fbpx

(Video) ଆକାଶ ନୁହେଁ, ପାଣିରେ ଉଡ଼ୁଛି ‘ତ୍ରିରଙ୍ଗା’ ପତାକା: ଭାରତୀୟ କୋଷ୍ଟ ଗାର୍ଡ କଲେ କମାଲ

ନୂଆଦିଲ୍ଲୀ: ଦେଶ ବର୍ତ୍ତମାନ ସ୍ୱାଧୀନତାର ୭୬ତମ ପୂର୍ତ୍ତି ଅବସରରେ ଉତ୍ସବ ପାଳନ କରୁଛି । ତେବେ ଏହି ୭୭ତମ ସ୍ୱାଧୀନତା ଦିବସରେ ଦେଶର ପ୍ରତ୍ୟେକ ସ୍ଥାନରେ ‘ତ୍ରିରଙ୍ଗା’ ବାନା ପର ପର ହୋଇ ଉଡ଼ାଇଛନ୍ତି ଦେଶବାସୀ । ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା କାର୍ଯ୍ୟାନୁଷ୍ଠାନରେ ପତାକା ଉତ୍ତୋଳନ ହୋଇଥିବା ବେଳେ ଜଣେ ଭାରତୀୟ କୋଷ୍ଟଗାର୍ଡ ପାଣି ଭିତରେ ଜାତୀୟ ପତାକା ଉଡ଼ାଇଛନ୍ତି । ଯାହାକୁ ନେଇ ସାରା ଦେଶ ଆଜି ତାଙ୍କ ଦେଶଭକ୍ତି ପାଇଁ ଗର୍ବ କରୁଛି ।

ସୂଚନା ଅନୁସାରେ, ଦେଶର ୭୭ତମ ସ୍ୱାଧୀନତା ଦିବସରେ ଇଣ୍ଡିଆନ କୋଷ୍ଟ ଗାର୍ଡର ତାମିଲାନାଡୁର ରାମେଶ୍ୱରମ୍ ଏହି କାରନାମା କରି ଦେଖଇଛନ୍ତି । ପାଣି ଭିତରେ ଜାତୀୟ ପତାକା ଉଡ଼ାଇ ସେ ନିଜର ପରାକାଷ୍ଠା ଦେଖାଇଛନ୍ତି ରାମେଶ୍ୱରମ୍ । ଏହି ଘଟଣାର ଏକ ଭିଡିଓ ମଧ୍ୟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଭାରତୀୟ ନୌସେନାର ଏହି ଯବାନ୍ ପାଣି ଭିତରେ ଜାତୀୟ ପତାକାକୁ ଏକ ଭିନ୍ନ ଉପାୟରେ ସମ୍ମାନ ଜଣାଇଛନ୍ତିି । ଏହି ଭିଡିଓରେ ଦୃଢତାର ଜଳ ମଧ୍ୟରେ ବୁଡ଼ି ଏହି କାରନାମା କରି ଦେଖାଇଛନ୍ତି ନୌସେନାର ବୀର ଯବାନ୍ । ତେବେ ତାଙ୍କର ଉପସ୍ଥିତି ଭାରତ ପାଇଁ ସେମାନଙ୍କର ପ୍ରତିବଦ୍ଧତାର ଏକ ପ୍ରମାଣ ବୋଲି କୁହାଯାଇପାରେ । ଗଭୀର ପାଣି ଭିତରେ ଭାରତୀୟ ‘ତ୍ରିରଙ୍ଗା’ ଉଡ଼ାଇଥିବାର ଦେଖି ପ୍ରତିଟି ଭାରତୀୟଙ୍କ ମନରେ ଗର୍ବ ଏବଂ ଶ୍ରଦ୍ଧା ମନୋଭାବ ସୃଷ୍ଟି ହୋଇଥିଲା ।

ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଅପଲୋଡ ହେବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଟ୍ୱିଟରରେ ଏହି ଭିଡିଓ ସହ କ୍ୟାପ୍ସନରେ ଲେଖା ହୋଇଛି ଯେ, ସ୍ୱତନ୍ତ୍ରତା ଦିବସରେ ତାମିଲନାଡୁର ରାମେଶ୍ୱରମ୍ ଏବଂ ଭାରତୀୟ ନୌସେନା ପାଣି ଭିତରେ ହିଁ ଜାତୀୟ ପତାକା ଉଡ଼ାଇଛନ୍ତି । ପାଣି ଭିତରେ ଭାରତ ଏବଂ ‘ତ୍ରିରଙ୍ଗା’ ନୌସେନାର ଏହି ସଲାମର ଭିଡିଓକୁ ଖୁବ କମ୍ ସମୟ ମଧ୍ୟରେ ୬୦ ହଜାରରୁ ଅଧିକ ଥର ଦେଖାଯାଇଥିବା ବେଳେ ହଜାର ହଜାର ଲୋକ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.