fbpx

ଶତୃ ପାଇଁ ରଣହୁଙ୍କାର: ଆଉ ଏକ କ୍ଷେପଣାସ୍ତ୍ର ପରୀକ୍ଷଣରେ ଭାରତକୁ ସଫଳତା

ବାଲେଶ୍ୱର: ଭାରତୀୟ ନୌସେନା ଏବଂ ଡିଆରଡିଓ ଦ୍ୱାରା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର VL-SRSAMର ସଫଳ ପରୀକ୍ଷଣ ଶେଷ ହୋଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ନେସୈନିକ ଜାହାଜରୁ ଏହାର ପରୀକ୍ଷଣରେ ସଫଳତା ପାଇଛି ଭାରତ । ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରିବ ଏହି କ୍ଷେପଣାସ୍ତ୍ର । ଏହାର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ DRDOକୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଡାର ଏବଂ ଇନଫ୍ରାରେଡକୁ ଚକମା ଦେଉଥିବା ମିସାଇଲ ଗୁଡିକୁ ମଧ୍ୟ ଏହି କ୍ଷେପଣାସ୍ତ୍ର ଟାର୍ଗେଟ କରିବାରେ ମାହିର । ଏକ ହାଇ ସ୍ପିଡ ଏରିଆଲ ବିମାନକୁ ଟାର୍ଗେଟ କରି ଆଜି ଏହି ମିସାଇଲର ଉତକ୍ଷେପଣ କରାଯାଇଥିଲା । ଯାହା ସଫଳତାର ସହ ଶେଷ ହୋଇଛି । ଏହି ପରୀକ୍ଷଣରେ ସଫଳତା ହାସଲ କରିଛି ଭାରତୀୟ ନୌସେନା । ଏ ନେଇ ଡିଆରଡିଓ ତରଫରୁ ସୂଚନା ଦିଆଯାଇଛି । ଏହାବ୍ୟତୀତ ଚାନ୍ଦିପୁରର ଆଇଟିଆର ଦ୍ୱାରା ଏକାଧିକ ଟ୍ରାକିଂ ଉପକରଣ ବ୍ୟବହାର କରି ସ୍ୱସ୍ଥ୍ୟ ପାରାମିଟର ସହ କ୍ଷେପଣାସ୍ତ୍ରର ଗତିବିଧି ଉପରେ ନଜର ରଖାଯାଇଥିଲା ।

ଶତୃପକ୍ଷର ଆକାଶ ମାର୍ଗରୁ ଦ୍ରୁତ ଗତିରେ ଆସୁଥିବା ଲକ୍ଷ୍ୟକୁ ଭେଦ କରିବାରେ ସଫଳ ହୋଇଛି ଭର୍ଟିକାଲ ଲଞ୍ଚ ସର୍ଟ ରେଞ୍ଜ ସର୍ଫେସ ଟୁ ଏୟାର(VL-SRSAM) ମିଶାଇଲ । ଚାନ୍ଦିପୁର ଘାଟିରେ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

Get real time updates directly on you device, subscribe now.