fbpx

ପାକିସ୍ତାନୀ ଡ୍ରୋନକୁ ଏନକାଉଣ୍ଟର କଲେ ଭାରତୀୟ ସେନା

ପଞ୍ଜାବ: ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମା ପାଖରେ ବିଏସଏଫର ୧୧୩ ବାଟାଲିୟନ ଆଜି ପଞ୍ଜାବର ଗୁରଦାସପୁର ଜିଲ୍ଲାରେ ଏକ ପାକିସ୍ତାନୀ ଡ୍ରୋନକୁ ମାରି ତଳେ ପକାଇ ଦେଇଛନ୍ତି । ଡ୍ରୋନଟି ଖସି ପଡ଼ିଥିବା ସ୍ଥାନରେ ବିଏସଏଫ ଏବଂ ପୋଲିସ ଦ୍ୱାରା ସର୍ଚ୍ଚ ଅଭିଯାନ ଚାଲୁ ରହିଛି । ତେବେ ଡ୍ରୋନରୁ ହେରୋଇନ ଏବଂ ଅସ୍ତ୍ରଶସ୍ତ୍ରର ବଡ଼ ସାମଗ୍ରୀ ମିଳିବାର ସମ୍ଭାବନା ଦାବି କରାଯାଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଅସ୍ପଷ୍ଟ ରହିଛି ।

ଏଏନଆଇ ଖବର ଅନୁସାରେ, ଶନିବାର ରାତି ୯.୧୫ ମିନିଟରେ ବିଏସଏଫର କନେଷ୍ଟବଳ ହେମରାତ ଆକାଶରେ କିଛି ସନ୍ଦିଗ୍ଧ ଉଡୁଥିବାର ଦେଖିଥିଲେ । ଏହାପରେ ସେ ପାଏରିଂଗ କରିବାକୁ ଆରମ୍ଭ କଲେ । ତେବେ ଶନିବାର ଦିନ ବିଳମ୍ବିତ ରାତିରେ ବିଏସଏର ୧୧୩ ବାଟାଲିୟନ ପାକିସ୍ତାନୀ ଡ଼୍ରୋନକୁ ଗୁଳି ଚଳାଇ ମାଟିରେ ପକାଇ ଦେଇଥିଲେ । ଡ୍ରୋନ ପଡିଥିବା ସ୍ଥାନରେ ବିଏସଏଫ ଏବଂ ପୋଲିସ କର୍ମୀ ତଦନ୍ତ ଚଳାଇଛନ୍ତି । ଡିଆଇଜି ପ୍ରଭାକର ଜୋଶୀ ଏନେଇ ସୂଚନା ଦେଇଛନ୍ତି ।

ଘଟଣାସ୍ଥଳରେ ବିଏସଏଫର ଉପ ମହାନିରୀକ୍ଷକ ପ୍ରଭାକର ଜୋଶୀ ଗୁରଦାସପୁରରେ ସକାଳ ୫.୩୦ରେ ଘନ କୁହୁଡ଼ିରେ ଏକ ସନ୍ଦିଗ୍ଧ ଜିନିଷ ଉଡୁଥିବାର ଦେଖିଥିଲେ । ସେ ଯେତେବେଳେ ଚୋରା ଚାଲାଣକାରୀଙ୍କୁ ଚ୍ୟାଲେଞ୍ଜ କରିଥିଲେ ସେତେବେଳେ ସେମାନେ ପାକିସ୍ତାନ ପାଶ୍ୱର୍ରୁ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଏହାର ଜବାବ ଦେଇ ବିଏସଏଫର ଯବାନମାନେ ମଧ୍ୟ ଗୁଳି ଚଳାଇଥିଲେ । ଯୋଶୀ କହିଛନ୍ତି ଯେ, ପେଟ୍ରୋଲିଂ କମାଣ୍ଡରଙ୍କ ନେତୃତ୍ୱରେ ଟିମ ମଧ୍ୟ ବିଏସଏଫ ଯବାନଙ୍କ ସହଯୋଗ କରିଥିଲା । ଏହାକୁ ଏନକାଉଣ୍ଟର କରିବା ପାଇଁ ଦୀର୍ଘ ସମୟ ଲାଗିଥିଲା । ଶେଷରେ ସଫଳତା ହାସଲ କରିଛି ବିଏସଏଫ ଦଳ ।

Get real time updates directly on you device, subscribe now.