fbpx

ମଞ୍ଚେଶ୍ୱରରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର: ମଦ୍ୟପାନ କରି ଗାଡି ଚଲାଉଥିଲା ଡ୍ରାଇଭର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଞ୍ଚେଶ୍ୱର ଧର୍ମ କଣ୍ଟା ସାମ୍ନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ୍ କୁ ସାମ୍ନାରୁ ପିଟିଲା ଟାଟା ଏସି। ଦୁର୍ଘଟଣାରେ ଟାଟା ଏସି ଡ୍ରାଇଭର୍ ସମେତ ରାସ୍ତା କଡରେ ଛିଡା ହୋଇଥିବା ଜୈନକ ମହିଳା ଗୁରୁତର। ମହିଳା ଜଣ ଙ୍କ ଘର କେନ୍ଦ୍ରପଡା ରାଜନଗର। ସେ ଏକ ଘରୋଇ କମ୍ପାନୀରେ କାମ କରନ୍ତି। କାମ ସାରି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି।

ଟାଟା ଏସି ଡ୍ରାଇଭର୍ ଙ୍କ କୌଣସି ସୂଚନା ମିଳିପାରିନାହିଁ। ଗାଡିଟି କୋରିଆର କମ୍ପାନୀରେ କାର୍ଯ୍ୟ କରୁଥିବା ଜଣା ପଡ଼ିଚି।

Get real time updates directly on you device, subscribe now.