ଦେଶରେ ଅନେକ କ୍ଷତି ହେବାର ସମ୍ଭାବନା ରହିଛି ।

କ୍ରାଇମବ୍ରାଞ୍ଚରୁ ମିଳିଥିବା ସୂଚନା ଅନୁସାରେ, ଦେବେନ୍ଦ୍ରଙ୍କୁ ଧୌଲା କୁଆଁରୁ ଗିରଫ କରାଯାଇଛି । କୁହାଯାଉଛି ଯେ, ଜଣେ ମହିଳା ପ୍ରୋଫାଇଲ ସହିତ ଫେସବୁକରେ ସେ ବନ୍ଧୁ ହୋଇଥିଲେ । ଏହା ପରେ ଦେବେନ୍ଦ୍ର ଶର୍ମାଙ୍କୁ ଫୋନ୍ ସେକ୍ସ ମାଧ୍ୟମରେ ଜାଲରେ ପକାଯାଇଥିଲା ଓ ତାଙ୍କଠାରୁ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରାଯାଇଥିଲା । ପୋଲିସ ଏବେ ସେହି ମହିଳାଙ୍କୁ ଖୋଜିବାରେ ଲାଗିଛି । ଏଭଳି କାମ ପଛରେ ପାକିସ୍ତାନର ଖୁଫିଆ ଏଜେନ୍ସି ଆଇଏସଆଇର ହାତ ଥିବା ସନ୍ଦେହ ହେଉଛି ।