fbpx

ୟୁକ୍ରେନରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ବର୍ବରତା: ମାଡ଼ମାରି ଭାଙ୍ଗିଦେଲେ ହାତ, ଲହୁଲୁହାଣ ହୋଇ ପଠାଇଲେ ଭିଡିଓ

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟ ଡାକ୍ତରୀ ଛାତ୍ରଙ୍କ ଉପରେ ହେଉଥିବା ଆକ୍ରମଣ ଏବଂ ହିଂସାର ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହା ସହ ଜଡିତ ଏକ ଭିଡିଓ ସେୟାର କରିଛନ୍ତି ଏବଂ କେନ୍ଦ୍ର ସରକାରଙ୍କୁ ତାଗିଦ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ଆମେ ଆମର ନାଗରିକଙ୍କୁ ଏହିପରି ଛାଡି ପାରିବୁ ନାହିଁ । ରାହୁଲ କହିଛନ୍ତି ଯେ ଏହି ହିଂସା ଦେଇ ଗତି କରୁଥିବା ଡାକ୍ତରୀ ଛାତ୍ରଛାତ୍ରୀ ସହ ମୋର ସମବେଦନା ରହିଛି। ସେମାନଙ୍କୁ ସେଠାରୁ ବାହାର କରିବା ପାଇଁ ସରକାର ତୁରନ୍ତ ଯୋଜନା ସେୟାର୍ କରିବା ଦରକାର ବୋଲି ରାହୁଲ କହିଛନ୍ତି। ଫସିରହିଥିବା ପିଲାମାନଙ୍କ ବ୍ୟତୀତ ସେମାନଙ୍କ ବାପାମାଆ ମାନେ ବି ଏସମ୍ପର୍କରେ ଜାଣିବା ଦରକାର ବୋଲି କହିଛନ୍ତି ରାହୁଲ ।

ରାହୁଲ ଗାନ୍ଧି ଭାରତୀୟ ଛାତ୍ରଛାତ୍ରୀଙ୍କୁ ମାରପିଟ୍ କରାଯାଉଥିବାର ଭିଡିଓ ସେୟାର୍ କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ସେନା ଆସି ଛାତ୍ରଛାତ୍ରୀଙ୍କ ଜୋରଜବରଦସ୍ତି ଉଠାଇବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କୁ ଠେଲା ପେଲା କରୁଛନ୍ତି । ମାରପିଟ୍ ବି କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏଥିରେ ଜଣେ ଭାରତୀୟ ଛାତ୍ରଙ୍କ ହାତ ଭାଙ୍ଗି ଯାଇଥିବା ଜଣାପଡ଼ିଛି । ସେମାନଙ୍କ କହିବା କଥା ଯେ, ମାରପିଟ୍ କରୁଥିବା ସେନା ମାନେ ହେଲେ ୟୁକ୍ରେନର । ଯୁଦ୍ଧରେ ୟୁକ୍ରେନ ସେନାଙ୍କୁ ସାହାଯ୍ୟ କରୁନଥିବାରୁ ସେମାନେ ରାଗ ସୁଜାଉଛନ୍ତି ବୋଲି କହିଛନ୍ତି ଫସିରହିଥିବା ପିଲାମାନେ ।

ସୂଚନାଯୋଗ୍ୟ, ୟୁକ୍ରେନରୁ ଛାତ୍ରଛାତ୍ରୀ ମାନେ ଯେକୌଣସି ମତେ ବାହାରିବାକୁ ଚେଷ୍ଟା କରୁଛନ୍ତି । ହେଲେ ସେମାନଙ୍କୁ ଖୁବ୍ ସମସ୍ୟା ଦେଇ ଗତି କରିବାକୁ ପଡ଼ୁଛି । ଅନେକ ଛାତ୍ରଛାତ୍ରୀ ସୀମାରେ ହିଁ ଅଟକି ରହିଛନ୍ତି । ସରକାର ସେମାନଙ୍କ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରୁଛି ।

Get real time updates directly on you device, subscribe now.