fbpx

ବୃଦ୍ଧି ପାଇବ ଭାରତୀୟ ପ୍ରତିରକ୍ଷା କ୍ଷମତା, ପଶ୍ଚିମ ସୀମାରେ ନିୟୋଜିତ ହେବ ‘ଏୟାର ଟ୍ୟାଙ୍କ୍‌’

Advertisement

ନୂଆଦିଲ୍ଲୀ: ଭାରତ କ୍ରମାଗତ ଭାବେ ଏହାର ପ୍ରତିରକ୍ଷା କ୍ଷମତା ବୃଦ୍ଧି କରୁଛି । ପଶ୍ଚିମରେ ପାକିସ୍ତାନ ଏବଂ ଉତ୍ତରରେ ଚୀନର ମନ୍ଦ ଉଦ୍ଦେଶ୍ୟ ଉପରେ ରୋକ୍ ଲଗାଇବା ପାଇଁ ସୀମାବର୍ତ୍ତୀ ଅଞ୍ଚଳରେ ଡିଫେନ୍ସ ସିଷ୍ଟମକୁ ଅପ୍‌ଗ୍ରେଡ୍ କରୁଛି । ନିକଟରେ ଅରୁଣାଚଳ ପ୍ରଦେଶରେ ଦୁଇଟି ସୁରଙ୍ଗକୁ କାର୍ଯ୍ୟକାରୀ କରାଯାଇଥିଲା । ଯାହା ମାଧ୍ୟରେ ଚୀନ ସୀମାବର୍ତ୍ତୀ ତୱାଙ୍ଗ୍ ଏବଂ ଅନ୍ୟ ଅଞ୍ଚଳରେ ପହଞ୍ଚିବା କୌଣସି ଋତୁରେ ପହଞ୍ଚିବା ସହଜ ହୋଇପାରିବ । ଅପରପକ୍ଷରେ ପାକିସ୍ତାନ ସୀମାରେ ହେଭି ଡ୍ୟୁଟି କମ୍ବ୍ୟାଟ୍ ହେଲିକପ୍ଟର ‘ଅପାଚେ’ ନିୟୋଜିତ ହେବ । ଦେଶର ପଶ୍ଚିମ ସୀମାରେ ‘ଏୟାର ଟ୍ୟାଙ୍କ’ ନୟୋଜନ ପାଇଁ ପ୍ରସ୍ତୁତି ଚାଲିଛି । ଏହା ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି । ଭାରତ ସୀମାରେ ବୃଦ୍ଧି ପାଉଥିବା ପ୍ରତିରକ୍ଷା କ୍ଷମତା ଏବଂ ରଣନୀତିକ ଯୋଜନା ପାକିସ୍ତାନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିବ । ଭାରତୀୟ ସେନା ହେଭି ଡ୍ୟୁଟି କମ୍ବ୍ୟାଟ୍ ହେଲିକପ୍ଟର ଗୁଡ଼ିକର ସ୍କ୍ୟୁାଡ୍ରନ୍ ସଂଖ୍ୟାକୁ ବୃଦ୍ଧି କରିଛି । ଏହା ଦ୍ୱାରା ସେନାର ପଶ୍ଚିମ କମାଣ୍ଡ ଅଧିକ ଶକ୍ତିଶାଳୀ ହେବ ଏବଂ ଏହାର ଯୁଦ୍ଧ କ୍ଷମତା ମଧ୍ୟ ବୃଦ୍ଧି ପାଇବ ।

କହିରଖୁଛୁ ଭାରତୀୟ ସେନା ଆମେରିକୀୟ କମ୍ପାନୀ ବୋଇଙ୍ଗ୍ ସହ ଅପାଚେ ହେଲିକପ୍ଟର କିଣିବା ପାଇଁ ଏକ ଚୁକ୍ତିନାମା କରିଛି । ପ୍ରାୟ ୫,୬୯୧ କୋଟି ଟଙ୍କାର ଏହି ଚୁକ୍ତିନାମା ଅନୁଯାୟୀ ବୋଇଙ୍ଗ୍ ସେନାକୁ ୬ଟି ହେଲିକପ୍ଟର ଯୋଗାଇବ ।

Get real time updates directly on you device, subscribe now.