fbpx

(Video) ବୀର ଦାସ ଏବଂ ଏକତା କପୂର ଜିତିଲେ ଇଣ୍ଟରନେସନାଲ ଆୱାର୍ଡ, ଭାବପ୍ରବଣ ହେଲେ ଫିଲ୍ମମେକର

ନୂଆଦିଲ୍ଲୀ: ଭାରତୀୟ ଷ୍ଟାଣ୍ଡ-ଅପ କମେଡିଆନ ଦୀର ଦାସ ଇଣ୍ଟରନେସନାଲ ଏମୀ ଆୱାର୍ଡ ୨୦୨୩ ଜିତିଛନ୍ତି । ତାଙ୍କୁ ଏହି ଆୱାର୍ଡ ବେଷ୍ଟ ୟୁନିକ କମେଡିର କାଟାଗୋରୀରେ ମିଳିଛି । ବୀର ଦାସଙ୍କୁ ଏହି ଆୱାର୍ଡ ନେଟଫ୍ଲିକ୍ସ ଅରିଜିନାଲ- ‘ବୀର ଦାସ: ଲ୍ୟାଣ୍ଡିଙ୍ଗ’ ପାଇଁ ମିଳିଛି । ଏହି ଶୋ’ଟି କେବଳ ନେଟଫ୍ଲିକ୍ସରେ ଉପଲବ୍ଧ । ଏହି ଆୱାର୍ଡ ‘ଡେରୀ ଗାର୍ଲସ୍-ସୀଜନ ୩’ ସହିତ ମିଳିଛି । ଏହି ଦୁଇଟି ଶୋ ମଧ୍ୟରେ ବରାବର ମୁକାବିଲା ରହିଛି । ସେହିପରି ଏକତା କପୂରଙ୍କୁ ମଧ୍ୟ ଏମି ଡାୟରେକ୍ଟୋରେଟ ଆୱାର୍ଡ ମିଳିଛି । ସେ ଏହାକୁ ପାଇ ଭାବପ୍ରବଣ ହୋଇଯାଇଛନ୍ତି ।

ଏମି ଆୱାର୍ଡସ ୨୦୨୩ର ମଞ୍ଚରେ ଏକତା କପୂରଙ୍କ ଜର୍ଣ୍ଣି ବିଷୟରେ କୁହାଯାଇଛି । ଗୋଟିଏ କ୍ଲିପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ସେ ଏକତା କପୂରଙ୍କ ସିରିୟଲର ପ୍ରଶଂସା କରୁଛନ୍ତି । ଏହା ବ୍ୟତୀତ ଯେତେବେଳେ ଏକତା କପୂର ମଞ୍ଚରେ ଟ୍ରଫି ନେବାକୁ ପହଁଚିଲେ ସେତେବେଳେ ସେ ଇମୋସନାଲ ହୋଇଯାଇଛନ୍ତି । ନିଜ ଭାଷଣରେ ସେ ଏହି ଟ୍ରଫିକୁ ନିଜ ବାପା-ମାଆଙ୍କୁ ଡେଡିକେଟ କରିଛନ୍ତି ।

ଶେଫ ବିକାସ ଖାନ୍ନା ଏକତା କପୂରଙ୍କୁ ଟ୍ୟାଗ କରି ଏହି ଖାସ ମୁହୂର୍ତ୍ତର ଭିଡିଓ ସେୟାର କରିଛନ୍ତି । ସେ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି ଯେ, ‘ଏକତା ଆନ୍ତର୍ଜାତୀୟ ଏମି ଆୱାର୍ଡ ଜିତିଛନ୍ତି । ଏହା ସତ୍ୟତା, ଗର୍ବ ଏବଂ ସମ୍ମାନ । ପ୍ରତ୍ୟେକ ଶବ୍ଦ ହୃଦୟରୁ ଆସିଛି । ଏହା ଆମ ମାତୃଭୂମି ପାଇଁ ।’

 

View this post on Instagram

 

A post shared by Vikas Khanna (@vikaskhannagroup)

Get real time updates directly on you device, subscribe now.