fbpx

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତି ସୁଯୋଗ: ପ୍ରାର୍ଥୀଙ୍କୁ ଇନ୍ସପେକ୍ଟର, MTS, ଟାକ୍ସ ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର ପଦରେ ଦିଆଯିବ ନିଯୁକ୍ତି

Advertisement

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ଆୟକର ବିଭାଗରେ ଟ୍ୟାକ୍ସ ଆସିଷ୍ଟାଣ୍ଟ, ଏମଟିଏସ, ଷ୍ଟେନୋଗ୍ରାଫର, ଇନ୍ସପେକ୍ଟର, କ୍ୟାଣ୍ଟିନ ଆଟେଣ୍ଡାଣ୍ଟ ଆଦି ବିଭିନ୍ନ ପ୍ରକାରର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଏହି ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ ।

ଡିସେମ୍ବର ମାସ ୨୨ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜାନୁଆରୀ ମାସ ୧୯ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ, ଯୁକ୍ତଦୁଇ, ସ୍ନାତକ ଆଦି ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ଯୋଗ୍ୟତା ୨୫, ୨୭ ଓ ୩୦ ବର୍ଷ ରହିଛି । ବୟସ ଯୋଗ୍ୟତା ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ହିସାବକୁ ନିଆଯିବ ।

ସମସ୍ତ ପ୍ରାର୍ଥୀଙ୍କୁ ଆବେଦନ ଫିସ୍ ବାବଦକୁ ୨୦୦ ଟଙ୍କା ଜମା କରିବାକୁ ପଡ଼ିବ । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ । ସମସ୍ତ ପଦ ପାଇଁ ଦରମା ଭିନ୍ନ ଭିନ୍ନ ରହିଛି । ମୋଟ ୨୯୧ଟି ପଦରେ ପ୍ରାର୍ଥୀଙ୍କୁ ୫ ପ୍ରକାର ପଦରେ ନିଯୁକ୍ତି ଦିଆଯିବ । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା ପ୍ରାର୍ଥୀଙ୍କୁ ଏଥିରେ ନିଯୁକ୍ତି ଦିଆଯିବ । ଆବେଦନ କରିବା ପୂର୍ବରୁ ଏହି ବିଜ୍ଞପ୍ତିକୁ ଭଲ ଭାବେ ପଢ଼ିବାକୁ ପ୍ରାର୍ଥୀଙ୍କୁ ଅନୁରୋଧ ।

ଅନଲାଇନ୍ ଆବେଦନ ଲିଙ୍କ: https://mumbai-itax-sportsrecr23.com/

ନୋଟିଫିକେସନ ଲିଙ୍କ: https://www.incometaxmumbai.gov.in/pdf/sports-recruitment.pdf

Get real time updates directly on you device, subscribe now.