fbpx

ଭାରତର ଏକ ମାତ୍ର ଟ୍ରେନ, ଖାଇବା-ପିଇବା ସବୁ ମାଗଣା… ୨୯ ବର୍ଷରୁ ଯାତ୍ରୀଙ୍କୁ ମିଳୁଛି ଏହି ସୁବିଧା

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରିବାକୁ ବେଶ୍ ମଜା ଲାଗେ । ଆଉ ତା’ ସହିତ ଯଦି ଖାଇବା ପିଇବା ଚାଲିଥାଏ, ଏହାର ମଜା ଡବଲ ହୋଇଯାଏ । ଯାତ୍ରା ବେଳେ ଗରମ ଗରମଖାଇବା ମିଳିଲେ, ଟ୍ରେନ ଯାତ୍ରା ଆହୁରି ମଜାଦାର ହୋଇଯାଏ । ଟ୍ରେନରେ ଖାଇବା ପିଇବା ପାଇଁ ପ୍ୟାଣ୍ଟ୍ରି କାର ବ୍ୟବସ୍ଥା କରାଯାଇଥାଏ । ଏହାବ୍ୟତୀତ ରେଲୱେ ଷ୍ଟେସନ ଗୁଡ଼ିକରେ ଫୁଡ୍ ଷ୍ଟଲ ମଧ୍ୟ ଦେଖିବାକୁ ମିଳିଯାଏ । ଏସବୁ ପାଇଁ ଆପଣଙ୍କୁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । କିନ୍ତୁଭାରତରେ ଏମିତି ଏକ ଟ୍ରେନ ରହିଛି, ଯେଉଁଥିରେ ଖାଇବା-ପିଇବା ସବୁ ବ୍ୟବସ୍ଥା ମାଗଣା ରହିଛି । ଯାତ୍ରା ସମୟରେ ମୋଟ ୬ ଥର ଯାତ୍ରୀମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଏ ।

ଝାଡ଼ଖଣ୍ଡ ଏକ୍ସପ୍ରେସ(୧୨୭୧୫) ଟ୍ରେନ ଯାତ୍ରୀମାନଙ୍କୁ ଏହି ସୁବିଧା ପ୍ରଦାନ କରୁଛି । ଏହି ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀମାନଙ୍କୁ ଖାଇବା-ପିଇବାର କୌଣସି ଚିନ୍ତା କରିବାକୁ ପଡ଼େନାହିଁ । ଗତ କିଛି ବର୍ଷରୁ ଏହି ଟ୍ରେନରେ ଯାତ୍ରୀମାନଙ୍କୁ ସ୍ପେସାଲ ଲଙ୍ଗର ପରଷି ଦିଆଯାଏ । ସଚଖଣ୍ଡ ଏକ୍ସପ୍ରେସ ୩୯ ଷ୍ଟେସନରେ ଅଟକିଥାଏ । ଏହି ସମୟରେ ୬ ଷ୍ଟେସନରେ ଯାତ୍ରୀମାନଙ୍କୁ ଲଙ୍ଗର ପ୍ରଦାନ କରାଯାଏ । ଅମୃତସର-ନାନ୍ଦେଡ଼ ସଚଖଣ୍ଡ ଏକ୍ସପ୍ରେସରେଗତ ୨୯ ବର୍ଷରୁ ଯାତ୍ରୀମାନଙ୍କୁ ମାଗଣା ଖାଦ୍ୟ ଖାଇବାକୁ ଦିଆଯାଉଛି । ,ହି ଟ୍ରେନରେ ଯାତ୍ରା କରିବା ସମୟରେ ଖାଦ୍ୟ କିଣିବା କିମ୍ବା ଘରୁ ଖାଦ୍ୟ ନେଇ ଯିବାର କୌଣସି ଆବଶ୍ୟକତା ନାହିଁ ବୋଲି କୁହାଯାଏ । ତେବେ ଯାତ୍ରା କରିବା ବେଳେ ଯାତ୍ରୀମାନେ ବାସନ ନିଜ ସାଙ୍ଗରେ ନେଇ ଯାଇଥାନ୍ତି । ୨୦୮୧ କିଲୋମିଟର ଏହି ଯାତ୍ରାରେ ୬ଟି ଷ୍ଟେସନରେ ଯାତ୍ରୀମାନଙ୍କୁ ଲଙ୍ଗର ଖାଇବାକୁ ଦିଆଯାଏ । ତେବେ ଟ୍ରେନରେ ପ୍ୟାଣ୍ଟ୍ରି ଥିଲେ ମଧ୍ୟ ଏଠାରେ ଖାଦ୍ୟ ପ୍ରସ୍ତୁତ ହୁଏ ନାହିଁ ।

୧୯୯୫ ମସିହାରୁ ଆରମ୍ଭ ହୋଇଥିବା ଏହି ଟ୍ରେନ ପୂର୍ବରୁ ସପ୍ତାହକୁ ଥରେ ଗଡ଼ିଥାଏ । ଏହାପରେ ଏହା ସପ୍ତାହକୁ ୨ ଥର ହୋଇଥିବା ବେଳେ ୧୯୯୭ ମସିହାରୁ ସପ୍ତାହକୁ ୫ ଦିନ ଗଡ଼ିଥିଲା ଏହି ଟ୍ରେନ । କିନ୍ତୁ ବର୍ତ୍ତମାନ ଏହି ସ୍ପେସାଲ ଟ୍ରେନ ପ୍ରତ୍ୟେକ ଦିନ ଯାତାୟତ କରୁଛି । ଜଣେ ବ୍ୟବସାୟୀ ଏହି ଲଙ୍ଗର ଆରମ୍ଭ କରିଥିଲେ । ବର୍ତ୍ତମାନ ପ୍ରତି ଦିନ ୨୦୦୦ ଲୋକଙ୍କ ପାଇଁ ପ୍ରସ୍ତୁତ ହେଉଛି ଲଙ୍ଗର । ଷ୍ଟେସନ ଆସିବା ମାତ୍ରେ କିଛି ସେବାଦାର ଟ୍ରେନରେ ଆଉ କିଛି ଷ୍ଟେସନରେ ଯାତ୍ରୀଙ୍କୁ ଲଙ୍ଗର ପ୍ରସାଦ ପ୍ରଦାନ କରିଥାନ୍ତି ।

Get real time updates directly on you device, subscribe now.