ସମରାଭ୍ୟାସ ଗର୍ଜନରେ ପ୍ରକମ୍ପିତ ହେବ ବ୍ଲୁ ଫ୍ଲାଗ୍ ବିଚ୍‌, ଯବାନଙ୍କ ଯୁଦ୍ଧକୌଶଳର ଝଲକ ଦେଖିବେ ଜନସାଧାରଣ

(ଓଡ଼ିଶା ଭାସ୍କର): ଦେଶକୁ ଜଳ, ସ୍ଥଳ ଏବଂ ଆକାଶ ମାର୍ଗରୁ ସୁରକ୍ଷା ଦେଉଛନ୍ତି ଆମ ଯବାନ । ଶତ୍ରୁର ଖରାପ ଦୃଷ୍ଟିରୁ ସେନା, ନୌସେନା ଏବଂ ବାୟୁସେନା ଦେଶକୁ ଆଢ଼ୁଆଳ କରି ରଖିଛନ୍ତି । ଶତ୍ରୁକୁ ସବୁବେଳେ ଉଚିତ୍ ଶିକ୍ଷା ଦେଇଆସିଛନ୍ତି ଆମ ଯବାନ । ସେମାନଙ୍କ ପରାକ୍ରମର ଗାଥା ରାଷ୍ଟ୍ର ଇତିହାସରେ ଲିପିବଦ୍ଧ ହୋଇ ରହିଛି । ମାଟି ମା’ର ରକ୍ଷାରେ ସେମାନେ ନିଜ ଜୀବନକୁ ପାଣିଛଡ଼େଇ ଶତ୍ରୁ ସହ ଲଢ଼େଇ କରିବାକୁ ମଧ୍ୟ ପଛଘୁଞ୍ଚା ନିଅନ୍ତି ନାହିଁ । ଏହି ବୀର ଯବାନଙ୍କ କତ୍ତୃତ୍ୟକୁ ମନେପକାଇବା ପାଇଁ ସ୍ୱତନ୍ତ୍ର ଦିନସବୁ ପାଳନ କରାଯାଏ, ଯାହା ପ୍ରତିବର୍ଷ ଜାରି ରହିଛି । ଦେଶକୁ ସୁରକ୍ଷା ଦେବା ପ୍ରସଙ୍ଗରେ ପ୍ରତିଟି ଯବାନଙ୍କ ବଳିଦାନ ଆମ ପାଇଁ ମୂଲ୍ୟବାନ । ସରକାରଙ୍କ ପକ୍ଷରୁ ସ୍ଥଳସେନା ,ନୌସେନା ଏବଂ ବାୟୁ ସେନାକୁ ବିଶେଷ ଅଧିକାର ପ୍ରଦାନ କରାଯାଇଛି । ସେମାନଙ୍କୁ ଅଧିକ ଗରୁତ୍ୱ ଦେବା ପାଇଁ ସ୍ୱତନ୍ତ୍ର ଦିବସ ମଧ୍ୟ ପାଳନ କରାଯାଉଛି । ଯେମିତି ଆଜି ସାରା ଦେଶ ପାଳୁଛି ନୌସେନା ଦିବସ । ପ୍ରତିବର୍ଷ ଡିସେମ୍ବର ୪ ତାରିଖ ଦିନ ଏହି ଦିବସ ପାଳନ କରାଯାଏ । ଯେଉଁଥିରେ ନୌସେନା ଯବାନ ନିଜ ପରାକ୍ରମ ଜନସାଧାରଣଙ୍କୁ ଦେଖେଇବାର ସୁଯୋଗ ପାଆନ୍ତି ।

୧୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ନୌସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଯୁଦ୍ଧରେ ଶତ୍ରୁ ରାଷ୍ଟ୍ରକୁ ମାତ୍ ଦେବା ଲାଗି ଅପରେଶନ୍ ଟ୍ରାଇଡେଣ୍ଟ କରାଯାଇଥିଲା । ଯେଉଁଥିରେ ବୀର ଯବାନମାନେ ପାକିସ୍ତାନ ମୁଖ୍ୟ ପୋର୍ଟ ସିଟି କରାଚୀ ଉପରେ ଆକ୍ରମଣ କରିଥିଲେ । ଯାହା ସଫଳ ମଧ୍ୟ ହୋଇଥିଲା । ଯବାନଙ୍କ ଏ ପ୍ରକାର ବିରାଟ ଉପଲବ୍ଧିକୁ ସ୍ମରଣ କରିବା ପାଇଁ ନୌସେନା ଦିବସ ପାଳନ କରାଯାଉଛି । ଚଳିତବର୍ଷ ନୈସେନା ଦିବସ ଓଡ଼ିଶାର ପୁରୀରେ ପାଳନ କରାଯିବ ।

ନୌସେନା ଦିବସ ଅବସରରେ ପୁରୀ ସମୁଦ୍ର ଅକାତ ଜଳରାଶିରେ ନୌବୀରମାନେ ଅପରେଶନ୍ କୌଶଳ ଦେଖାଇବେ । ୧୫ଟି ଯୁଦ୍ଧତୋପ, ୪୦ ଏୟାରକ୍ରାଫ୍ଟ ଏହି ଯୁଦ୍ଧ କୌଶଳ ପ୍ରଦନର୍ଶନ କରିବେ । ନୌସେନାର ଏହି ପରାକ୍ରମକୁ ଦେଖିବାକୁ ୩ ସେନାର ମୁଖ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହୋଇଛନ୍ତି । ବ୍ଲୁ ଫ୍ଲାଗ ବିଚରେ ସମସ୍ତ ପ୍ରସ୍ତୁତି ସରିଛି । ରାଜ୍ୟ ସରକାର ଓ ଭାରତୀୟ ନୈସେନା ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଯୁଦ୍ଧ ଜାହାଜ ସାଙ୍ଗକୁ ନୌସେନାର ୧୫ଟି ଜାହାଜ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାଛଡ଼ା ଆଇଏନଏସ୍ ଜଲସା, ଟ୍ୟାଙ୍କର ଆଇଏନଏସ୍ ଶକ୍ତି, ମିଶାଇଲ ଡେଷ୍ଟ୍ରୟର ଆଇଏନଏସ ରଣବୀର, ଆଇଏନଏସ୍ ସାତପୁରା ନିଜର ପରାକ୍ରମ ଦେଖାଇବ । ଭାରତୀୟ ନୌସେନା ଜାହାଜ, ବୁଡ଼ାଜାହାଜ, ଏୟାରକ୍ରାଫ୍ଟ, ହେଲିକପ୍ଟର, ସ୍ପେସିଆଲ ଫୋର୍ସ ମଧ୍ୟ ନିଜର ରଣ କୌଶଳ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ସ୍ୱଦେଶୀ ନିର୍ମିତ ଜାହାଜ, ଦିଲ୍ଲୀ କ୍ଲାସ୍‌-ଡେଷ୍ଟ୍ରୟର, ଶିଭାଲିକ –କ୍ଲାସ ଫ୍ରିଗେଟ୍ସ, କାମୋର୍ଟା କ୍ଲାସ ଶିପ୍‌, ନାଭାଲ ଅଫ୍‌ଶୋର ପାଟ୍ରୋଲ ଭେସେଲ୍ସ, ହାଲ୍ ଦ୍ୱାରା ନିର୍ମିତ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର ଏଥରକ କାର୍ଯ୍ୟକ୍ରମରେ ସାମିଲ କରିଛି ନୌସେନା । ପୁରୀ ବ୍ଲୁ ଫ୍ଲାଗ କାର୍ଯ୍ୟକ୍ରମରେ ୪୦ ଏୟାର କ୍ରାଫ୍ଟ , କମ୍ପରାଇଜିଙ୍ଗ ମିଗ୍ ୨୯ କେ ଏବଂ ଇଣ୍ଡିଜେନସ୍ ଏଲସିଏ ନେଭି ଏହି ବିଶେଷ କାର୍ଯ୍ୟକ୍ରମରେ ଭାଗନେବେ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିବ ଲେଜର ପ୍ରେଜେଣ୍ଟଟେଶନ ।

କାର୍ଯ୍ୟକ୍ରମରେ ୭ ହାଜର ନିମନ୍ତ୍ରୀି ଅତିଥି ରହିଛନ୍ତି । ଯେଉଁଥିରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ ମଣ୍ଡଳ ଏବଂ ବିଧାୟକ ମାନେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥାକ କଡାକଠି କରାଯାଇଛି । ୨୦ଟି ସ୍ଥାନରେ ଗାଡ଼ି ପାର୍କିଂ ଷ୍ଟାଣ୍ଡ କରାଯାଇଥିବାବେଳେ ସମୁଦ୍ର କୂଳ ଏବଂ ସରଧାବାଲିରୁ ଉାଂ ଦୋନାକୀଙ୍କୁ ଉଠାଇଦିଆଯାଇଛି । ସୁରାକ୍ଷା ଦାୟିତ୍ୱରେ ୮୫ ପ୍ଲାଟୁନ ପୋଲିସ ଫୋର୍ସ, ୩୫ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାବାହିନୀ, ୩୦୦ ପୋଲିସ ଅଧିକାରୀ ଏବଂ ୩୦୦ ଲାଇ୍ ଗାର୍ଡଙ୍‌ୁକ ମୁତୟନ କରାଯାଇଛି । ପୁରୀ ପୌରାଞ୍ଚଳରେ ଥିବା ସମସ୍ତ ସ୍କୁଲ, କଲେଜ ଜିଲା ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଚି । ୮ଟି ସ୍ଥାନରେ ଏଲଲ୍‌ଇଡି ସ୍କ୍ରିନ୍ ଲଗାଯାଇଛି । ନିରବଚ୍ଛିନ୍ନ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ସମେତ ଟ୍ରାଫିକ ନିୟନ୍ତ୍ରଣ ସାଙ୍ଗକୁ ଅସ୍ତାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଛି ।