ହିଣ୍ଡନ୍ ବନ୍ଦରରୁ 8 ସହରକୁ ଇଣ୍ଡିଗୋର ବିମାନ ସେବା ଆରମ୍ଭ, ଜାଣନ୍ତୁ କେଉଁ ସହରକୁ କେତେବେଳେ ଭରିବ ଉଡ଼ାଣ …
ଦେଶର ପ୍ରମୁଖ ବିମାନ କମ୍ପାନୀ ଇଣ୍ଡିଗୋର ବଡ଼ ଘୋଷଣା । 20 ଜୁଲାଇ, 2025ରୁ ଉତ୍ତରପ୍ରଦେଶ ଗାଜିଆବାଦର ହିଣ୍ଡନ୍ ବିମାନବନ୍ଦରରୁ ଦେଶର ୮ଟି ପ୍ରମୁଖ ସହରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି।
ନୂଆଦିଲ୍ଲୀ: ଦେଶର ପ୍ରମୁଖ ବିମାନ କମ୍ପାନୀ ଇଣ୍ଡିଗୋର ବଡ଼ ଘୋଷଣା । 20 ଜୁଲାଇ, 2025ରୁ ଉତ୍ତରପ୍ରଦେଶ ଗାଜିଆବାଦର ହିଣ୍ଡନ୍ ବିମାନବନ୍ଦରରୁ ଦେଶର ୮ଟି ପ୍ରମୁଖ ସହରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏହି ପଦକ୍ଷେପ ଦିଲ୍ଲୀ-ଏନସିଆରର ଯାତ୍ରୀମାନଙ୍କୁ ଉତ୍ତମ ସୁବିଧା ଏବଂ ଅଧିକ ସଂଯୋଗ ପ୍ରଦାନ କରିବା ଦିଗରେ ଏକ ବଡ଼ ନିଷ୍ପତ୍ତି। ଇଣ୍ଡିଗୋ ଏବେ ଜାତୀୟ ରାଜଧାନୀ କ୍ଷେତ୍ର (ଏନସିଆର)ର ଦୁଇଟି ବିମାନବନ୍ଦର, ଦିଲ୍ଲୀ ଏବଂ ହିଣ୍ଡନ୍ ରୁ ଏହାର ସେବା ପ୍ରଦାନ କରିବ।
ଇଣ୍ଡିଗୋ ଏୟାରଲାଇନ୍ସ ହିଣ୍ଡନ ବିମାନବନ୍ଦରରୁ ଦେଶର 8ଟି ପ୍ରମୁଖ ସହରକୁ ବିମାନ ସେବା ଆରମ୍ଭ କରିବ। ଏହି ସହରଗୁଡ଼ିକ ହେଉଛି ଅହମ୍ମଦାବାଦ, ବାଙ୍ଗାଲୋର, ଚେନ୍ନାଇ, ଇନ୍ଦୋର, କୋଲକାତା, ମୁମ୍ବାଇ, ପାଟନା ଏବଂ ବାରାଣସୀ। ଏହା ପରେ, ଦିଲ୍ଲୀ ଏନସିଆର, ବିଶେଷକରି ନୋଏଡା, ଗାଜିଆବାଦ, ପୂର୍ବ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରକୁ ଯିବାକୁ ପଡ଼ିବ ନାହିଁ।
ତେବେ ଏହି ଆଠଟି ପ୍ରମୁଖ ସହରକୁ ସପ୍ତାହରେ 70 ରୁ ଅଧିକ ଉଡ଼ାଣ ଭରିବ ଇଣ୍ଡିଗୋ । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦର ଦେଶର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର ମଧ୍ୟରୁ ଗୋଟିଏ। ଏପରି ପରିସ୍ଥିତିରେ, ଦିଲ୍ଲୀ ଏନସିଆରରେ ରହୁଥିବା ଲୋକମାନେ ହିଣ୍ଡନ୍ ବିମାନବନ୍ଦରରୁ ସହଜରେ ଯାତ୍ରା କରିପାରିବେ।
ଦେଖନ୍ତୁ କେଉଁ ସହର ପାଇଁ ଆପଣ କେବେ ବିମାନ ପାଇବେ ?
ବେଙ୍ଗାଲୁରୁ
ବେଙ୍ଗାଲୁରୁରୁ ହିଣ୍ଡନ୍ ବିମାନବନ୍ଦରକୁ ଆସିବା ପାଇଁ, ସକାଳ 4.20 ଏବଂ 9.30 ରେ ବିମାନ ସେବା ମିଳିବ। ଉଭୟ ଉଡ଼ାଣ 2.35 ରେ ବେଙ୍ଗାଲୁରୁରୁ ଗାଜିଆବାଦରେ ପହଞ୍ଚିବ। ହିଣ୍ଡନ୍ ରୁ ବାଙ୍ଗାଲୁରୁକୁ ପ୍ରଥମ ବିମାନ ସକାଳ 7.50 ରେ ଉପଲବ୍ଧ ହେବ ଏବଂ ସକାଳ 10.25 ରେ ବାଙ୍ଗାଲୁରୁରେ ପହଞ୍ଚିବ। ଦ୍ୱିତୀୟ ବିମାନ ଅପରାହ୍ନ 1 ଟାରେ ଉଡ଼ାଣ ଭରିବ ଏବଂ ଅପରାହ୍ନ 3.40 ରେ ବାଙ୍ଗାଲୁରୁରେ ପହଞ୍ଚିବ। ବାଙ୍ଗାଲୁରୁକୁ ସପ୍ତାହର ସାତ ଦିନ ବିମାନ ସେବା ପାଇପାରିବେ ।
କୋଲକାତା
କୋଲକାତାରୁ ହିଣ୍ଡନ୍ କୁ ବିମାନ ସକାଳ 5.50 ରେ ଉପଲବ୍ଧ ହେବ ଏବଂ ସକାଳ 8ଟା ସୁଦ୍ଧା ହିଣ୍ଡନ୍ ରେ ପହଞ୍ଚିବ। ହିଣ୍ଡନ୍ ରୁ କୋଲକାତାକୁ ବିମାନ ସକାଳ 8.50 ରେ ଉଡ଼ାଣ ଭରିବ ଏବଂ ସକାଳ 11 ଟାରେ କୋଲକାତାରେ ପହଞ୍ଚିବ। କୋଲକାତାକୁ ମଧ୍ୟ ପ୍ରତିଦିନ ଉଡ଼ାଣ ଭରିବ ବମାନ।
ମୁମ୍ବାଇ
ମୁମ୍ବାଇରୁ ହିଣ୍ଡନ୍ କୁ ବିମାନ ସକାଳ 7.40 ରେ ଉଡ଼ାଣ ଭରିବ ଏବଂ ସକାଳ 9.40 ରେ ଏଠାରେ ପହଞ୍ଚିବ। ଫେରିବା ସମୟରେ, ଏହି ବିମାନ ସନ୍ଧ୍ୟା 6 ଟାରେ ଉଡ଼ାଣ ଭରିବ ଏବଂ ରାତି 8.15 ରେ ମୁମ୍ବାଇରେ ପହଞ୍ଚିବ। ତଥାପି, ହିଣ୍ଡନ୍ ରୁ ମୁମ୍ବାଇକୁ ବିମାନ ସପ୍ତାହରେ କେବଳ ଛଅ ଦିନ ଉପଲବ୍ଧ ହେବ।
ଅହମ୍ମଦାବାଦ
ପ୍ରତିଦିନ ସକାଳ 8.55 ରେ ଅହମ୍ମଦାବାଦରୁ ହିଣ୍ଡନକୁ ଏକ ବିମାନ ଉଡ଼ାଣ ଭରିବ, ଯାହା ସକାଳ 10.25 ରେ ହିଣ୍ଡନରେ ପହଞ୍ଚିବ। ଫେରିବା ବିମାନ ସନ୍ଧ୍ୟା 5.35 ରେ ହିଣ୍ଡନରୁ ଛାଡ଼ି ସନ୍ଧ୍ୟା 7.05 ରେ ଅହମ୍ମଦାବାଦରେ ପହଞ୍ଚିବ। ତଥାପି, ରବିବାର ଦିନ ଅହମ୍ମଦାବାଦକୁ ଯାଉଥିବା ବିମାନ ସକାଳ 11.10 ରେ ଉଡ଼ାଣ ଭରି ଦିନ 12.40 ରେ ଅହମ୍ମଦାବାଦରେ ପହଞ୍ଚିବ।
ପାଟନା
ପାଟନାରୁ ହିଣ୍ଡନକୁ ଯାଉଥିବା ବିମାନ ସକାଳ 10 ରେ ଉଡ଼ାଣ ଭରି ଦିନ 11.40 ରେ ହିଣ୍ଡନରେ ପହଞ୍ଚିବ ଏବଂ ଫେରିବା ବିମାନ ଅପରାହ୍ନ 12.30 ରେ ଉଡ଼ାଣ ଭରି ଦିନ 2.10 ରେ ପାଟନାରେ ପହଞ୍ଚିବ। ଏହି ଉଭୟ ବିମାନ ସପ୍ତାହର ସାତ ଦିନ ଉପଲବ୍ଧ ହେବ।
ବାରଣାସୀ
ପ୍ରତିଦିନ ସକାଳ 10.30 ରେ ବାରାଣାସୀରୁ ହିଣ୍ଡନକୁ ଏକ ବିମାନ ଉଡ଼ାଣ ଭରିବ, ଯାହା ସକାଳ 11.45 ରେ ହିଣ୍ଡନରେ ପହଞ୍ଚିବ। ଫେରିବା ବିମାନ ରାତି 11.55 ରେ ହିଣ୍ଡନରୁ ଛାଡ଼ି ଦିନ 1.20 ରେ ବାରାଣାସୀରେ ପହଞ୍ଚିବ।
ଚେନ୍ନାଇ
ଚେନ୍ନାଇରୁ ହିଣ୍ଡନ୍ ବିମାନ ପ୍ରତିଦିନ ଦିନ 12.05 ରେ ଛାଡିବ ଏବଂ ଦିନ 2.50 ରେ ହିଣ୍ଡନ୍ ରେ ପହଞ୍ଚିବ। ଫେରସ୍ତ ବିମାନ ହିଣ୍ଡନ୍ ରୁ ଅପରାହ୍ନ 3.40 ରେ ଛାଡି ଚେନ୍ନାଇରେ ସନ୍ଧ୍ୟା 6.20 ରେ ପହଞ୍ଚିବ। ତଥାପି, ହିଣ୍ଡନ୍ ରୁ ଚେନ୍ନାଇ ବିମାନ ସପ୍ତାହରେ କେବଳ ଛଅ ଦିନ ଚଳାଚଳ କରିବ ବୋଲି ଜଣାପଡ଼ିଛି।
ଇନ୍ଦୋର
ହିଣ୍ଡନ୍ ରୁ ଇନ୍ଦୋର ବିମାନ ପ୍ରତିଦିନ ଅପରାହ୍ନ 2.10 ରେ ଛାଡି ଇନ୍ଦୋରରେ ଅପରାହ୍ନ 3.30 ରେ ପହଞ୍ଚିବ। ଫେରସ୍ତ ବିମାନ ଇନ୍ଦୋରରୁ ଅପରାହ୍ନ 4 ରେ ଛାଡି 5.20 ରେ ହିଣ୍ଡନ୍ ରେ ପହଞ୍ଚିବ। ଇନ୍ଦୋରରୁ ହିଣ୍ଡନ୍ ସପ୍ତାହରେ କେବଳ ଛଅ ଦିନ ବିମାନ ଭରିବ ବୋଲି ଜଣାପଡ଼ିଛି ।