fbpx

ମୁହଁରୁ କ୍ଷୀର ଛାଡିନି; ଛୁଆ ମୁଣ୍ଡରୁ ଉଠିଗଲା ମା’ର ହାତ

ଢେଙ୍କାନାଳ(ଓଡ଼ିଶା ଭାସ୍କର):ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଥାନା ଅନ୍ତର୍ଗତ ଜିରାଳ ଗ୍ରାମ ର ଜନୈକ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ତଦନ୍ତ ଚଳାଇ ଥିବା ଖବର ମିଳିଛିଜ୍ଝସୂଚନା ରୁ ପ୍ରକାଶ ଉକ୍ତ ଗ୍ରାମ ର ବାବାଜୀ ବେହେରାଙ୍କ ପୁଅ ଜିତେନ୍ଦ୍ରଙ୍କୁ ଗତ ଫେବୃଆରୀ ମାସ ରେ ବୈଦିକ ରୀତି ନୀତି ଅନୁସାରେ ବିବାହ କରିଥିଲେ । ତେବେ ଭୁବନର ୱାର୍ଡ ନଂ ୯ ର ବାସିନ୍ଦା ପ୍ରାଣବନ୍ଧୁ ସାହୂଙ୍କ ଝିଅ ଶିବାନୀ ସାହୁ ଙ୍କୁ ଜିତେନ୍ଦ୍ର ବିବାହ କରିବା ପରେ ସମସ୍ତେ ଭଲରେ ଚଳୁଥିଲେ । ଗତ ୧୦ ତାରିଖ ଦିନ ଏହି ଦମ୍ପତି ଙ୍କ ଏକ ମାତ୍ର ଶିଶୁ ପୁତ୍ରର ଏକୋଇଶିଆ ହେବା ଅବସର ରେ ଦୁଇ ପକ୍ଷ ପରିବାର ଏକାଠି ହୋଇ ଜିରାଳ ଠାରେ ସାଙ୍ଗ ପରିଜନ ମାନଙ୍କ ସହ ଖୁସି ମନେଇ ଥିବା ବେଳେ ୧୧ ତାରିଖ ଦିନ ଶିବାନୀ ଙ୍କ ମୃତ୍ୟୁ ଖବର ପାଇ ବାପ ଘର ଲୋକ ଅବାକ ପାଲଟି ଯାଇଛନ୍ତି ।
କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଶିବାନୀଙ୍କ ସନ୍ଦେହ ଜନକ ମୃତ୍ୟୁ ହେବାରୁ କାମାକ୍ଷାନଗର ପୋଲିସ ଶବ ଜବତ କରି ଶବ ବ୍ୟବଚ୍ଛଦ କରିବାକୁ ପଠେଇ ଥିବା ବେଳେ ଦୁଇ ପରିବାର ଲୋକଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣା ପଡିଛି । ତେବେ ନବଜାତ ଶିଶୁ କୁ ଜନ୍ମ ଦେଇ ଶିବାନୀ ଶିଶୁର ଏକୋଇଶିଆ କରି ସାରିବା ପର ଦିନ ସନ୍ଦେହ ଜନକ ମୃତ୍ୟୁକୁ ନେଇ ନବଜାତ ଶିଶୁକୁ ପୋଲିସ କି ନ୍ୟାୟ ପ୍ରଦାନ କରୁଛି ତାହା ଜନସାଧାରଣ ଦେଖିବା ବାକି ରହିଛି ।

Get real time updates directly on you device, subscribe now.