fbpx

ବାୟୋ-ବବଲକୁ ଭେଦ କରି ପଶିଲା କରୋନା: ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳର ଦୁଇ ଖେଳାଳିଙ୍କୁ କୋଭିଡ ପଜିଟିଭ, ଚାଲିଛି ଚିକିତ୍ସା

ମୁମ୍ବାଇ: ଭାରତୀୟ ସିନିୟର ଜାତୀୟ ମହିଳା ଫୁଟବଲ ଦଳର ଦୁଇ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଠାରେ ଅନୁଷ୍ଠିତ ହେବାକୁ ଥିବା ଏଏଫସି ମହିଳା ଏସିଆନ କପ ଖେଳିବା ପାଇଁ ଭାରତୀୟ ଦଳ ସୁରକ୍ଷିତ ବାୟୋ – ବବଲ ମଧ୍ୟରେ ଥିବା ବେଳେ ହଠାତ ଦୁଇ ଜଣ ଖେଳାଳି କରୋନାରେ ସଂକ୍ରମିତ ହେବା ଦ୍ୱାରା ଆତଙ୍କ ଖଳି ଯାଇଛି । ତେବେ ସଂକ୍ରମିତ ଦୁଇ ଖେଳାଳିଙ୍କୁ ଡେଜିନେଟେଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଭୟ ଖେଳାଳିଙ୍କୁ ଏକାନ୍ତ ବାସରେ ରଖା ଯାଇ ଚିକିତ୍ସିତ କରା ଯାଉଛି । ସ୍ଥାନୀୟ ନଭି ମୁମ୍ବାଇ ସ୍ଥିତ ଡିୱାଇ ପଟିଲ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଇରାନ ବିକ୍ଷ ପ୍ରଥମ ମ୍ୟାଚରେ ଭାରତ ମୁକାବିଲା କରିବାର ଥିବା ବେଳେ ଆକ୍ରାନ୍ତ ଦୁଇ ଖେଳାଳିଙ୍କ ମଧ୍ୟରୁ ଜଣେ ଏହି ମ୍ୟାଚ ଖେଳିବାର ଥିଲା । ତେବେ ସମସ୍ତ ଖେଳାଳିଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ସତର୍କତା ମୂଳକ ପଦକ୍ଷେପ ନିଆ ଯାଉଛଇ ବୋଲି ଭାରତୀୟ ଫୁଟବଲ ଫେଡେରେସନ କହିଛି ।

Get real time updates directly on you device, subscribe now.