fbpx

ଆହତ ହେଲେ ଭାରତର ଏହି ଷ୍ଟାର ବୋଲର: ତୁଷାର ଦେଶପାଣ୍ଡେଙ୍କୁ ସୁଯୋଗ ଦେଲା BCCI

ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତର ୱେଷ୍ଟଇଣ୍ଡିଜ ଗସ୍ତ । ତେବେ ଏହା ପୂର୍ବରୁ ଟିମ ଇଣ୍ଡିଆର ଜଣେ ଷ୍ଟାର ପେସ ବୋଲର ଆହତ ହୋଇଛନ୍ତି । ତେବେ ଆହତ ଜନିତ ସମସ୍ୟାରୁ ସୁସ୍ଥ ହେବା ପାଇଁ ଏହି ବୋଲରଙ୍କୁ ପ୍ରାୟ ୨-୩ ସପ୍ତାହ ଲାଗିବ ବୋଲି ଜାଣିବାକୁ ମିଳିଛି । ଏ ନେଇ ବିସିସିଆଇ ତରଫରୁ ସୂଚନା ଦିଆଯାଇଛି । ତେବେ ଆହତ ଷ୍ଟାର ବୋଲରଙ୍କ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ବୋଲର ତୁଷାର ଦେଶପାଣ୍ଡେଙ୍କୁ ଦଳରେ ସାମିଲ କରିଛି ଭାରତୀୟ କ୍ରିକେଟ ବୋର୍ଡ ।

ତେବେ ଆହତ ହୋଇଥିବା ଭାରତର ଏହି ଷ୍ଟାର ପେସ ବୋଲର ହେଉଛନ୍ତି ଚେତନ ସକାରିୟା । ବାମହାତୀ ବୋଲରଙ୍କ ବାମ ହାତରେ ହିଁ ଆଘାତ ଲାଗିଥିବାରୁ ସେ ଦଳରୁ ବାଦ୍ ପଡିଛନ୍ତି । ତେଣୁ ଦୁଲୀପ ଟ୍ରଫି ପାଇଁ ବିସିସିଆଇ ସକାରିୟାଙ୍କ ସ୍ଥାନରେ ତୁଷାର ଦେଶପାଣ୍ଡେଙ୍କୁ ସ୍ଥାନ ଦେଇଛି । ଆହତ ସକାରିୟାଙ୍କ ବିକଳ୍ପ ଭାବରେ ମୁମ୍ବାଇର ପେସ ବୋଲର ତୁଷାରଙ୍କୁ ୱେଷ୍ଟ ଜୋନ୍ ଟିମରେ ସାମିଲ କରାଯାଇଛି । ଏ ନେଇ ଭାରତୀୟ କ୍ରିକେଟ ବୋର୍ଡର ଜଣେ ସଦସ୍ୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଚେତନ ସକାରିୟା କହୁଣୀରେ ଆଘାତ ପାଇଛନ୍ତି ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ପ୍ରାୟ ୨-୩ ସପ୍ତାହ ସମୟ ଲାଗିପାରେ । ତେଣୁ ଦୁଲୀଫ ଟ୍ରଫିରେ ତୁଷାର ଦେଶପାଣ୍ଡେଙ୍କୁ ଏହି ଦଳରେ ଚୟନ କରାଯାଇଛି ।

ସୂଚନା ଥାଉ କି, ଏହି ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ୱେଷ୍ଟ ଜୋନ ଏବଂ ସେଣ୍ଟ୍ରାଲ ଜୋନ ମୁହାଁମୁହିଁ ହେବାକୁ ଯାଉଛନ୍ତି । କ୍ୱାର୍ଟର ପାଇନାଳରେ ଇଷ୍ଟ ଜୋନକୁ ୧୭୦ ରନରେ ପରାସ୍ତ କରି ସେମି ଫାଇନାଲର ଟିକେଟ ହାସଲ କରିଛି ସେଣ୍ଟ୍ରାଲ ଜୋନ କ୍ରିକେଟ ଟିମ୍ । ଗତ ଆଇପିଏଲ-୨୦୨୩ରେ ଚେନ୍ନାଇ ସୁପର କିଙ୍ଗ ତରଫରୁୁ ଦମଦାର ବୋଲିଂର ପ୍ରଦର୍ଶନ କରିଥିଲେ ଷ୍ଟାର ବୋଲର ତୁଷାର ଦେଶପାଣ୍ଡେ । ଏହି ସିଜନରେ ୧୬ଟି ମ୍ୟାଚରୁ ୨୧ଟି ୱିକେଟ ନେଇ ସେ ପର୍ପଲ କ୍ୟାପ ଦୌଡରେ ମଧ୍ୟ ସାମିଲ ହୋଇପାରିଥିଲେ ।

Get real time updates directly on you device, subscribe now.