fbpx

Iran attack Israel: ଇସ୍ରାଏଲ ଉପରେ ଇରାନର ଆକ୍ରମଣ ମଧ୍ୟରେ ଭାରତୀୟ ଦୂତାବାସ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି

ଗତକାଲି ରାତି ଅଧରେ ଇରାନ ଇସ୍ରାଏଲ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା । ଇରାନ ନିଜ କ୍ଷେତ୍ରରୁ ଇସ୍ରାଏଲ ଉପରେ ଡ୍ରୋନ ମାଡ଼ କରିଥିବା ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି । ଇରାନ ଆକ୍ରମଣ ପରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ହାଇଆଲର୍ଟରେ ରହିବା ସହିତ ପରିସ୍ଥିତି ଉପରେ ନଜର ରଖିଛି । ଡ୍ରୋନରେ ବାଲିଷ୍ଟିକ ମିଜାଇଲ ସହ କ୍ରୁଜ ମିଜାଇଲ ମୁତୟନ ହୋଇଥିବା ନେଇ ଇସ୍ରାଏଲ ସେନା ପକ୍ଷରୁ ସୂଚନା ମିଳିଛି ।

ତେବେ ଇସ୍ରାଏଲ-ଇରାନ୍‌ ଯୁଦ୍ଧ ଆଶଙ୍କା ମଧ୍ୟରେ ବୟାନ ଜାରି କରିଛି ଭାରତ ।

ଇସ୍ରାଏଲର ଭାରତୀୟ ଦୂତାବାସ ରବିବାର ଏକ ଆଡଭାଇଜାରୀ ଜାରି କରି ଇସ୍ରାଏଲରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଶାନ୍ତ ରହିବାକୁ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ପ୍ରୋଟୋକଲକୁ ଅନୁସରଣ କରିବାକୁ ଅନୁରୋଧ କରିଛି। ଏହାସହ ଏହା କୁହାଯାଇଛି କି,’ଭାରତୀୟ ଦୂତାବାସ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଆମର ସମସ୍ତ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଇସ୍ରାଏଲ୍ କର୍ତ୍ତୃପକ୍ଷ ଏବଂ ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଯୋଗାଯୋଗ କରୁଛି’। ଏହା ସହ ସେଠାରେ ରହୁଥିବା ଭାରତୀୟମାନଙ୍କ ପାଇଁ ଦୂତବାସ ପକ୍ଷରୁ ଜରୁରୀକାଳୀନ ହେଲ୍ପଲାଇନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି ।

ଏହାରି ମଧ୍ୟରେ ଭାରତ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ଭାରତ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ମନ୍ତ୍ରଣାଳୟ କହିଛି ଯେ ଏହି ଅଞ୍ଚଳରେ ଆମର ଦୂତାବାସ ଭାରତୀୟ ସମ୍ପ୍ରଦାୟ ସହ ଯୋଗାଯୋଗରେ ଅଛି। ଏହି ଅଞ୍ଚଳରେ ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବା ଜରୁରୀ ଅଟେ । ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦକୁ ନେଇ ଭାରତ ଅତ୍ୟନ୍ତ ଚିନ୍ତିତ ବୋଲି କହିଛି ଭାରତ । ବୈଦେଶିକ ମନ୍ତ୍ରଣାଳୟ ଆହୁରି କହିଛି କି, ଏହି ବିବାଦ ଏହି ଅଞ୍ଚଳରେ ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି। ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଭାରତ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.