fbpx

ଯଦି ଆପଣ ଜଣେ ଷ୍ଟୁଡେଣ୍ଟ ତେବେ ନିଜ ରୁମରେ ଲଗାନ୍ତୁ ଏପରି Motivational Art, ପଢାରେ ଲାଗିବ ମନ

ଓଡ଼ିଶା ଭାଷ୍କର: ଛାତ୍ରଛାତ୍ରୀଙ୍କ ମନ ପାଠ ପଢାରେ ନିହାତି ରହିବା ଆବଶ୍ୟକ । ଏକ ଭଲ ଡେକୋରେଟ ରୁମ କେବଳ ଆପଣଙ୍କ ମୁଡକୁ ଠିକ୍ କରେ ନାହିଁ, ବରଂ ଆପଣଙ୍କୁ ପାଠ ପଢିବା ଲାଗି ପ୍ରେରିତ କରିଥାଏ । ଆଜି ଆମେ ଆପଣଙ୍କୁ କହିବୁ କିପରି ଆପଣ ନିଜ ରୁମକୁ ମୋଟିଭେସନାଲ ଆର୍ଟ ସହ ସଜାଇବେ । ଯାହା ଆପଣଙ୍କ ରୁମକୁ ସୁନ୍ଦର କରିବା ସହ ଆପଣଙ୍କୁ ପାଠ ପଢାରେ ମଧ୍ୟ ସାହାଯ୍ୟ କରିବ ।

ଆର୍ଟ ୱର୍କ: ନିଜ ରୁମରେ କଳାତ୍ମକ ପୋଷ୍ଟର୍ସ ଲଗାନ୍ତୁ ଯାହା ନାଚୁରାଲ ଅବଷ୍ଟ୍ରାକ୍ଟ ଆର୍ଟ ବା ରଙ୍ଗ ବେରଙ୍ଗ ଡିଜାଇନ ସହ ପ୍ରେରିତ ହୋଇଥାଏ । ଏହି ପୋଷ୍ଟର୍ସ କେବଳ ଆପଣଙ୍କ ରୁମକୁ ସୁନ୍ଦର କରିନଥାଏ ବରଂ ଆପଣଙ୍କ ଭାବନା ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ । ଏଭଳି ଜିନିଷ ଦେଖି ଆପଣଙ୍କ ମନକୁ ନୂଆ ବିଚାର ଆସିବ ଏବଂ ମନ ମଧ୍ୟ ଖୁସି ରହିବ ।

DIY ଆର୍ଟ: ଆପଣଙ୍କ ପସନ୍ଦର ଉଦ୍ଧୃତ ବା ଡିଜାଇନକୁ ନିଜେ ତିଆରି କରନ୍ତୁ ଏବଂ ତାକୁ ନିଜ ରୁମରେ ଲଗାନ୍ତୁ । ଏଥିରେ ଆପଣଙ୍କ ରୁମ କେବଳ ସୁନ୍ଦର ଦେଖାଯିବନି, ବରଂ ଏଥିରେ ଆପଣଙ୍କ ପସନ୍ଦର ଝଲକ ମଧ୍ୟ ଦେଖାଯିବ । ନିଜେ ପ୍ରସ୍ତୁତ କରୁଥିବା ଜିନିଷ ଦେଖି ଆପଣଙ୍କୁ ଆହୁରି ଖୁସି ଲାଗିବ । ଏହା ଆପଣଙ୍କ ରୁମକୁ ଖାସ କରିବ ।

ୱାଲ ଷ୍ଟିକର୍ସ: ବଜାରରେ ମିଳୁଥିବା ଭିନ୍ନ ଭିନ୍ନ ପ୍ରକାରର ମୋଟିଭେସନାଲ ୱାଲ ଷ୍ଟିକର୍ସର ବ୍ୟବହାର କରି ଆପଣ ସହଜରେ ନିଜ ରୁମରେ ପ୍ରେରଣାଦାୟକ କରିପାରିବେ । ଏହି ଷ୍ଟିକର୍ସ ଲଗାଇବା ବହୁତ ସହଜ ହୋଇଥାଏ । ଏହି ଷ୍ଟିକର୍ସକୁ ଦେଖି ଆପଣଙ୍କ ମନ ପାଠ ପଢାରେ ଲାଗିବ ।

ରଙ୍ଗୀନ ଫ୍ରେମ୍ : ରଙ୍ଗୀନ ଫ୍ରେମରେ ଆପଣଙ୍କ ପ୍ରିୟ ଫଟୋ କିମ୍ବା କୋଟଗୁଡିକ ରଖି ନିଜ ରୁମର କାନ୍ଥକୁ ସଜାଇପାରିବେ। ଏହି ରଙ୍ଗୀନ ଫ୍ରେମ୍ ଗୁଡିକ ରୁମକୁ ଅଧିକ ସୁନ୍ଦର କରିବ ଏବଂ ଆପଣଙ୍କ ମନକୁ ମଧ୍ୟ ଖୁସି ରଖିବ। ଏହା ଆପଣଙ୍କ ରୁମକୁ ଅଧିକ ସୁନ୍ଦର ଦେଖାଯିବ ଏବଂ ଆପଣ ଅଧ୍ୟୟନରେ ଅଧିକ ଆଗ୍ରହୀ ଅନୁଭବ କରିବେ।

Get real time updates directly on you device, subscribe now.