fbpx

ବାପା ହେଲେ ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନିଲ ଛେତ୍ରୀ, ପୁତ୍ର ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ପୁନମ

ନୁଆଦିଲ୍ଲୀ: ଭାରତୀୟ ଭୁଟବଲ୍ ଦଳର ଅଧିନାୟକ ତଥା ବିରାଟ କୋହଲିଙ୍କ ଖାସ୍ ବନ୍ଧୁ ସୁନିଲ ଛେତ୍ରୀ ବାପା ହୋଇଛନ୍ତି । ସୁନିଲଙ୍କ ପତ୍ନୀ ବୁଧବାର ବେଙ୍ଗାଲୁରୁର ଏକ ହସ୍‌ପିଟାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ମିଡିଆ ରିପୋର୍ଟ ମୁତାବକ ମା ଏବଂ ଶିଶୁ ପୁତ୍ର ଦୁଇ ଜଣ ସୁସ୍ଥ ଅଛନ୍ତି ।

ବୁଧବାର ସକାଳ ୧୧ ଟା ୧୧ ମିନିଟ୍ ସମୟରେ ସୋନମ ପୁତ୍ରକୁ ଜନ୍ମ ଦେଇଥିଲେ । ତେବେ ସୁନିଲ ଏହି ଖବର ପ୍ରଶଂସକମାନଙ୍କ ସହିତ ସେୟାର କରି ନାହାନ୍ତି । ସୋସିଆଲ ମିଡିଆରେ ସୁନିଲ ଏ ସମ୍ପର୍କରେ କୋଣସି ସୂଚନା ପ୍ରଦାନ କରି ନାହାନ୍ତି । ବୋଧହୁଏ ସୋନମ ଏବଂ ସୁନିଲ ଏ ସମ୍ପର୍କରେ ଚାହୁଁ ନାହାନ୍ତି ଏହି ଖବର ସେୟାର କରାଯାଉ । ସୁନିଲ ପତ୍ନୀଙ୍କ ପ୍ରେଗ୍ନେସୀ ପାଇଁ ଥାଇଲାଣ୍‌ଡରେ ହେବାକ ଥିବା କିଙ୍ଗସ୍ କପ୍‌ରୁ ଓହରି ଯାଇଛନ୍ତି ।

ସାହେବ ଭଟ୍ଟାଚାର୍ଯ୍ୟ, ଯିଏକି ସୁନୀଲ ଛେତ୍ରୀ ଏବଂ ତାଙ୍କ ପତ୍ନୀ ସୋନମଙ୍କ ବିଷୟରେ ସୋସିଆଲ ମିଡିଆରେ ଅନେକ ସମୟରେ ଅପଡେଟ୍ ଦିଅନ୍ତି, ସେ ଏପର୍ଯ୍ୟନ୍ତ ଏହି ଦମ୍ପତିଙ୍କ ପ୍ରଶଂସକଙ୍କ ସହ ପିତାମାତା ହୋଇଥିବାର ଖବର ସେୟାର କରିନାହାଁନ୍ତି। ସାହେବ ସୁନୀଲଙ୍କ ପତ୍ନୀ ସୋନମଙ୍କ ଭାଇ। ବର୍ତ୍ତମାନ ସୁନୀଲଙ୍କ ପୁଅର ନାମ ଜଣାପଡିନାହିଁ।

ଏସୀୟ ଗେମ୍ସ ପୂର୍ବରୁ ଭାରତୀୟ ଫୁଟବଲ ଦଳକୁ କିଙ୍ଗ କପରେ ଭାଗ ନେବାକୁ ପଡିବ। କୋଚ୍ ଇଗୋର ଷ୍ଟିମାକ୍ ପୂର୍ବରୁ କହିଥିଲେ ଯେ ସୁନୀଲ ଛେତ୍ରୀ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ ନାହିଁ। ପ୍ରଥମ ସନ୍ତାନର ଜନ୍ମ ପାଇଁ ସୁନୀଲ ତାଙ୍କ ପତ୍ନୀ ସୋନମଙ୍କ ସହ ରହିବାକୁ ଅନୁମତି ମାଗିଥିଲେ।

Get real time updates directly on you device, subscribe now.