ଇନଷ୍ଟାଗ୍ରାମ ଲଞ୍ଚ କରିବାକୁ ଯାଉଛି ନୂଆ Tool, ଏଣିକି କ୍ରିଏଟର୍ସଙ୍କୁ ମିଳିବ ଏହି ଫାଇଦା, ଜାଣନ୍ତୁ କେମିତି
ନୂଆ Tool ଲଞ୍ଚ କଲା ଇନଷ୍ଟାଗ୍ରାମ! ଜାଣନ୍ତୁ କେଉଁ ଫାଇଦା ମିଳିବ କ୍ରିଏଟର୍ସଙ୍କୁ
ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ପାଇଁ ନୂଆ ଆନାଲିଟିକ୍ସ ଫିଚର୍ସ ଜାରି କରିଛି, ଏହା ଦ୍ୱାରା ଏହା ଜାଣିବାକୁ ସହଜ ହେବ ଯେ, ତାଙ୍କର କେଉଁ ପୋଷ୍ଟ କେତେ ପ୍ରଭାବଶାଳୀ ଏବଂ କାହିଁକି ।
ମେଟାର ଏହି ପ୍ଲାଟଫର୍ମ କହିଛି ଯେ, ଏହି ଅପଡେଟ୍ କ୍ରିଏଟର୍ସଙ୍କୁ ୟୁଜର୍ସଙ୍କ ଗତିବିଧିକୁ ଜାଣିବାର ସୁଯୋଗ ଦେବ । ଯେପରିକି କେଉଁ ସମୟ, କେଉଁ ଟାଇପ୍ର ଏନଗେଜ୍ମେଣ୍ଟ ତାଙ୍କ ପୋଷ୍ଟରେ ହେଉଛି ।
ଏଣିକି ରିଲ୍ସ ରେ ‘ରିଲ୍ ଲାଇକ୍ ଇନସାଇଡ୍’ ଫିଚର ମାଧୟମରେ କ୍ରିଏଟର୍ସଙ୍କୁ ଏହା ଜାଣିବାକୁ ମିଳିବ ଯେ, କେତେ ସେକେଣ୍ଡରେ ଦର୍ଶକ ଭିଡିଓକୁ ଲାଇକ୍ ଦେଇଛନ୍ତି ।
ଏହା ଡାଟା ଇଣ୍ଟେରାକ୍ଟିଭ୍ ଚାର୍ଟ ଭାବେ ଦେଖାଇବ, ଯାହା ବୁଝାଇବ ଯେ, ଭିଡିଓର କେଉଁ ପାର୍ଟ ସବୁଠୁ ଧ୍ୟାନ ଆକର୍ଷଣ କରିଛି । ଏଥିସହ ଲାଇକ୍ସ, ସେୟାର, କମେଣ୍ଟ ଏବଂ ଟୋଟାଲ ଇଣ୍ଟେରାକ୍ସନର ସୂଚନା ମଧ୍ୟ ମିଳିବ ।
Viewers ନାମରେ ମିଳିବ ନୂଆ ମେଟ୍ରିକ୍: ଇନଷ୍ଟାଗ୍ରାମ ଖୁବଶୀଘ୍ର ‘Accounts Reached’ର ସ୍ଥାନରେ ନୂଆ ‘Viewers’ ମେଟ୍ରିକ୍ ଆଣିବାକୁ ଯାଉଛି । ଏହା ୟୁଜର ଏନଗେଜ୍ମେଣ୍ଟକୁ ଆହୁରି ଭଲଭାବେ ଦର୍ଶାଇବ ।
ଏଥିରେ କଣ୍ଟେଣ୍ଟ ଟାଇପ୍ ଆଧାରରେ ଇଣ୍ଟେରାକ୍ସନକୁ କାଟାଗୋରାଇଜ କରାଯିବ, ଯେଉଁଥିରେ କ୍ରିଏଟର୍ସଙ୍କୁ ଏହା ବୁଝିବାରେ ସାହାଯ୍ୟ ମିଳିବ ଯେ, କେଉଁଭଳି କଣ୍ଟେଣ୍ଟ ସବୁଠୁ ଅଧିକ ସକ୍ରିୟତା ଆଣୁଛି ।