fbpx

ପୋଷ୍ଟ ଅଫିସର ଏହି ସ୍କିମରେ ହୋଇଯିବେ ଲକ୍ଷପତି, କେବଳ ପ୍ରତିଦିନ ଦେବାକୁ ହେବ ୫୦ ଟଙ୍କା

Advertisement

ନୂଆଦିଲ୍ଲୀ: ନିବେଶ କରିବା ପାଇଁ ପୋଷ୍ଟ ଅଫିସ ସ୍କିମକୁ ସାଧାରଣତଃ ସୁରକ୍ଷିତ ମନେ କରାଯାଏ । ଏଠାରେ କୌଣସି ପ୍ରକାର ରିସ୍କ ନଥାଏ । ପୋଷ୍ଟ ଅଫିସରେ ଅନେକ ଏଭଳି ସ୍କିମ୍ ରହିଛି ଯେଉଁଥିରେ ଲୋକେ ଫାଇଦା ଭଲ ଲାଭ ପାଇଥାନ୍ତି । ଯଦି ଆପଣ କମ୍ ନିବେଶରେ ଅଧିକ ରିଟର୍ଣ୍ଣର ଫାଇଦା ଉଠାଇକୁ ଚାହୁଛନ୍ତି ତେବେ ପୋଷ୍ଟ ଅଫିସର ଏହି ଯୋଜନାରେ ନିବେଶ କରିପାରିବେ । ଏହିଭଳି ପୋଷ୍ଟ ଅଫିସର ଏକ ସ୍କିମ ହେଉଛି ପୋଷ୍ଟ ଅଫିସ ଗ୍ରାମ ସୁରକ୍ଷା ଯୋଜନା । ଏହି ସ୍କିମରେ ଆପଣ ପ୍ରତିମାସରେ ୧୫୦୦ ଟଙ୍କା ଜମା କରିବାକୁ ହେବ ଏବଂ ଆପଣଙ୍କୁ ୩୫ ଲକ୍ଷର ଫଣ୍ଡ ମିଳିପାରିବ ।

ଗ୍ରାମାଞ୍ଚଳରେ ଆଜିବି ଲୋକେ ପୋଷ୍ଟ ଅଫିସରେ ନିବେଶକୁ ପ୍ରାଥମିକତା ଦେଉଛନ୍ତି । ଭବିଷ୍ୟରେ ପ୍ରପର୍ଟୀ, ବିବାହ ଭଳି ଖର୍ଚ୍ଚ ପାଇଁ ପୋଷ୍ଟ ଅଫିସ ଗ୍ରାମ ସୁରକ୍ଷା ଯୋଜନାରେ ନିବେଶ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଯୋଜନାରେ ସହ ଜଡ଼ିତ କିଛି ଖାସ୍ କଥା ।

–              ଏହି ଯୋଜନା ୧୯ ବର୍ଷରୁ ନେଇ ୫୫ ବର୍ଷ ମଧ୍ୟର କେହିବି ଭାରତୀୟ ନାଗରିକ ନେଇପାରିବେ । ସର୍ବନିମ୍ନ ୧୦,୦୦୦ ଏବଂ ସର୍ବାଧିକ ୧୦ ଲକ୍ଷ ଟଙ୍କା ବୀମା ରାଶିରେ ନିବେଶ କରିପାରିବେ ମିଳିଥାଏ । ଏହି ସ୍କିମରେ ମାସିକ, ତ୍ରୈମାସିକ, ଛଅମାସିକ କିମ୍ବା ବାର୍ଷିକ ଆଧାରରେ ନିବେଶ କରିପାରିବେ । ଯଦି ପ୍ରିମିୟମ ଟଙ୍କା ଦେଇପାରିନାହାଁନ୍ତି ତେବେ ୩୦ ଦିନ ମଧ୍ୟରେ ଭରିପାରିବେ । ଏହି ଯୋଜନାରେ ନିବେଶ କରିବା ଦ୍ୱାରା ଲୋନର ଫାଇଦା ମଧ୍ୟ ମିଳିଥାଏ । ଯଦି ଆପଣ ପଲିିସି କିଣିବା ପରେ ୪ ବର୍ଷ ପର୍ଯ୍ୟନ୍ତ ପ୍ରମିୟମ ଦେଉଛନ୍ତି ତେବେ ଏହାର ଲୋନ ସୁବିଧା ଲାଭ ଉଠାଇ ପାରିବେ । ଏହି ସ୍କିମ ରୁରାଲ ପୋଷ୍ଟାଲ ଲାଇଫ୍ ଇନସ୍ୟୁରାନ୍ସ ସ୍କିମର ଏହା ଅଂଶ ।

–              ଏହି ଯୋଜନାରେ ୧୦ ହଜାରରୁ ଆରମ୍ଭ କରି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ନିବେଶ କରିପାରିବେ । ଯଦି କେହି ୧୯ ବର୍ଷର ବ୍ୟକ୍ତି ୧୦ ଲକ୍ଷ ଟଙ୍କାର ସ୍କିମରେ ନିବେଶ କରୁଛନ୍ତି ତେବେ ତାଙ୍କୁ ୫୫ ବର୍ଷ ପାଇଁ ପ୍ରତିମାସରେ ୧୫୧୫ ଟଙ୍କା, ଦେଖିବାକୁ ଗଲେ ପ୍ରତିଦିନ ୫୦.୫ ଟଙ୍କା ପ୍ରିମିୟମ ଭରିବାକୁ ପଡ଼ିବ ।

–              ସେହିଭଳି ୫୮ ବର୍ଷ ପାଇଁ ୧୪୬୩, ୬୦ ବର୍ଷ ପାଇଁ ୧୪୧୧ ଟଙ୍କା ପ୍ରତିମାସରେ ପ୍ରିମିୟମ ଦେବାକୁ ପଡ଼ିବ ।

–              ନିବେଶକଙ୍କୁ ୫୫ ବର୍ଷ ପାଇଁ ୩୧.୬୦ ଲକ୍ଷ, ୫୮ ବର୍ଷ ପାଇଁ ୩୩.୪୦ ଲକ୍ଷ ଟଙ୍କା ଏବଂ ୬୦ ବର୍ଷ ପାଇଁ ୩୪.୬୦ ଲକ୍ଷ ଟଙ୍କା ମିଳିବ । ନିବେଶ କରିଥିବା ବ୍ୟକ୍ତି ୮୦ ବର୍ଷ ହେବା ପରେ ଟଙ୍କା ଦିଆଯାଏ । ଏହାରି ମଧ୍ୟରେ ଯଦି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଉଛି ତେବେ ନୋମିନୀଙ୍କୁ ଟଙ୍କା ମିଳିଥାଏ ।

Get real time updates directly on you device, subscribe now.