fbpx

ଦେଶରେ ମହଙ୍ଗା ମାଡ଼: Uber ପରେ ଭଡ଼ା ବଢ଼ାଇଲା Ola, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲ ସହ ସିଏନଜି ଦାମ୍ ବଢ଼ିବାରେ ଲାଗିଛି । ଏହାର ପ୍ରଭାବକ୍ୟାବ୍ ଓ ଟ୍ୟାକ୍ସି ସେବା ଉପରେ ଦେଖିବାକୁ ମିଳୁଛି । ଏଥିପାଇଁ Uber ଏବଂ Olaର ଡ୍ରାଇଭର କ୍ୟାବ୍ ସର୍ଭିସର ଦାମ ବଢାଇବାକୁ ଲଗାତାର ଦାବି କରି ଆସୁଥିଲେ । ଆପ୍ ଆଧାରିତ ଟ୍ୟାକ୍ସି ସେବା ଯୋଗାଉଥିବା ଆମେରିକୀୟ କମ୍ପାନୀ ଉବର ମୁମ୍ବାଇ, ଦିଲ୍ଲୀ-ଏନସିଆର ପରେ କୋଲକାତା ଓ ହାଇଦ୍ରାବାଦରେ ଭଡ଼ା ବଢ଼ାଇଛି । ସେହିଭଳି ପ୍ରତିଯୋଗୀ କମ୍ପାନୀ ଓଲା ମଧ୍ୟ ଅନେକ ସହରରେ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି ନେଇଛି ।

ଉବର ଇଣ୍ଡିଆ ଆଣ୍ଡ ସାଉଥ ଏସିଆ ର ହେଡ୍ ଅଫ୍ ସେଣ୍ଟ୍ରାଲ ଅପରେସନ୍ସ ନୀତୀଶ ଭୂଷଣ ଏକ ସମ୍ବାଦ ରିପୋର୍ଟରେ କହିଛନ୍ତି ଯେ, ‘ଆମେ ଡ୍ରାଇଭରଙ୍କ ଫିଡବ୍ୟାକ୍ ଶୁଣୁଛୁ ଓ ତୈଳ ଦାମ୍ ବୃଦ୍ଧି ଯୋଗୁଁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ବୁଝିପାରୁଛୁ । ତେଲ ଦର ବୃଦ୍ଧି ଯୋଗୁଁ ଡ୍ରାଇଭରଙ୍କୁ କ୍ଷତି ସହିବାକୁ ପଡୁଛି । ଏଥିପାଇଁ ଦିଲ୍ଲୀ-ଏନସିଆର ଏବଂ କୋଲକାତାରେ ଭଡା ୧୨ ପ୍ରତିଶତ ବୃଦ୍ଧି କରିବାକୁ ଉବର ନିଷ୍ପତ୍ତି ନେଇଛି । ସେହିଭଳି ମୁମ୍ବାଇ ଏବଂ ହାଇଦ୍ରାବାଦରେ ଭଡା ୧୫ ପ୍ରତିଶତ ବୃଦ୍ଧି କରାଯାଇଛି ।’

ସେହିପରି ଓଲା ମଧ୍ୟ କେତେକ ସହରରେ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି ନେଇଛି । ଖବର ଅନୁସାରେ, ହାଇଦ୍ରାବାଦରେ ଥିବା ନିଜ ଡ୍ରାଇଭରମାନଙ୍କୁ ଇମେଲ କରି ଏହାର ସୂଚନା ଦେଇଛି କମ୍ପାନୀ । ଇ-ମେଲରେ କୁହାଯାଇଛି ଯେ, ଓଲାର ମିନି ଓ ପ୍ରାଇମ ଶ୍ରେଣୀ ପାଇଁ ଭଡ଼ା ୧୬ % ବୃଦ୍ଧି କରାଯାଇଛି ।

ଉଲ୍ଲେଖନୀୟ ଦାମ ବଢାଯାଉ ଦାବି ଉପରେ କମ୍ପାନୀ କୌଣସି ନିଷ୍ପତ୍ତି ନନେବାରୁ ଓଲା ଏବଂ ଉବର ଡ୍ରାଇଭର ହଡତାଳ କରିଥିଲେ । ଅନ୍ୟପଟେ କମ୍ପାନୀର ଏହି ନିଷ୍ପତ୍ତିରେ ଡ୍ରାଇଭରମାନେ କିଛି ମାତ୍ରାରେ ଆଶ୍ୱସ୍ତି ପାଇପାରିବେ ।

Get real time updates directly on you device, subscribe now.