fbpx

ଆଇପିଏଲ୍‌ ଖେଳାଳି ନିଲାମ କାଉଣ୍ଟଡାଉନ୍‌ ଆରମ୍ଭ: ଶନିବାର ମଧ୍ୟାହ୍ନରୁ ଆରମ୍ଭ ହେବ ନିଲାମ, ଯୋଗ ଦେବେ ୧୦ ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) କ୍ରିକେଟ ପ୍ରତିଯୋଗିତା ପାଇଁ ଆସନ୍ତା ୧୨ ଓ ୧୩ ତାରିଖ ଦିନ ବେଙ୍ଗାଲୁରରେ ମେଗା ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ । ଶନିବାର ଦିନ ୧୨ଟା ସମୟରେ ଆରମ୍ଭ ହେବ ଏହି ପ୍ରକିୟା । ତେବେ ପୂର୍ବାହ୍ନ ୧୧ରୁ ଏହା ସିଧା ପ୍ରସାରଣ କରାଯିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଯୋଗ୍ୟ ଯେ, ଏହି ନିଲାମ ପ୍ରକ୍ରିୟା ପାଇଁ ଭାରତ ସମେତ ଅନ୍ୟ ଦେଶର ମୋଟ ୧୨୦୦ରୁ ଉଦ୍ଧ୍ୱର୍ ଖେଳାଳିଙ୍କ ନାମ ପଞ୍ଜିକୃତ କରା ଯାଇଥିଲା । ତେବେ ଏମାନଙ୍କ ମଧ୍ୟରୁ ୫୯୦ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟା ପାଇଁ ମନୋନୀତ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ୨୨୮ କ୍ୟାପଡ୍‌ ଓ ୩୫୫ ଅନକ୍ୟାପଡ୍‌ ଖେଳାଳି । ସେହିପରି ଆଇସିସିର ଆସୋସିଏଟ ଦେଶର ୭ ଖେଳାଳି ମଧ୍ୟ ସାମିଲ ହୋଇଛନ୍ତି ।

ଆଇପିଏଲର ୧୦ ଫ୍ରାଞ୍ଚାଇଜ ଏହି ପ୍ରକ୍ରିୟା ଜରିଆରେ ନିଜର ପସନ୍ଦ ଯୋଗ୍ୟ ଖେଳାଳିଙ୍କୁ ଚୟନ କରିବେ । ତେବେ ଏଥର ଖେଳାଳି ନିଲାମ ପ୍ରକ୍ରିୟା ପୂର୍ବାପେକ୍ଷା ଅଧିକ ଜୋରଦାର ଓ ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ ହେବ । କାରଣ ଚଳିତ ବର୍ଷ ଦୁଇ ନୂଆ ଫ୍ରାଞ୍ଚାଇଜ ସାମିଲ ହୋଇ ଥିବାରୁ ପୂର୍ବରୁ ଆଇପିଏଲରେ ଭାଗ ନେଇ ଆସୁଥିବା ୮ ଦଳ କେବଳ ୪ ଖେଳାଳିଙ୍କୁ ରଖି ଅନ୍ୟ ସମସ୍ତ ଖେଳାଳିଙ୍କୁ ରିଲିଜ କରି ଦେଇଛି । ଏହା ଫଳରେ ଅନେକ ଦକ୍ଷ ଓ ଲଢ଼ୁଆ ଖେଳାଳିଙ୍କୁ କିଣିବା ପାଇଁ ସମସ୍ତ ଫ୍ରାଞ୍ଚାଇଜ ଚାହିଁବେ । ତେଣୁ ଭାରତ ଓ ଅନ୍ୟ କେତେକ ଦେଶର ଅଭିଜ୍ଞ ଖେଳାଳିଙ୍କ ଉପରେ ସମସ୍ତ ଫ୍ରାଞ୍ଚାଇଜ ନଜର ରଖିଛନ୍ତି । ସେମାନଙ୍କର ବେସ ପ୍ରାଇସ ୨ କୋଟି ଟଙ୍କା ଥିବା ବେଳେ ବିପୁଳ ଅର୍ଥ ବିନିମୟରେ ଯେ କୌଣସି ଫ୍ରାଞ୍ଚାଇଜ ପାଇଁ ଅନୁବନ୍ଧିତ ହେବେ ।

Get real time updates directly on you device, subscribe now.