fbpx

କାହିଁକି ବନ୍ଦ ରହିଲା Whatsapp? ମେଟା କମ୍ପାନୀକୁ ଘଟଣାର ଜବାବ ମାଗିଲେ ସରକାର,

Advertisement

ନୂଆଦିଲ୍ଲୀ: ହ୍ୱାଟ୍ସଆପ କାହିଁକି ବନ୍ଦ ହେଲା? କ’ଣ ଥିଲା ଏହାର କାରଣ? ଏମିତି କିଛି ପ୍ରଶ୍ନବାଣରେ ଏବେ ଫସି ଯାଇଛି ମେଟା କମ୍ପାନୀ । କୌଣସି କାରଣ ପାଇଁ ୨୫ ତାରିଖରେ ପ୍ରାୟ ୨ ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା ହ୍ୱାଟ୍ସଆପ । ଯାହାକୁ ନେଇ ଏବେ କମ୍ପାନୀ ଉପରକୁ ପ୍ରଶ୍ନବାଣ ହୋଇଛି । ମେଟା କମ୍ପାନୀକୁ ସରକାର ହ୍ୱାଟ୍ସଆପ ବନ୍ଦ ହେବାର କାରଣ ଏବଂ ବିସ୍ତୃତ ଜବାବ ମାଗିଛନ୍ତି । ଏହାର ଉତ୍ତର ଦେବା ପାଇଁ କମ୍ପାନୀକୁ ମାତ୍ର ୪ ଦିନର ସମୟ ଦିଆଯାଇଛି ।

ହ୍ୱାଟ୍ସଆପ ସର୍ଭିସ ଡାଉନ ହେବା ପରେ ସାରା ବିଶ୍ୱରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଏଥିପାଇଁ କମ୍ପାନୀ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭାରତ ସରକାର । ୪ ଦିନ ମଧ୍ୟରେ ଏହି ମାମଲାର କାରଣ ସହ ମେଟା କମ୍ପାନୀରୁ ଜବାବ ମାଗିଛି ଆଇଟି ମନ୍ତ୍ରାଳୟ । ସୂଚନା ଅନୁସାରେ, ଗତକାଲି ମଙ୍ଗଳବାର ଦିନ ପ୍ରାୟ ୧୨.୩୦ ସମୟରୁ ହ୍ୱାଟ୍ସଆପ ବ୍ୟବହାର କରିବାରେ ଅନେକ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ଏହାସହିତ ଟ୍ୱିଟରରେ #whatsappdown ବୋଲି ଟ୍ରେଣ୍ଡ ହେବାରେ ଲାଗିଥିଲା ।

ତେବେ ଏହାପରେ କିଛି ଟେକନିକାଲ ଏରର ପାଇଁ ଏଭଳି ଅସୁବିଧା ଉପୁଜିଥିବା ବେଳେ ପ୍ରାୟ ୨ ଘଣ୍ଟା ମଧ୍ୟରେ ଏହା ସ୍ୱାଭାବିକ ହୋଇଥିଲା । ତେବେ ଏହି ସମସ୍ୟା କେବଳ ଭାରତ ନୁହେଁ, ବରଂ ସାରା ବିଶ୍ୱରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ଭାରତ ସରକାର । ଏଭଳି ଏକ ଅସୁବିଧା ପାଇଁ ଏବେ ମେଟା କମ୍ପାନୀକୁ ୪ ଦିନ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

Get real time updates directly on you device, subscribe now.