fbpx

ବାରବାଡସରେ ଫସିଲେ ଭାରତୀୟ ଟିମ୍‌, ଘୂର୍ଣ୍ଣିଝଡ଼ ସମ୍ଭାବନା ନେଇ ହାଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ବିମାନ ସେବା ପ୍ରଭାବିତ

Advertisement

ନୂଆଦିଲ୍ଲୀ: ଦୀର୍ଘ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍ ଚମ୍ପିଆନ୍ ହୋଇଛି ଭାରତ । ଅଧିନାୟକ ରୋହିତ ଶର୍ମାଙ୍କ ଟିମ୍ ଦକ୍ଷିଣ ଆଫ୍ରିକା ସହ ରୋମଞ୍ଚକର ଫାଇନାଲ ମୁକାବିଲାରେ ମାତ୍ର ୭ ରନରେ ପରାସ୍ତ କରିଥିଲା । ଭାରତୀୟ ପ୍ରଶଂସକମାନେ ନିଜ ଚମ୍ପିଆନ୍ ଦଳକୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଛନ୍ତି । କିନ୍ତୁ ବାରବାଡସରେ ଖରାପ ପାଗ ଯୋଗୁଁ ଭାରତୀୟ ଟିମ୍ ଫେରିବାରେ ବିଳମ୍ବ ଦେଖାଦେଇଛି । ଅପରପକ୍ଷରେ ବାରବାଡୋସର ପାଣିପାଗ ବିଭାଗ ପକ୍ଷରୁ ଘୂର୍ଣ୍ଣିବଳୟର ସମ୍ଭାବନା ନେଇ ହାଇ ଆଲର୍ଟ ଜାରି କରିଛି ।

ଆଜି ଭାରତୀୟ ଟିମ୍ ବାରବାଡସରୁ ନ୍ୟୁୟର୍କ ଭାୟା ଦୁବାଇ ଦେଇ ଦିଲ୍ଲୀ ଫେରିଥାନ୍ତେ । ସେମାନେ ଭାରତୀୟ ସମୟ ସାଢ଼େ ୮ଟାରେ ଫେରିବାର ଥିଲା କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ନୁହେଁ । ସପୋର୍ଟ ସ୍ଟାଫ୍ ଓ ପରିବାର ସହ ପ୍ରାୟ ୭୦ ଜଣ ଭାରତ ଫେରିବେ । ତେବେ ଭାରତୀୟ ଟିମ୍ କେତେ ବିଳମ୍ବରେ ଫେରିବେ ତାହା ସ୍ପଷ୍ଟ କରିନାହିଁ ବିସିସିଆଇ । ବାରବାଡସରେ ସମ୍ଭାବ୍ୟ ହରିକେନ୍ ‘ବାରିଲ’ ପାଇଁ ସେଠାରେ ସମସ୍ତ ବିମାନ ସେବା ବନ୍ଦ କରିଦିଆଯାଇଛି । ଏହା ସହ ସ୍ଥାନୀୟ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ସତର୍କ କରାଯାଇଛି । ତେବେ ଘୂର୍ଣ୍ଣିଝଡ଼ ପାଇଁ କଫ୍ରୁ୍ୟ ଭଳି ସ୍ଥିତି ଦେଖାଯାଇଛି । ବାରବାଡସରେ ଖରାପ ପାଗ ଯୋଗୁଁ ଭାରତୀୟ ଟିମ୍ ହୋଟେଲରେ ରହିଛନ୍ତି । ଏକ ରିପୋର୍ଟ ଅନୁଯାୟୀ ହୋଟେଲ ରୁମରେ ବର୍ତ୍ତମାନ ୭୦ ଜଣ ସଦସ୍ୟ ଅଛନ୍ତି । ତେବେ ପାଣିପାଗରେ ପରିବର୍ତ୍ତନ ହେଲେ ସମସ୍ତ ସଦସ୍ୟଙ୍କୁ ଚାର୍ଟର ଫ୍ଲାଇଟ୍ ଯୋଗେ ବାରବାଡସରୁ ବ୍ରିଜଟାଉନ୍ ସ୍ଥାନାନ୍ତର କରାଯିବ । ସେଠାରୁ ଭାରତୀୟ ଦଳ ସିଧାସଳଖ ନୂଆଦିଲ୍ଲୀକୁ ଉଡ଼ାଣ ଭରିବେ ।

Get real time updates directly on you device, subscribe now.