fbpx

ନୂଆ ସରକାରଙ୍କ ଶପଥ ସମାରୋହ ପାଇଁ ନିର୍ଦ୍ଦେଶନାମା ଜାରି, ଅଧିକାରୀଙ୍କ ଛୁଟି ବାତିଲ

Advertisement

ଭୁବନେଶ୍ୱର: ନୂଆ ସରକାରଙ୍କ ଶପଥ ସମାରୋହ ପାଇଁ ଜାରି ହେଲା ନିର୍ଦ୍ଦେଶନାମା । ଆଉ କିଛି ସମୟ ପରେ ଘୋଷଣା ହୋଇପାରେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ।  ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ଦୃଷ୍ଟିରେ ରଖି ଜୁନ୍ ୩୦ ଯାଏଁ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସରକାରୀ ଛୁଟି ଦିନରେ ବି ଉପସ୍ଥିତ ରହିବେ ଅଧିକାରୀ । କେବଳ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଛୁଟି ପାଇଁ ଅନୁମତି ମିଳିବ । ଏହା ସହ ଅଧିକାରୀମାନେ ହେଡକ୍ୱାର୍ଟର ନଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଶପଥଗ୍ରହଣ ପରେ ସରକାରୀସ୍ତରରେ ଅନେକ କାର୍ଯ୍ୟକ୍ରମ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.