fbpx

ଭାରତର ଅର୍ଥବ୍ୟବସ୍ଥାରେ ଆସିବ ସୁଧାର, ବାର୍ଷିକ ଅଭିବୃଦ୍ଧି ହାର ୬.୭% ବୃଦ୍ଧି ହେବା ନେଇ କ୍ରିସିଲ ରିପୋର୍ଟରୁ ପ୍ରକାଶ

ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥାରେ ସୁଧାର ଆସିବ । ଏନେଇ ପ୍ରମୁଖ ରେଟିଂ ଏଜେନ୍ସୀ କ୍ରିସିଲ(CRISIL) ବଡ଼ ଆକଳନ କରିଛି । ଆଗାମୀ ଦିନରେ ଭାରତୀୟ ଅର୍ଥନୀତିର ଗତି ସନ୍ତୁଳିତ ରହିବ । ବିଶେଷ କରି କେନ୍ଦ୍ର ସରକାରଙ୍କ ଠାରୁ ମିଳୁଥିବା ପୁଞ୍ଜି ଆଧାରିତ ସମର୍ଥନ ଅର୍ଥନୀତିକୁ ଅଧିକ ପ୍ରୋତ୍ସାହିତ କରିବ । ଆର୍ଥିକ ବର୍ଷ ୨୦୨୩-୨୪ରୁ ୨୦୩୦-୩୧ ପର୍ଯ୍ୟନ୍ତ ଭାରତୀୟ ଅର୍ଥବ୍ୟବସ୍ଥାର ବାର୍ଷିକ ଅଭିବୃଦ୍ଧି ହାର ୬.୭% ହେବ ବୋଲି ଆଶା କରାଯାଉଛି ।

କ୍ରିସିଲ ଏଜେନ୍ସୀର ଆକଳନ ଅନୁଯାୟୀ ଭାରତୀୟ ଅର୍ଥବ୍ୟବସ୍ଥାର ସ୍ଥିରତାକୁ ବିକାଶ ଦିଗରେ ଅଗ୍ରସର କରିବା ପାଇଁ ପୁଞ୍ଜିର ପ୍ରମୁଖ ଯୋଗଦାନ ରହିଛି । ଏକ ରିପୋର୍ଟରୁ ପ୍ରକାଶ ଯେ ନିର୍ମାଣ କାର୍ଯ୍ୟକୁ ସମର୍ଥନ କରିବା ପାଇଁ ସରକାର ପୁଞ୍ଜି ବ୍ୟୟକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏହା ସହ ରାଜ୍ୟଗୁଡ଼ିକରେ ପୁଞ୍ଜି ବିନିଯୋଗ ପ୍ରୟାସକୁ ବୃଦ୍ଧି କରିବା ପାଇଁ ସୁଧମୁକ୍ତ ଋଣ ପ୍ରଦାନ କରୁଛନ୍ତି । ତେବେ ଆସନ୍ତା ଆର୍ଥିକ ବର୍ଷରେ ଭାରତୀୟ ଜିଡିପିର ଅଭିବୃଦ୍ଧି ହାର ୬.୪% ହୋଇପାରେ ବୋଲି କ୍ରିସିଲ ଆକଳନ କରିଛି । ଗତବର୍ଷ ଭାରତରେ ମୁଦ୍ରାସ୍ଫୀତି ହାର ୫.୭% ଥିଲା । ଦେଶରେ ପନିପରିବା ଏବଂ ଖାଦ୍ୟ ଶସ୍ୟର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆରବିଆଇ ମୁଦ୍ରାସ୍ଫୀତି ହାରକୁ ୪%ରେ ସ୍ଥିର ରଖିବା ପାଇଁ ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.