fbpx

ଟୁଇଟର୍ ପରେ ଏବେ ଇନଷ୍ଟାଗ୍ରାମ ନେଲା କଙ୍ଗନାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଡିଲିଟ୍ କଲା…..

ମୁମ୍ବାଇ, ୯/୦୫(ଓଡିଶା ଭାସ୍କର) : ବିବାଦ ସହିତ ଅଙ୍ଗାଙ୍ଗୀ ଭାବେ କଙ୍ଗନା ରନାୱତ୍ ଜଡିତ ବୋଲି ଆମେ କହିପାରିବା । କାରଣ ନିଜ ବିବାଦୀୟ ବୟାନ ପାଇଁ ସେ ସବୁ ବେଳେ ଚର୍ଚ୍ଚାରେ ରହି ଆସୁଛନ୍ତି । ନିକଟରେ ପଶ୍ଚିମବଙ୍ଗ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ଷେପ କରି କିଛି ଟୁଇଟ୍ କରିଥିଲେ । ଆଉ ତାପରେ ଟୁଇଟର୍ ପକ୍ଷରୁ ତାଙ୍କ ଆକାଉଣ୍ଟକୁ ସସପେଣ୍ଡ ତଥା ସବୁଦିନ ପାଇଁ ବନ୍ଦ କରି ଦିଆଯାଇଥିଲା । ଆଉ ତାପରେ କଙ୍ଗନା ଇନଷ୍ଟାଗ୍ରାମକୁ ସାହାରା କରିଥିଲେ । ହେଲେ ଯେତେବେଳେ ଇନଷ୍ଟାଗ୍ରାମରେ ମଧ୍ୟ ସେପରି କିଛି ବୟାନ ଦେଲେ ସଙ୍ଗେ ସଙ୍ଗେ ଇନଷ୍ଟାଗ୍ରାମ ପକ୍ଷରୁ ମଧ୍ୟ ତାଙ୍କର ଗୋଟିଏ ପୋଷ୍ଟକୁ ଡିଲିଟ୍ କରି ଦିଆଯାଇଛି । ଏନେଇ ସେ ଇନଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରୀ ମାଧ୍ୟମରେ ସୁଚନା ଦେଇଛନ୍ତି ।

ଗତକାଲି କଙ୍ଗନା କରୋନା ପଜିଟିଭ୍ ହୋଇଥିବା ନେଇ ଇନଷ୍ଟାଗ୍ରାମ ମାଧ୍ୟମରେ ଜଣାଇଥିଲେ । ଏଥିସହିତ ସେ ତାଙ୍କ ସେହି ପୋଷ୍ଟରେ କହିଥିଲେ ଯେ, ଏହା ହେଉଛି ଏକ ମାମୁଲି ଫ୍ଲୁ ଏବଂ ଆଉ ମୁଁ ଜାଣିଛି ଯେ ଏହାକୁ ନିଶ୍ଚୟ ହରାଇବି । ତେବେ ତାଙ୍କର ଏହି ପୋଷ୍ଟକୁ ନେଇ ବିବାଦ ହେବାରୁ ଇନଷ୍ଟାଗ୍ରାମ ପକ୍ଷରୁ ଏହି ପୋଷ୍ଟକୁ ଡିଲିଟ୍ କରି ଦିଆଯାଇଛି । ଏହାପରେ କଙ୍ଗନା ଖୁବ୍ ଜୋରରେ ରାଗି ଯାଇ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏ ବିଷୟରେ ଜଣାଇଛନ୍ତି ।

ଏହି ଇନଷ୍ଟାଗ୍ରାମ ଷ୍ଟୋରୀ ବି ଏବେ ଖୁବ୍ ଭାଇରାଲ୍ ହେଉଛି । ତେବେ ସେ ଗତକାଲି ଇନଷ୍ଟାଗ୍ରାମରେ କୋଭିଡ୍ ସଂକ୍ରମିତ ହେବା ନେଇ ପୋଷ୍ଟ କରି ଥିଲେ । ଆଉ କହିଥିଲେ ଯେ, “ମୁଁ ଗତ କିଛି ଦିନ ଆଖିରେ ଜଳାପୋଡା ହେଉଛି, ଆଉ ଥକି ଯିବା ପରି ଅନୁଭବ ହେଉଛି । ତେଣୁ ହିମାଞ୍ଚଳ ଆସିବାକୁ ଚାହୁଁଥିଲି । ତେଣୁ ମୁଁ କୋଭିଡ୍ ଟେଷ୍ଟ କରାଇଥିଲି । ଆଉ ମୋର ରିପୋର୍ଟ ପଜିଟିଭ୍ ଆସିଛି । ତେଣୁ ମୁଁ ମୋ ନିଜକୁ କ୍ୱାରେନଣ୍ଟାଇନ୍ ରେ ରଖିଛି । ମୁଁ ଜାଣି ନଥିଲି ଯେ ଏହି ଭାଇରସ୍ ମୋ ଶରୀରରେ ଅଛି । ହେଲେ ଏବେ ତାକୁ ମୁଁ ଧ୍ୱଂସ କରିଦେବି । ଆଉ ଲୋକ ମାନଙ୍କୁ ମୁଁ ଅନୁରୋଧ କରୁଛି ଯେ, ଆପଣ ମାନେ ଏହାକୁ ଡରନ୍ତୁ ନାହିଁ । ଯେତେ ଏହାକୁ ଡରିବେ ସେ ସେତେ ଡରାଇବ । ଚାଲନ୍ତୁ ଏହି କୋଭିଡ୍ କୁ ନଷ୍ଟ କରିବା । ଏହା ଏକ ଛୋଟ ସମୟର ଫ୍ଲୁ ତା ଛଡା ଆଉ କିଛି ବି ନୁହେଁ” ।

Get real time updates directly on you device, subscribe now.