fbpx

ପ୍ରତି ମିନିଟରେ ଏତିକି ଲୋକ ବ୍ୟବହାର କରନ୍ତି ପଲିଥିନ; ଶୁଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ: ଶନିବାର ପାଳିତ ହୋଇଛି ବିଶ୍ୱ ପ୍ଲାଷ୍ଟିକ୍ ବ୍ୟାଗ୍ ବର୍ଜନ ଦିବସ । ଏହି ଅବସରରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏକ ସର୍ବେକ୍ଷଣରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରତି ମିନିଟରେ ୧୦ ଲକ୍ଷରୁ ଅଧିକ ଲୋକ ପଲିଥିନ୍ ବ୍ୟାଗର ବ୍ୟବହାର କରିଥାନ୍ତି । ଏହା ସହିତ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନକାଳ ମଧ୍ୟରେ ଦୈନିକ ୨୫ ମିନିଟରୁ ଅଧିକ ସମୟ ପଲିଥିନର ବ୍ୟବହାର କରିଥାନ୍ତି । ପ୍ଲାଷ୍ଟିକ୍ ବ୍ୟାଗ୍ ମାଟିରେ ମିଶିବା ପାଇଁ ୧୦୦ରୁ ୫୦୦ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଥାଏ । ପ୍ରତି ମିନିଟରେ ୧୦ ଲକ୍ଷରୁ ଅଧିକ ପ୍ଲାଷ୍ଟିକ ବ୍ୟବହୃତ ହେଉଥିବା ବେଳେ ସମୁଦ୍ର ମଧ୍ୟରୁ ମିଳୁଥିବା ବର୍ଜ୍ୟବସ୍ତୁର ୮୦ ପ୍ରତିଶତ ହେଉଛି ପ୍ଲାଷ୍ଟିକ ।

ଇିଶ୍ୱରେ ପ୍ଲାଷ୍ଟିକ ଆବର୍ଜନା କାରଣରୁ ପ୍ରଦୂଷଣ ବଢୁଥିବାରୁ ଜିରୋ ୱେଷ୍ଟ ୟୁରୋପ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପ୍ଲାଷ୍ଟିକ ବ୍ୟାଗ ବର୍ଜନ ଦିବସ ପାଳନ କରାଯାଇଥିଲା । ବ୍ରସେଲ୍ସର ଏହି ସଙ୍ଗଠନ ପକ୍ଷରୁ ସାଧାରଣ ଲୋକଙ୍କୁ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବା ପାଇଁ ପ୍ରବର୍ତ୍ତାଇବାକୁ ପ୍ର୍ରୟାସ କରିଥାଏ । ଭାରତ ପରି ରାଷ୍ଟ୍ରରେ ସର୍ବାଧିକ ପ୍ଲାଷ୍ଟିକ୍ ବ୍ୟବହାର ହୋଇଥାଏ । ସରକାରୀ ନିୟମ ରହିଥିଲେ ହେଁ ଏହାକୁ ରୋକିବାରେ ସରକାର ସକ୍ଷମ ହୋଇ ନାହାନ୍ତି ।

Get real time updates directly on you device, subscribe now.