fbpx

ଆମ୍ବୁଲାନ୍ସ ଭିତରୁ ଗଞ୍ଜେଇ ଜବତ: ଡ୍ରାଇଭର ସମେତ ୬ ଗିରଫ

ଭଦ୍ରକ(ଓଡ଼ିଶା ଭାସ୍କର):ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଘଟଣାରେ ପୋଲିସର ସୂଚନା । ଫୁଲବାଣୀରୁ ପୁରୁଣାବଜାର ଆସୁଥିଲା ଗଞ୍ଜେଇ ଏସ୍କର୍ଟ କରୁଥିଲା କାର । କାର ମଧ୍ୟରେ ଥିଲା ଖଣ୍ଡା ସହ ମାରଣାସ୍ତ୍ର । ସୂଚନା ଯୋଗ୍ୟ ଯେ ଭଦ୍ରକ ପୋଲିସ ଗତକାଲି ଏକ ଆମ୍ବୁଲାନ୍ସ ଜବତ କରି ଖୋଳତାଡ଼ କରୁଥିଲା । ପରେ ଏନେଇ ସବିଶେଷ ସୂଚନା ଦେଇଛି ଭଦ୍ରକ ପୋଲିସ । ସୂଚନ ଅନୁଯାୟୀ ଏକ ଆମ୍ବୁଲାନ୍ସରେ ୪୫ କିଲୋ ଗଞ୍ଜେଇ ଫୁଲବାଣୀରୁ ଭଦ୍ରକ ଜିଲ୍ଲା ପୁରୁଣାବଜାର ଅଞ୍ଚଳକୁ ଆସୁଥିଲା । ଏନେଇ ଭଦ୍ରକ ପୋଲିସ ଖବର ପାଇ ବନ୍ତ ଛକ ନିକଟରେ ଆମ୍ବୁଲାନ୍ସକୁ ଅଟକାଇଥିଲା, ଏହି ସମୟରେ ଏକ ଏସ୍କାର୍ଟ କାର ମଧ୍ୟ ଅଟକିଥିଲା । ପୋଲିସ ଯାଞ୍ଚ ସମୟରେ ଆମ୍ବୁଲାନ୍ସରେ ୪୫ କିଲୋ ଗଞ୍ଜେଇ ଜବତ କରିଥିଲା ।

ଏସ୍କର୍ଟ କାରରୁ ଖଣ୍ଡା ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଥିଲା । ପରେ ଏହି ଚୋରା ଚାଲାଣ ର ଖୋଳତାଡ଼ କରିବା ସହ ଏହାର ମାଷ୍ଟରମାଇଣ୍ଡକୁ ମିର ଅଲ୍ଲୀ ଓ ବଣ୍ଟି କୁ ଗିରଫ କରିଛି । ତେବେ ଗିରଫଙ୍କ ମଧ୍ୟ ରେ ଅନୁଗୁଳ ଜିଲ୍ଲା ବାରଡ଼ାକଟା ଗାଁର ଶେଷଦେଵ ଖେତୀ, ଭୋଇପଡା ଗାଁର ଅଜିତ ମହାକୁଡ଼, ଭଣ୍ଡାରିମୁଣ୍ଡ ଗାଁର ଗୌରୀ ଶଙ୍କର ସୋନା, ଭଦ୍ରକ ଧାମନଗର ଥାନା ଦୋବଲ , ମୁସ୍ତାଫାପୁରର ଶେଖ ମୌନୀ , ପୁରୁଣାବଜାର ଥାନା ସରକାର ନଗରର ବଣ୍ଟି , ଭଣ୍ଡାରିପୋଖରୀ ଥାନା ସରସଦାର ପ୍ରଶାନ୍ତ ସେଠୀ , ଆମ୍ବୁଲାନ୍ସ ଡ୍ରାଇଭର ଟାଉନ ଥାନା ଅଧିନସ୍ଥ କୁଆଁସର ଲକ୍ଷ୍ମଣ ବେହେରା ବୋଲି ସୂଚନା ଦେଇଛି ପୋଲିସ । ତେବେ ପୋଲିସ ତଦନ୍ତ ପାଇଁ ଅଧିକ ସୂଚନା ଦେଇନାହିଁ ।

Get real time updates directly on you device, subscribe now.